ଆକ୍ସିଡେଣ୍ଟର ଲାଇଭ ଚିତ୍ର : ଏକାଥରକେ ପିଟାପିଟି ହେଲେ ୧୦ ଗାଡ଼ି, ଦେଖନ୍ତୁ ଭିଡିଓ

Ordigital Desk
  • Published: Wednesday, 08 November 2017
  • , Updated: 08 November 2017, 08:35 PM IST
<p>ନୂଆଦିଲ୍ଲୀ: ଆକ୍ସିଡେଣ୍ଟର ଲାଇଭ ଭିଡିଓ। ଗୋଟିଏ କି ଦୁଇଟି ନୁହଁ ଏକାଥରକେ ୧୦ଟି ଗାଡ଼ି ମଧ୍ୟରେ ଧକ୍କା। ପୁରା ସିରିଜ୍ ଦୁର୍ଘଟଣା। ଏମିତି ଏକ ଅଭାବନୀୟ ଘଟଣା ଆଜି ଭୋରୁ ଆଗ୍ରାର ଯମୁନା ଏକ୍ସପ୍ରେସ୍ ହାଇୱେରେ ଘଟିଥିଲା। ଅତ୍ୟଧିକ କୁହୁଡ଼ି ଯୋଗୁଁ ଏହି ଦୁର୍ଘଟଣା ଘଟିଥିଲା। ଏଥିରେ ପ୍ରାୟ ୬ ଜଣ ଆହତ ହୋଇଛନ୍ତି।</p> <p>ସୂଚନା ଅନୁଯାୟୀ,&nbsp; ଦିଲ୍ଲୀ ଏନ୍&zwnj;ସିଆର, ନୋଏଡା,ପଶ୍ଚିମ ୟୁପି, ଗ୍ରେଟର ନୋଏଡା ଅଞ୍ଚଳରେ ବୁଧବାର ଭୋରୁ ପ୍ରବଳ କୁହୁଡ଼ି ହୋଇଥିଲା। କୁହୁଡ଼ି ଧୂଆଁ ଭିତରେ ଏସବୁ ସହର ଢାଙ୍କି ହୋଇଯାଇଥିଲା। ଯାନବାହନ ଗୁଡ଼ିକ ଲାଇଟ୍&zwnj; ଲଗେଇ ଥିଲେ ମଧ୍ୟ ସାମ୍ନାପଟୁ କେହି କାହାରିକୁ ଦେଖିପାରୁ ନ ଥିଲେ।</p> <p>ଏହି କାରଣରୁ ଯମୁନା ଏକ୍ସପ୍ରେସ୍ ହାଇୱେରେ ଗାଡ଼ି ଗାଡ଼ି ମଧ୍ୟରେ ମୁହାଁମୁହିଁ ହୋଇ ଅପ୍ରିତୀକର ପରିସ୍ଥିତି ସୃଷ୍ଟି ହୋଇଥିଲା। ଗୋଟିଏ ପରେ ଗୋଟିଏ ଏମିତି ୧୦ଟି ଗାଡ଼ି ପସସ୍ପର ପଛକୁ ପଛ&nbsp; ଧକ୍କା ଲାଗିଥିଲା।</p> <p>ଏଥିରେ ୬ ଜଣ ଆହତ ହୋଇଛନ୍ତି। କୁହାଯାଉଛି ପ୍ରଥମ ଦୁଇଟି ଗାଡ଼ି ମଧ୍ୟରେ ଦୁର୍ଘଟଣା ଘଟିବା ପରେ ପୋଲିସକୁ ଖବର ଦିଆଯାଇଥିଲା। ହେଲେ ପୋଲିସ ଠିକ୍&zwnj; ସମୟରେ ପହଞ୍ଚି ନ ଥିଲା। ଯଦି ପୋଲିସ ଉଚିତ ସମୟରେ ପହଞ୍ଚି ଥାଆନ୍ତା ହୁଏତ ଏଭଳି ସିରିଜ୍ ଦୁର୍ଘଟଣାକୁ ଏଡ଼ାଯାପାରିଥାଆନ୍ତା।</p>

Related story