ସାବଧାନ: ମଦରେ ଲିକୁଇଡ୍‌ ନାଇଟ୍ରୋଜେନ୍‌ ମିଶାଇଲେ ଜଳିଯିବ ପାକସ୍ଥଳୀ, ଗୁରଗାଁଓରେ ଘଟିଛି ଏମିତି ଘଟଣା

ଗୁରଗାଁଓ: ମଦ୍ୟପାନ କରୁଥିବା ବ୍ୟକ୍ତିଙ୍କ ପାଇଁ ସତର୍କବାଣୀ। ଭୁଲରେ ବି  ଲିକୁଇଡ୍‌ ନାଇଟ୍ରୋଜେନ୍‌କୁ ମଦରେ ମିଶାଇବା ଅନୁଚିତ୍‌। ମଦକୁ ଚିଲ୍‌ (ଥଣ୍ଡା) କରିବା ନିଶାରେ ନାଇଟ୍ରୋଜେନ ଲିକୁଇଡ୍‌କୁ ମିଶାଇଲେ ଏହା ଆପଣଙ୍କ ପାକସ୍ତଳୀକୁ ଜାଳିଦେଇ ପାରେ। ଯାହାର ପରିଣାମ ଏବେ ଜଣେ ବ୍ୟବସାୟୀଙ୍କୁ ଭୋଗିବାକୁ ପଡ଼ିଛି। ସମ୍ପୃକ୍ତ ବ୍ୟକ୍ତି ଜଣକ ହେଲେ ଗୁରଗାଁଓର ୩୦ ବର୍ଷୀୟ ବ୍ୟବସାୟୀ ସମିତ ପ୍ରସାଦ(ଛଦ୍ମନାମ)। ରିପୋର୍ଟ ମୁତାବକ ଏହି ବ୍ୟକ୍ତି ଜଣକ ଏକ ବାରରେ କକ୍‌ଟେଲ ସହ ମଦ ଅର୍ଡ଼ର କରିଥିଲେ। […]

wine

wine

Rakesh Mallick
  • Published: Tuesday, 04 July 2017
  • Updated: 04 July 2017, 02:51 PM IST

Sports

Latest News

ଗୁରଗାଁଓ: ମଦ୍ୟପାନ କରୁଥିବା ବ୍ୟକ୍ତିଙ୍କ ପାଇଁ ସତର୍କବାଣୀ। ଭୁଲରେ ବି  ଲିକୁଇଡ୍‌ ନାଇଟ୍ରୋଜେନ୍‌କୁ ମଦରେ ମିଶାଇବା ଅନୁଚିତ୍‌। ମଦକୁ ଚିଲ୍‌ (ଥଣ୍ଡା) କରିବା ନିଶାରେ ନାଇଟ୍ରୋଜେନ ଲିକୁଇଡ୍‌କୁ ମିଶାଇଲେ ଏହା ଆପଣଙ୍କ ପାକସ୍ତଳୀକୁ ଜାଳିଦେଇ ପାରେ। ଯାହାର ପରିଣାମ ଏବେ ଜଣେ ବ୍ୟବସାୟୀଙ୍କୁ ଭୋଗିବାକୁ ପଡ଼ିଛି। ସମ୍ପୃକ୍ତ ବ୍ୟକ୍ତି ଜଣକ ହେଲେ ଗୁରଗାଁଓର ୩୦ ବର୍ଷୀୟ ବ୍ୟବସାୟୀ ସମିତ ପ୍ରସାଦ(ଛଦ୍ମନାମ)। ରିପୋର୍ଟ ମୁତାବକ ଏହି ବ୍ୟକ୍ତି ଜଣକ ଏକ ବାରରେ କକ୍‌ଟେଲ ସହ ମଦ ଅର୍ଡ଼ର କରିଥିଲେ। ଏଥିସହ ମଦକୁ ଚିଲ୍ (ଥଣ୍ଡା) କରିବା ପାଇଁ ଲିକୁଇଡ୍‌ ନାଇଟ୍ରୋଜେନ୍‌ ଅର୍ଡ଼ର କରିଥିଲେ। ଏହାକୁ  ମିଶାଇ ସେ ମଦ୍ୟପାନ କରିଥିଲେ ।

ପରେ ସେ ପେଟରେ ଯନ୍ତ୍ରଣା ଅନୁଭବ କରିଥିଲେ। ଏହା ସତ୍ତ୍ୱେ ସେ ଆହୁରି ମଦ ପିଇ ଥିଲେ। ପରେ  ଯନ୍ତ୍ରଣା ବଢିବାରୁ ତାଙ୍କୁ ସଙ୍ଗେ ସଙ୍ଗେ ସ୍ଥାନୀୟ ଏକ  ମେଡିକାଲ ନିଆଯାଇଥିଲା। ତେବେ ସିଟିସ୍କାନ ରିପୋର୍ଟରେ ସମ୍ପୃକ୍ତ ବ୍ୟବସାୟୀ ଜଣକର ପାକସ୍ତଳୀଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଥିବା ଜଣାପଡ଼ିଛି। ତାଙ୍କ ପାକସ୍ତଳୀରେ ଏକ କଣା ହୋଇଥିବା ଜଣାପଡ଼ିଛି।ବ୍ୟକ୍ତି ଜଣକ ଏବେ ଚିକିତ୍ସାଧୀନ ଅଛନ୍ତି। ଲିକୁଇଡ୍‌ ନାଇଟ୍ରୋଜେନ୍‌ ଖାଦ୍ୟ ଏବଂ ଡ୍ରିଙ୍କସ୍‌କୁ ତୁରନ୍ତ ଥଣ୍ଡା ପାଇଁ ବ୍ୟବହୃତ ହୋଇଥାଏ। ଏହାସହ ମେଡିକାଲ ସାଇନ୍ସରେ ମଧ୍ୟ ଏହାକୁ ବ୍ୟବହାର କରାଯାଇଥାଏ। ଡାକ୍ତର ରିପୋର୍ଟ ଅନୁଶାରେ  ଏହି ବ୍ୟକ୍ତିଜଣକ ଦେହରେ ଲ୍ୟାକ୍‌ଟିକ୍‌ ଏସିଡର ମାତ୍ରା  ଅଧିକ ରହିଥିଲା। ତେବେ ମଦରେ ଲିକୁଇଡ୍‌ ନାଇଟ୍ରୋଜେନ୍‌କୁ ମିଶାଇ ପିଇବା ଦ୍ୱାରା ତାଙ୍କର ଏମିତି ଅବସ୍ଥା ହୋଇଥିବା ଡାକ୍ତର କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos