ମେ’ ୧୭ ପରର ରଣନୀତି କ’ଣ ବୋଲି ପ୍ରଶ୍ନ କଲେ ରାହୁଲ ଗାନ୍ଧି

ନୂଆଦିଲ୍ଲୀ: କରୋନା ପାଇଁ ଦେଶରେ ଜାରି ରହିଥିବା ଲକଡାଉନ ଉଚ୍ଛେଦ ପାଇଁ ସ୍ୱତନ୍ତ୍ର ରଣନୀତି ଆବଶ୍ୟକ। ମେ’ ୧୭ ପରେ ସରକାର କ’ଣ ସବୁ ରଣନୀତି ଆପଣାଇବେ ଏକଥା ଦେଶବାସୀଙ୍କୁ ଜଣାନ୍ତୁ। ଲୋକଙ୍କ ମନରେ ଥିବା ଭୟକୁ ଦୂର କରି ଦେଶର ଅର୍ଥନୀତିକୁ ରି-ଓପନ କରନ୍ତୁ। କରୋନାର ସଙ୍କଟ ମଧ୍ୟରେ ଗରିବ ଓ ପ୍ରବାସୀମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ୬୫ ହଜାର କୋଟି ଟଙ୍କା କେନ୍ଦ୍ର ସରକାର ପଠାଇ ସହଯୋଗର ହାତ ବଢ଼ାନ୍ତୁ ବୋଲି କଂଗ୍ରେସ ସାଂସଦ ରାହୁଲ […]

f

f

Hemant Lenka
  • Published: Friday, 08 May 2020
  • Updated: 08 May 2020, 12:58 PM IST

Sports

Latest News

ନୂଆଦିଲ୍ଲୀ: କରୋନା ପାଇଁ ଦେଶରେ ଜାରି ରହିଥିବା ଲକଡାଉନ ଉଚ୍ଛେଦ ପାଇଁ ସ୍ୱତନ୍ତ୍ର ରଣନୀତି ଆବଶ୍ୟକ। ମେ’ ୧୭ ପରେ ସରକାର କ’ଣ ସବୁ ରଣନୀତି ଆପଣାଇବେ ଏକଥା ଦେଶବାସୀଙ୍କୁ ଜଣାନ୍ତୁ। ଲୋକଙ୍କ ମନରେ ଥିବା ଭୟକୁ ଦୂର କରି ଦେଶର ଅର୍ଥନୀତିକୁ ରି-ଓପନ କରନ୍ତୁ। କରୋନାର ସଙ୍କଟ ମଧ୍ୟରେ ଗରିବ ଓ ପ୍ରବାସୀମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ୬୫ ହଜାର କୋଟି ଟଙ୍କା କେନ୍ଦ୍ର ସରକାର ପଠାଇ ସହଯୋଗର ହାତ ବଢ଼ାନ୍ତୁ ବୋଲି କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ପରାମର୍ଶ ଦେଇଛନ୍ତି।

ଆଜି ଶ୍ରୀ ଗାନ୍ଧି ଭିଡିଓ କନଫରେନ୍ସିଂ ଜରିଆରେ ଗଣମାଧ୍ୟମ ପ୍ରତିନିଧିମାନଙ୍କ ସହ ଆଲୋଚନା କରିଥିଲେ। ସେ ଏହି ସମୟରେ କରୋନା ସ୍ଥିତି, ଲକଡାଉନ ଓ ଅର୍ଥନୀତି ଉପରେ ମତ ରଖିଛନ୍ତି।

ସେ କହିଛନ୍ତି, “ଏବେ ସରକାର ତାଙ୍କ କାର୍ଯ୍ୟକଳାପରେ ସ୍ୱଚ୍ଛତା ଆଣିବା ଦରକାର। ଆମେ ଜାଣିବାକୁ ଚାହୁଁଛୁ ଯେ କେବେ ସବୁ କିଛି ଖୋଲିବ ଓ ଏଥିପାଇଁ ସରକାର କ’ଣ ସବୁ ବ୍ୟବସ୍ଥା କରିଛନ୍ତି। ଲକଡାଉନ ଏମିତି ଏକ ସୁଇଚ୍‌ ନୁହେଁ ଯେ ଯାହାକୁ ଆପଣ ମନଇଚ୍ଛା ଅନ-ଅଫ କରିବେ।

ଏହାକୁ ଲାଗୁ କରିବା ଓ ପ୍ରତ୍ୟାହାର କରିବାକୁ ଅନେକ କିଛି ରଣନୀତି ଆବଶ୍ୟକ। ଏଥିପାଇଁ ମାନସିକତାରେ ପରିବର୍ତ୍ତନ ଦରକାର। ରିୟଲିଟି ବିଷୟରେ ସରକାର ଲୋକଙ୍କୁ ଜଣାନ୍ତୁ। ଲୋକଙ୍କ ମନରେ ଭୟର ଆସ୍ତରଣ ଦାନାବାନ୍ଧିଛି। ଲକଡାଉନ ଉଚ୍ଛେଦ କରିବାକୁ ହେଲେ ପ୍ରଥମେ ଲୋକଙ୍କ ମନରେ ଥିବା ଭୟକୁ ଦୂର କରିବା ଦରକାର।

୯୯% ଲୋକ ଭାଇରସ ଠାରୁ ଦୂରରେ ରହିଛନ୍ତି। କରୋନା ଭାଇରସରେ ୧% ଲୋକ ଆକ୍ରାନ୍ତ ହେବାର ଆଶଙ୍କା ରହିଛି। ୯୯% ଲୋକ ଆକ୍ରାନ୍ତ ହେବର ସମ୍ଭାବନା କମ। ଯେଉଁମାନେ ଅନ୍ୟ ରୋଗରେ ଆକ୍ରାନ୍ତ ନାହାନ୍ତି, ସେମାନଙ୍କର ଭାଇରସ କିଛି ବି କରିପାରିବ ନାହିଁ। ଲୋକଙ୍କ ମନରେ ଭାଇରସକୁ ନେଇ ଚାଲିଥିବା ଚିନ୍ତାଧାରାକୁ ବଦଳାଇବାକୁ ପଡ଼ିବ।

ସମାଲୋଚନା କରିବାର ଏହା ସମୟ ନୁହେଁ। ଏବେ ରଣନୀତି ପ୍ରସ୍ତୁତ କରିବାର ସମୟ। ଅର୍ଥନୀତି ଗଭୀରେ ଭାବେ ପ୍ରଭାବିତ ହେଉଛି। ରାଜ୍ୟମାନଙ୍କ ସହ ଆଲୋଚନା ନ କରି ନିଜ ଇଚ୍ଛାରେ ରେଡ, ଗ୍ରୀନ ଓ ଅରେଞ୍ଜ ପ୍ରସ୍ତୁତ କରିବା ଠିକ ନୁହେଁ। ଚାକିରି ଦେଉଥିବା ଲୋକଙ୍କୁ ସରକାର ସୁରକ୍ଷା ଯୋଗାଇ ଦେଲେ ଚାକିରି ହରାଇବାର ବିପଦ ସୃଷ୍ଟି ହେବନାହିଁ।

ଆମକୁ ସେହିଭଳି ଜବ କ୍ରିଏଟରଙ୍କୁ ଆର୍ଥିକ ସହାୟତା କରିବାକୁ ପଡ଼ିବ। ନଚେତ କୋଟି କୋଟି ଲୋକ ଚାକିରି ହରାଇବେ। ସରକାର କେବେ ଲକଡାଉନ ଖୋଲିବେ ଓ ଅର୍ଥନୀତିକୁ କାର୍ଯ୍ୟକ୍ଷମ କରିବେ, ସେକଥା ଜଣାନ୍ତୁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story