‍‍#LIVE ବଜେଟ୍‌ ୨୦୧୯ ଅପଡେଟ୍‌

02.09PM.- #Budget2019 କୃଷକ, ଶ୍ରମିକ ଏବଂ ମଧ୍ୟବିତ୍ତଙ୍କ ଆଶା ପୂରଣ ହୋଇଛି। କେନ୍ଦ୍ର ସରକାର ୭୫ ହଜାର କୋଟିର ବ୍ୟୟ ଅଟକଳ ସହିତ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ସେହି ସମସ୍ତ କୃଷକଙ୍କୁ ମଧ୍ୟ ଫାଇଦା ଦେବ ଯେଉଁମାନେ ଋଣ ନିଅନ୍ତିନାହିଁୱ ବିଜେପି ଅଧ୍ୟକ୍ଷ ଅମିତ ଶାହ। 01.50PM.- ପ୍ରଥମ ଥର ପାଇଁ ୩ ଲକ୍ଷ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ପ୍ରତିରକ୍ଷା ବଜେଟ୍। ‘ୱାନ୍‌ ରାଙ୍କ ୱାନ୍‌ ପେନ୍‌ସନ୍‌’ ପରେ ସେନାପାଇଁ ମୋଦି ସରକାରଙ୍କ ବଡ଼ ଘୋଷଣା। 01.42PM.- […]

2

Subrat Kumar Nayak
  • Published: Friday, 01 February 2019
  • , Updated: 01 February 2019, 02:10 PM IST
  • 02.09PM.-  କୃଷକ, ଶ୍ରମିକ ଏବଂ ମଧ୍ୟବିତ୍ତଙ୍କ ଆଶା ପୂରଣ ହୋଇଛି। କେନ୍ଦ୍ର ସରକାର ୭୫ ହଜାର କୋଟିର ବ୍ୟୟ ଅଟକଳ ସହିତ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ସେହି ସମସ୍ତ କୃଷକଙ୍କୁ ମଧ୍ୟ ଫାଇଦା ଦେବ ଯେଉଁମାନେ ଋଣ ନିଅନ୍ତିନାହିଁୱ ବିଜେପି ଅଧ୍ୟକ୍ଷ ଅମିତ ଶାହ।
  • 01.50PM.- ପ୍ରଥମ ଥର ପାଇଁ ୩ ଲକ୍ଷ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ପ୍ରତିରକ୍ଷା ବଜେଟ୍। ‘ୱାନ୍‌ ରାଙ୍କ ୱାନ୍‌ ପେନ୍‌ସନ୍‌’ ପରେ ସେନାପାଇଁ ମୋଦି ସରକାରଙ୍କ ବଡ଼ ଘୋଷଣା।
  • 01.42PM.- ଏହା ଏକ ଐତିହାସିକ ବଜେଟ୍‌। ସମାଜର ସମସ୍ତ ବର୍ଗର ଲୋକେ ଏହାଦ୍ୱାରା ଲାଭବାନ ହେବ: କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହ।
  • 01.27PM.- ଦେଶର ଜିଡିପି ଗତ ୫ ବର୍ଷରେ ସବୁଠାରୁ ଅଧିକ ହାରରେ ବଢ଼ିଛି। ସମଗ୍ର ବିଶ୍ୱରେ ଭାରତ ଏହି କ୍ଷେତ୍ରରେ ଶ୍ରେଷ୍ଠ: ଅର୍ଥମନ୍ତ୍ରୀ ପୀୟୂଷ ଗୋଏଲ।
  • 01.18PM.-ଏହା ଏକ ନିର୍ବାଚନୀ ବଜେଟ୍‌। ଏଥିରେ ଦୁଇଟି ଭଲ କଥା ହୋଇଛି। ଚାଷୀଙ୍କୁ ସିଧାସଳଖ ଟଙ୍କା ଟ୍ରାନ୍ସଫର ଏବଂ ଦରମାପ୍ରାପ୍ତ ମଧ୍ୟବିତ୍ତଙ୍କୁ ଟିକସ ରିହାତି ନିଶ୍ଚୟ ସ୍ୱାଗତଯୋଗ୍ୟ। ଆମେ ଯାହା ଶୁଣିବାକୁ ପାଇଲୁନି ତାହା ହେଉଛି ସରକାରଙ୍କ ଋଣର ପରିମାଣ କେତେ: ରାଘବ ବହଲ।
  • 01.14PM.- ଏକ ଗେମ୍‌ ଚେଞ୍ଜର ଅନ୍ତରୀଣ ବଜେଟ୍‌ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଅର୍ଥମନ୍ତ୍ରୀ ପୀୟୂଷ ଗୋଏଲଙ୍କୁ ଅଭିନନ୍ଦନ। କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ୬୦୦୦ ଟଙ୍କାର ସହାୟତା ଏବଂ ଦରମାପ୍ରାପ୍ତ ଓ ପେନ୍‌ସନ୍‌ଧାରୀ ମଧ୍ୟବିତ୍ତଙ୍କୁ ଟିକସ ରିହାତି ଏହି ସମସ୍ତ ବର୍ଗଙ୍କ ପାଇଁ ବେଶ୍‌ ହିତକର ହେବ: ରଜତ ଶର୍ମା।
  • 12.57PM.-କୃଷକ, ମଧ୍ୟବିତ୍ତ, ଗରିବ ଏବଂ ମହିଳା, ସବୁ ବର୍ଗର ଲୋକଙ୍କ ପାଇଁ ଏହି ବଜେଟ୍‌ ଉପହାର ଆଣିଛି। ଏହା ‘ନୂଆ ଭାରତ’ର ସ୍ୱପ୍ନକୁ ସାକାର କରିବ:ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ
  • 12.54PM.- ଏହା ମଧ୍ୟବର୍ତ୍ତୀ କାଳୀନ ବଜେଟ୍‌ ନୁହେଁ। ଏହା ଦେଶର ବିକାଶଶୀଳ ରୂପାନ୍ତରଣକୁ ଆଗେଇ ନେବ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି।
  • 12.50PM.-କେବଳ ଉତ୍ତର-ପୂର୍ବ ଭାରତ ପାଇଁ ଅନୁଦାନରେ ୨୧% ବୃଦ୍ଧି। ଚଳିତ ଆର୍ଥିକ ବର୍ଷରେ ୫୮,୧୬୬ କୋଟି ଟଙ୍କାକୁ ବୃଦ୍ଧି ପାଇବ ଅନୁଦାନ ପରିମାଣ।
  • 12.43PM.-ଫିଲ୍ମ ପାଇରେସି ବିରୋଧରେ ଯୁଦ୍ଧ ଘୋଷଣା କଲେ ସରକାର। ସିନେମାଟୋଗ୍ରାଫି ଆଇନରେ ଯୋଡ଼ାଯିବ ଆଣ୍ଟି-କ୍ୟାମ୍‌କୋର୍ଡିଂ ବ୍ୟବସ୍ଥା। ଫିଲ୍ମମେକିଂ ପାଇଁ ରହିବ ସିଙ୍ଗିଲ ୱିଣ୍ଡୋ କ୍ଲିଅରାନ୍ସ ବ୍ୟବସ୍ଥା।
  • 12.41PM.- କେନ୍ଦ୍ରୀୟ ବଜେଟ୍‌କୁ ବିରୋଧ କରି କଳା ସାର୍ଟ ପିନ୍ଧି ବିଧାନସଭା ଗଲେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡ଼ୁ।
  • 12.35PM.- ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ଉପରେ ଟିକସ ଛାଡ଼। ପିଏଫ୍‌ ଏବଂ ବୀମା କରିଥିଲେ ୬.୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ପାଇଁ ଦେବାକୁ ପଡ଼ିବନି ଆୟକର ଟିକସ।
  • 12.29 P.M. ୬୦ ବର୍ଷ ପରେ କାମକୁ ଯାଇନପାରିଲେ ମଧ୍ୟ ଘରେ ବସି ମାସିକ ୩ ହଜାର ଟଙ୍କ ପାଇବେ ଅଣସଂଗଠିତ କ୍ଷେତ୍ରରେ କାର୍ଯ୍ୟରତ ଶ୍ରମିକ।
  • 12.28 P.M.ଆଗାମୀ ୫ ବର୍ଷରେ ଅଣସଂଗଠିତ ଶ୍ରମିକଙ୍କ ପାଇଁ ହୋଇଥିବା ଯୋଜନା ମଧ୍ୟରୁ ଏହା ସର୍ବବୃହତ ଯୋଜନା ହେବ:ଅର୍ଥମନ୍ତ୍ରୀ ଗୋଏଲ।
  • 12.25 P.M. ଏଥିରେ ୧୦ କୋଟି ଶ୍ରମିକ ଉପକୃତ ହେବେ।
  • 12.18 P.M.:ପ୍ରଧାନମନ୍ତ୍ରୀ ଶ୍ରମ ଯୋଗୀ ମାନଧନ ନାମରେ ମେଗା ପେନ୍‌ସନ୍‌ ଯୋଜନା`ଅଧୀନରେ ଅଣସଂଗଠିତ କ୍ଷେତ୍ରରେ କାର୍ଯ୍ୟରତ ଶ୍ରମିକଙ୍କୁ ମାସିକ ୩୦୦୦ ଟଙ୍କା ଲେଖାଏ ମିଳିବ।
  • 12.03 P.M: ଆମ ସୈନିକମାନେ ଆମର ଗର୍ବ ଓ ଗୌରବ। ଗତ ୪୦ ବର୍ଷ ଧରି ପଡ଼ିରହିଥିବା ‘ୱାନ୍‌ ରାଙ୍କ ୱାନ୍‌ ପେନ୍‌ସନ୍‌’ ଆମେ ଲାଗୁ କରିଛୁ: ଅର୍ଥମନ୍ତ୍ରୀ ପୀୟୂଷ ଗୋଏଲ।
  • 11.58 AM:ଦେଶର ୭୦% ଚାଷୀଙ୍କ ପାଖରେ ୧ହେକ୍ଟରରୁ କମ୍‌ ଜମିଥାଏ ପ୍ରଧାନମନ୍ତ୍ରୀ କିଶାନ୍ ସମ୍ମାନ ନିଧି ଯୋଜନାରେ କଟ୍‌ ଅଫ୍‌ ୨ ହେକ୍ଟର ରଖାଯାଇଥିବାରୁ ପ୍ରାୟ ସମସ୍ତ ଚାଷୀ ଏଥିରୁ ଫାଇଦା ପାଇପାରିବେ।
  • 11.52 AM: ଚାଷୀଙ୍କୁ ସହାୟତା ବାବଦକୁ କେନ୍ଦ୍ର ସରକାରଙ୍କୁ ମୋଟ ୭୫,୦୦୦ କୋଟି ଟଙ୍କାର ବୋଝ।
  • 11.51 AM: ଫାଇଦାରେ ରହିବେ ୧୨ କୋଟି କ୍ଷୁଦ୍ର ଏବଂ ନାମମାତ୍ର ଚାଷ॥
  • 11.43 AM: ପ୍ରଧାନମନ୍ତ୍ରୀ କିଷାନ୍ ସମ୍ମାନ ନିଧି ଯୋଜନାରେ ଚାଷୀଙ୍କ ଆକାଉଣ୍ଟକୁ ଯିବ ୬୦୦୦ ଟଙ୍କା।
  • 11.42 AM: ବଜେଟ୍‌ ୨୦୧୯ରେ କୃଷକଙ୍କ ପାଇଁ ବଡ଼ ଘୋଷଣା କଲେ କେନ୍ଦ୍ରର କାମଚଳା ଅର୍ଥମନ୍ତ୍ରୀ ପୀୟୂଷ ଗୋଏଲ।

Related story