ଗୋଧ୍ରା ଟ୍ରେନ୍‌ ପୋଡ଼ି ଘଟଣା: ୨ ଜଣଙ୍କୁ ଆଜୀବନ, ୩ ଦୋଷମୁକ୍ତ

ଅହମଦାବାଦ: ବହୁ ଚର୍ଚ୍ଚିତ ୨୦୦୨ ମସିହା ଗୋଧ୍ରା ଟେନ୍‌ ପୋଡ଼ି ଘଟଣାରେ ଆଜି ସ୍ୱତନ୍ତ୍ର ଏସ୍‌ଆଇଟି କୋର୍ଟ ଦୁଇ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ ଜେଲ୍‌ଦଣ୍ଡରେ ଦଣ୍ଡିତ କରିଥିବା ବେଳେ ୩ ଜଣଙ୍କୁ ଦୋଷମୁକ୍ତ କରିଛନ୍ତି। ୨୦୦୨ ମସିହା ଫେବୃଆରୀ ୨୭ରେ ସାବରମତୀ ଏକ୍ସପ୍ରେସ୍‌ରେ ଦୁର୍ବୃତ୍ତମାନେ ନିଆଁ ଲଗାଇ ଦେବାରୁ ଏଥିରେ ୫୯ ଜଣ କରସେବକଙ୍କ ମୃତ୍ୟୁ ଘଟିଥିଲା। ସ୍ୱତନ୍ତ୍ର ଏସ୍‌ଆଇଟି କୋର୍ଟର ବିଚାରପତି ଏଚ୍‌ସି ଭୋରା ଏହି ଲୋମହର୍ଷଣକାରୀ ଘଟଣାର ରାୟ ଶୁଣାଛନ୍ତି। ସେ […]

godhra

Sampad Mahapatra
  • Published: Monday, 27 August 2018
  • , Updated: 27 August 2018, 10:06 AM IST

ଅହମଦାବାଦ: ବହୁ ଚର୍ଚ୍ଚିତ ୨୦୦୨ ମସିହା ଗୋଧ୍ରା ଟେନ୍‌ ପୋଡ଼ି ଘଟଣାରେ ଆଜି ସ୍ୱତନ୍ତ୍ର ଏସ୍‌ଆଇଟି କୋର୍ଟ ଦୁଇ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ ଜେଲ୍‌ଦଣ୍ଡରେ ଦଣ୍ଡିତ କରିଥିବା ବେଳେ ୩ ଜଣଙ୍କୁ ଦୋଷମୁକ୍ତ କରିଛନ୍ତି।

୨୦୦୨ ମସିହା ଫେବୃଆରୀ ୨୭ରେ ସାବରମତୀ ଏକ୍ସପ୍ରେସ୍‌ରେ ଦୁର୍ବୃତ୍ତମାନେ ନିଆଁ ଲଗାଇ ଦେବାରୁ ଏଥିରେ ୫୯ ଜଣ କରସେବକଙ୍କ ମୃତ୍ୟୁ ଘଟିଥିଲା।

ସ୍ୱତନ୍ତ୍ର ଏସ୍‌ଆଇଟି କୋର୍ଟର ବିଚାରପତି ଏଚ୍‌ସି ଭୋରା ଏହି ଲୋମହର୍ଷଣକାରୀ ଘଟଣାର ରାୟ ଶୁଣାଛନ୍ତି। ସେ ଅଭିଯୁକ୍ତ ଫାରୁକ୍‌ ବାହାନା ଓ ଇମ୍ରାନ୍‌ ଶେରୁଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ଆଜବୀନ ଜେଲ୍‌ଦଣ୍ଡରେ ଦଣ୍ଡିତ କରିଛନ୍ତି। ସେହିପରି ଏହି ଘଟଣାର ଅନ୍ୟ ୩ ଅଭିଯୁକ୍ତ ହୁସେନ୍‌ ସୁଲେମାନ୍‌ ମୋହନ, କସମ୍‌ ବାହାମେଦି ଓ ଫାରୁକ୍‌ ଧନତିୟାଙ୍କୁ ପ୍ରମାଣ ଅଭାବରୁ ଦୋଷମୁକ୍ତ କରିଛନ୍ତି।

ଏହି ୫ ଜଣଙ୍କୁ ୨୦୧୫-୧୬ରେ ଗିରଫ କରାଯାଇଥିଲା। ଏହାର ଶୁଣାଣି ପାଇଁ ସାବରମତୀ ସେଣ୍ଟ୍ରାଲ୍‌ ଜେଲ୍‌ରେ ଏକ ସ୍ୱତନ୍ତ୍ର କୋର୍ଟ ବସିଥିଲା।

ଏହି ଘଟଣାରେ ସଂପୃକ୍ତ ଥିବା ଅନ୍ୟ ୮ ଜଣ ଅଭିଯୁକ୍ତ ଏବେ ବି ଫେରାର୍‌ ଅଛନ୍ତି।

୨୦୧୧ ମସିହା ମାର୍ଚ୍ଚ ୧ରେ ଏସ୍‌ଆଇଟି କୋର୍ଟ ୩୧ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ। ଏହା ମଧ୍ୟରୁ ୧୧ ଜଣଙ୍କୁ ମୃତ୍ୟୁଦଣ୍ଡ ଓ ଅନ୍ୟ ୨୦ ଜଣ ଆଜୀବନ ଜେଲ୍‌ଦଣ୍ଡରେ ଦଣ୍ଡିତ ହୋଇଥିଲେ। ତେବେ ଗୁଜରାଟ୍‌ ହାଇକୋର୍ଟ ୧୧ ଜଣଙ୍କ ମୃତ୍ୟୁଦଣ୍ଡକୁ ଆଜୀବନ ଜେଲ୍‌ଦଣ୍ଡରେ ପରିବର୍ତ୍ତନ କରିଥିଲେ।

Related story