ଲକଡାଉନ ବୃଦ୍ଧିର ସଙ୍କେତ ଦେଲେ ମୋଦି, ୧୧ରେ ଚୂଡ଼ାନ୍ତ ନିଷ୍ପତ୍ତି

ନୂଆଦିଲ୍ଲୀ: ମହାମାରୀ କରୋନାର ମୁକାବିଲା ପାଇଁ ଦେଶରେ ଜାରି ହୋଇଥିବା ଲକଡାଉନ ଅବଧି ବୃଦ୍ଧି ପାଇବ। ଏନେଇ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସର୍ବଦଳୀୟ ବୈଠକରେ ସଙ୍କେତ ଦେଇଛନ୍ତି। ତେବେ ଏହା ଉପରେ ଚୂଡ଼ାନ୍ତ ନିଷ୍ପତ୍ତି ଆସନ୍ତା ୧୧ ତାରିଖରେ ନିଆଯିବ। ଶନିବାର ମୋଦି ରାଜ୍ୟର ସମସ୍ତ ମୁଖ୍ୟମନ୍ତ୍ରୀଙ୍କ ସହ ଭିଡିଓ କନଫରେନ୍ସିଂ ଜରିଆରେ ଆଲୋଚନା କରିବେ। ଏହି ସମୟରେ ସମସ୍ତଙ୍କ ସହ ଆଲୋଚନା କରି ଚୂଡ଼ାନ୍ତ ନିଷ୍ପତ୍ତି ନେବେ। ମାର୍ଚ୍ଚ ୨୫ ତାରିଖରୁ ଦେଶରେ ୨୧ […]

s

s

Hemant Lenka
  • Published: Wednesday, 08 April 2020
  • Updated: 08 April 2020, 08:25 PM IST

Sports

Latest News

ନୂଆଦିଲ୍ଲୀ: ମହାମାରୀ କରୋନାର ମୁକାବିଲା ପାଇଁ ଦେଶରେ ଜାରି ହୋଇଥିବା ଲକଡାଉନ ଅବଧି ବୃଦ୍ଧି ପାଇବ। ଏନେଇ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସର୍ବଦଳୀୟ ବୈଠକରେ ସଙ୍କେତ ଦେଇଛନ୍ତି। ତେବେ ଏହା ଉପରେ ଚୂଡ଼ାନ୍ତ ନିଷ୍ପତ୍ତି ଆସନ୍ତା ୧୧ ତାରିଖରେ ନିଆଯିବ। ଶନିବାର ମୋଦି ରାଜ୍ୟର ସମସ୍ତ ମୁଖ୍ୟମନ୍ତ୍ରୀଙ୍କ ସହ ଭିଡିଓ କନଫରେନ୍ସିଂ ଜରିଆରେ ଆଲୋଚନା କରିବେ। ଏହି ସମୟରେ ସମସ୍ତଙ୍କ ସହ ଆଲୋଚନା କରି ଚୂଡ଼ାନ୍ତ ନିଷ୍ପତ୍ତି ନେବେ।

ମାର୍ଚ୍ଚ ୨୫ ତାରିଖରୁ ଦେଶରେ ୨୧ ଦିନିଆ ଲକଡାଉନ ଆରମ୍ଭ ହୋଇଥିଲା। ଏହା ଆସନ୍ତା ୧୪ ତାରିଖ ରାତି ୧୨ଟାରେ ଶେଷ ହେବ। ହେଲେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାରୁ ଏକାଧିକ ରାଜ୍ୟ ସରକାର ଲକଡାଉନ ଅବଧିକୁ ବୃଦ୍ଧି କରିବାକୁ ଦାବି କରିଛନ୍ତି।

ଆଜି ବିଭିନ୍ନ ଦଳର ସାଂସଦମାନଙ୍କ ସହ ମୋଦି ଭିଡିଓ କନଫରେନ୍ସିଂ କରି କରୋନା ସ୍ଥିତି ଉପରେ ଆଲୋଚନା କରିଛନ୍ତି। ଏହି ସମୟରେ ଏକାଧିକ ରାଜ୍ୟର ସାଂସଦ ଲକଡାଉନ ବୃଦ୍ଧି କରିବାକୁ ପ୍ରସ୍ତାବ ଦେଇଥିଲେ। ବୈଠକରେ ଯୋଗଦେଇଥିବା ବିଜେଡି ସାଂସଦ ପିନାକୀ ମିଶ୍ର କହିଛନ୍ତି, “ଆଲୋଚନା ବେଳେ ପ୍ରଧାନମନ୍ତ୍ରୀ ଆମକୁ କରୋନା ଉପରେ ଅନେକ କଥା କହିଛନ୍ତି। ସେ କହିଛନ୍ତି କରୋନା ପୂର୍ବରୁ ଓ କରୋନା ପରେ ଜୀବନ ସମାନ ରହିବ ନାହିଁ।

ଅନେକ ସାମାଜିକ ଓ ବ୍ୟକ୍ତିଗତ କ୍ଷେତ୍ରରେ ପରିବର୍ତ୍ତନ ଆସିବ। ଏପ୍ରିଲ ୧୪ରେ ଏକାଥରକେ ସାରା ଦେଶରୁ ଲକଡାଉନ ଉଠିବ ନାହିଁ ବୋଲି ପ୍ରଧାନମନ୍ତ୍ରୀ ବୈଠକରେ ସ୍ପଷ୍ଟ କରିଛନ୍ତି। ତଥାପି ସେ ୧୧ ତାରିଖରେ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା କରିବେ। ଏହାପରେ କେଉଁ ରାଜ୍ୟରୁ ଲକଡାଉନ ଉଠିବ ଓ କେଉଁ ରାଜ୍ୟର କେତେ ଅଞ୍ଚଳରେ କଟକଣା ଲାଗୁ ହେବ, ତା’ର ନିଷ୍ପତ୍ତି ନେବେ।”

ବୈଠକରେ ଯୋଗଦେଇଥିବା କଂଗ୍ରେସ ସାଂସଦ ଗୁଲାମ ନବୀ ଆଜାଦ କହିଛନ୍ତି, “ପ୍ରଧାନମନ୍ତ୍ରୀ ସବୁ ରାଜନୀତିକ ଦଳ ଏକାଠି କରୋନା ବିରୋଧରେ ଲଢ଼େଇ କରୁଥିବାରୁ ଖୁସି ବ୍ୟକ୍ତ କରିଛନ୍ତି। ବୈଠକ ବେଳେ ୮୦% ରାଜ୍ୟର ସାଂସଦମାନେ ଲକଡାଉନ ସପକ୍ଷରେ ମତଦେଇଛନ୍ତି। ମୋଦି ମଧ୍ୟ ଏକାଥରେ ଲକଡାଉନ ସାରା ଦେଶରୁ ହଟିବ ନାହିଁ ବୋଲି ସଙ୍କେତ ଦେଇଛନ୍ତି। ଏନେଇ ସେ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ କଥା ହେବା ପରେ ଚୂଡ଼ାନ୍ତ ନିଷ୍ପତ୍ତି ନେବେ।”

ବୈଠକରେ ମୋଦି କହିଛନ୍ତି ଯେ “ପ୍ରତ୍ୟେକ ଭାରତୀୟଙ୍କ ଜୀବନ ବଞ୍ଚାଇବା ସରକାରଙ୍କ ପ୍ରଥମ ଲକ୍ଷ୍ୟ। ବର୍ତ୍ତମାନ ଦେଶରେ ଏକ ସାମାଜିକ ଜରୁରୀ ପରିସ୍ଥିତି ସୃଷ୍ଟି ହୋଇଛି। ଏଥିପାଇଁ କଠୋର ନିଷ୍ପତ୍ତି ନେବାକୁ ପଡ଼ିବ ଓ ସମସ୍ତଙ୍କୁ ଆଲର୍ଟ ରହିବାକୁ ପଡ଼ିବ। କରୋନା ଯୋଗୁ ସମଗ୍ର ବିଶ୍ୱର ସ୍ଥିତି ବିଗିଡ଼ି ଯାଇଛି। ଦ୍ୱିତୀୟ ବିଶ୍ୱଯୁଦ୍ଧ ପୂର୍ବରୁ ବିଶ୍ୱ ଯେମିତି ଥିଲା ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ସବୁ କିଛି ବଦଳି ଯାଇଥିଲା। ତେଣୁ କରୋନା ପୂର୍ବରୁ ଓ କରୋନା ପରେ ଦେଶର ସ୍ଥିତି ସମାନ ରହିବ ନାହିଁ। ତେଣୁ ତା’ ଉପରେ ଆମକୁ ଧ୍ୟାନ ଦେବାକୁ ପଡ଼ିବ।”

ବୈଠକ ବେଳେ ମହାରାଷ୍ଟ୍ର, ଛତିଶଗଡ଼, କର୍ଣ୍ଣାକଟା, ତେଲେଙ୍ଗାନା ଓ ଉତ୍ତର ପ୍ରଦେଶ ଭଳି ରାଜ୍ୟଗୁଡ଼ିକ ଲକଡାଉନ ସପକ୍ଷରେ ମତ ଦେଇଥିଲେ।

ସୂତ୍ର ଅନୁସାରେ ମୋଦି ସରକାର ପର୍ଯ୍ୟାୟକ୍ରମେ ସାରା ଦେଶରୁ ଲକଡାଉନ ହଟାଇବାକୁ ଚିନ୍ତା କରୁଛନ୍ତି। ଲକଡାଉନ ହଟିଲେ ବି ଏକାଧିକ କଟକଣା ରହିବ। ସେହିପରି ସାମାଜିକ ଦୂରତାକୁ ଅଧିକ ଗୁରୁତ୍ୱ ଦିଆଯିବ। ଆଉ ଏକ ସୂତ୍ରରେ କୁହାଯାଇଛି ଯେ କେନ୍ଦ୍ର ସରକାର ଆସନ୍ତା ୩୦ ତାରିଖ ଯାଏ ଲକଡାଉନ ବୃଦ୍ଧି କରିପାରନ୍ତି।

ଅନ୍ୟପକ୍ଷରେ ଉପ ରାଷ୍ଟ୍ରପତି ଭେଙ୍କୟା ନାଇଡୁ ମଧ୍ୟ ଏପ୍ରିଲ ୧୪ ପରେ ବି ଲକଡାଉନ ଜାରି ରଖିବା ସପକ୍ଷରେ ମତ ରଖିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story