ଗଡ଼ଚିରୋଲି: ଖୋଲିଲା ନେତା-ନକ୍ସଲ ଲିଙ୍କର ଗୁମର

ମୁମ୍ବାଇ: ୧୫ ଜଣ ପୁଲିସ୍‌ ଏବଂ ଜଣେ ସାଧାରଣ ଲୋକଙ୍କ ଜୀବନ ନେଇଥିବା ମହାରାଷ୍ଟ୍ର ଗଡ଼ଚିରୋଲି ନକ୍ସଲ ହମ୍‌ଲା ବାବଦରେ ବଡ଼ ତଥ୍ୟ ସାମ୍ନାକୁ ଆସିଛି। ଟାଇମ୍ସ ନାଓ ପକ୍ଷରୁ ପ୍ରକାଶିତ ତଥ୍ୟ ଅନୁଯାୟୀ ଜଣେ ସ୍ଥାନୀୟ ଏନ୍‌ସିପି ନେତା ଏହି ଆକ୍ରମଣର ପ୍ଲାନିଂରେ ସାମିଲ ଥିଲେ। କୈଲାସ ରାମଚନ୍ଦାନୀ ନାମକ ଏହି ନେତାଙ୍କୁ ଏହି ଘଟଣାରେ ସମ୍ପୃକ୍ତି ନେଇ ଗତ ଜୁନ୍‌ ୩୦ରେ ଗିରଫ କରାଯାଇଥିଲା। ଏବେ ସେ ଏହି ଷଡ଼ଯନ୍ତ୍ରରେ ସାମିଲ ଥିବା ନିଜେ […]

gadchiroli

gadchiroli

Subrat Kumar Nayak
  • Published: Sunday, 07 July 2019
  • Updated: 07 July 2019, 05:45 PM IST

Sports

Latest News

ମୁମ୍ବାଇ: ୧୫ ଜଣ ପୁଲିସ୍‌ ଏବଂ ଜଣେ ସାଧାରଣ ଲୋକଙ୍କ ଜୀବନ ନେଇଥିବା ମହାରାଷ୍ଟ୍ର ଗଡ଼ଚିରୋଲି ନକ୍ସଲ ହମ୍‌ଲା ବାବଦରେ ବଡ଼ ତଥ୍ୟ ସାମ୍ନାକୁ ଆସିଛି। ଟାଇମ୍ସ ନାଓ ପକ୍ଷରୁ ପ୍ରକାଶିତ ତଥ୍ୟ ଅନୁଯାୟୀ ଜଣେ ସ୍ଥାନୀୟ ଏନ୍‌ସିପି ନେତା ଏହି ଆକ୍ରମଣର ପ୍ଲାନିଂରେ ସାମିଲ ଥିଲେ। କୈଲାସ ରାମଚନ୍ଦାନୀ ନାମକ ଏହି ନେତାଙ୍କୁ ଏହି ଘଟଣାରେ ସମ୍ପୃକ୍ତି ନେଇ ଗତ ଜୁନ୍‌ ୩୦ରେ ଗିରଫ କରାଯାଇଥିଲା। ଏବେ ସେ ଏହି ଷଡ଼ଯନ୍ତ୍ରରେ ସାମିଲ ଥିବା ନିଜେ ସ୍ୱୀକାର କରିଛନ୍ତି।

ଜଣେ ଉଚ୍ଚପଦସ୍ଥ ପୁଲିସ୍‌ ଅଧିକାରୀଙ୍କ ସୂଚନା ଅନୁଯାୟୀ, ୨ ଜଣ ନକ୍ସଲ ଏହି ମାମଲାରେ ଗିରଫ ହେବା ପରେ ସେମାନେ ରାମଚନ୍ଦାନୀଙ୍କ ସମ୍ପୃକ୍ତି ବାବଦରେ ମୁହଁ ଖୋଲିଥିଲେ। ରାମଚନ୍ଦାନୀ ଏହି ଅଞ୍ଚଳରେ ହିଂସାକାଣ୍ଡ ପାଇଁ କଞ୍ଚାମାଲ ଯୋଗାଇଆସୁଥିଲା। ଏପରିକି ଆକ୍ରମଣ ଦିନ ପୁଲିସ୍‌ର ଯିବା ଆସିବା ବାବଦରେ ମଧ୍ୟ ସେ ନକ୍ସଲଙ୍କୁ ସୂଚନା ଦେଇଥିବା ମାନିଯାଇଛି।

ରାମଚନ୍ଦାନୀ ଏନ୍‌ସିପିର ତହସିଲ ମୁଖ୍ୟ। ଏହି ଘଟଣା ସହିତ ଜଡ଼ିତ ଥିବା ଅଭିଯୋଗରେ ଗିରଫ ହୋଇଥିବା ୮ ଜଣଙ୍କ ମଧ୍ୟରୁ ଜଣେ। ଅନ୍ୟପକ୍ଷରେ ଏନ୍‌ସିପି ଜିଲ୍ଲା ମୁଖ୍ୟ ରବୀନ୍ଦ୍ର ୱାସେକର କହିଛନ୍ତି, ରାମଚନ୍ଦାନୀଙ୍କୁ ଦଳରୁ ବହିଷ୍କାର କରାଯିବ। ରାମଚନ୍ଦାନୀ ଏନ୍‌ସିପିର ପ୍ରତିଷ୍ଠା ସମୟରୁ ଦଳରେ ଅଛନ୍ତି। ସେ ଦଳର ବିଭିନ୍ନ ପଦପଦବୀରେ କାମ ମଧ୍ୟ କରିଛନ୍ତି। କିନ୍ତୁ ବର୍ତ୍ତମାନ ସେ କୌଣସି ପଦବୀରେ ନାହାନ୍ତି ବୋଲି ଏନ୍‌ସିପି ପକ୍ଷରୁ କୁହାଯାଇଛି।

ଏହି ଅଭିଯୁକ୍ତ ନେତା ପୁଲିସ୍‌ ହେପାଜତରେ ଜୁଲାଇ ୧୨ ଯାଏ ରହିବେ। ଏନ୍‌ଆଇଏ ଏହି ମାମଲାର ତଦନ୍ତ ଦାୟିତ୍ୱ ନେବାର ଗୋଟିଏ ଦିନ ପରେ ହିଁ ଏହି ଘଟଣା ସାମ୍ନାକୁ ଆସିଛି। ସୂଚନାଯୋଗ୍ୟ, ଗତ ମେ ୧ ତାରିଖରେ ପୁଲିସ୍‌ର ଏକ ୧୫ ଜଣିଆ କ୍ୱିକ୍‌ ଆକ୍ସନ୍‌ ଟିମ୍‌ ଏକ ଘରୋଇ ଗାଡ଼ିରେ ଯାଉଥିଲେ। ଦିନ ୧୨.୩୦ ସମୟରେ ଲାଲ ବାହିନୀ ଇମ୍ପ୍ରୋଭାଇଜଡ୍ ଏକ୍ସପ୍ଲୋସିଭ୍ ଡିଭାଇସ୍ (ଆଇଇଡି) ସାହାଯ୍ୟରେ ବିସ୍ଫୋରଣ ଘଟାଇବାରୁ ଏହି ଗାଡ଼ିର ଡ୍ରାଇଭରଙ୍କ ସମେତ ୧୬ ଜଣଙ୍କ ଜୀବନ ଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story