ଲୋକସଭା ଓ ବିଧାନସଭା ନିର୍ବାଚନ ଏକା ସାଙ୍ଗରେ କରିବା ସପକ୍ଷରେ ନିର୍ବାଚନ କମିଶନ

ନୂଆଦିଲ୍ଲୀ:ଲୋକସଭା ଓ ସମସ୍ତ ରାଜ୍ୟର ବିଧାନସଭା ନିର୍ବାଚନ ଏକା ସାଙ୍ଗରେ କରିବା ପାଇଁ ହୋଇଆସୁଥିବା ଦାବିକୁ ନିର୍ବାଚନ କମିଶନ ସମର୍ଥନ କରିଛନ୍ତି। ଏନେଇ କମିଶନ ଆଇନ ମନ୍ତ୍ରଣାଳୟକୁ ଚିଠି ମଧ୍ୟ ଲେଖିଛନ୍ତି। ମିଳିଥିବା ସୂଚନା ଅନୁସାରେ, ଲୋକସଭା ଓ ସମସ୍ତ ରାଜ୍ୟର ବିଧାନସଭା ନିର୍ବାଚନ ଏକା ସାଙ୍ଗରେ କରିବା ଦାବିକୁ ସମର୍ଥନ କରି ଗତ ମେ’ ମାସର ପ୍ରଥମ ସପ୍ତାହରେ ନିର୍ବାଚନ କମିଶନ ଆଇନ ମନ୍ତ୍ରଣାଳାୟକୁ ଏକ ଚିଠି ଲେଖିଥିଲେ। ଲୋକସଭା ଓ ସମସ୍ତ ରାଜ୍ୟର ବିଧାନସଭା […]

election-commission

Rakesh Mallick
  • Published: Wednesday, 08 June 2016
  • , Updated: 08 June 2016, 01:25 PM IST

ନୂଆଦିଲ୍ଲୀ:ଲୋକସଭା ଓ ସମସ୍ତ ରାଜ୍ୟର ବିଧାନସଭା ନିର୍ବାଚନ ଏକା ସାଙ୍ଗରେ କରିବା ପାଇଁ ହୋଇଆସୁଥିବା ଦାବିକୁ ନିର୍ବାଚନ କମିଶନ ସମର୍ଥନ କରିଛନ୍ତି। ଏନେଇ କମିଶନ ଆଇନ ମନ୍ତ୍ରଣାଳୟକୁ ଚିଠି ମଧ୍ୟ ଲେଖିଛନ୍ତି।

ମିଳିଥିବା ସୂଚନା ଅନୁସାରେ, ଲୋକସଭା ଓ ସମସ୍ତ ରାଜ୍ୟର ବିଧାନସଭା ନିର୍ବାଚନ ଏକା ସାଙ୍ଗରେ କରିବା ଦାବିକୁ ସମର୍ଥନ କରି ଗତ ମେ’ ମାସର ପ୍ରଥମ ସପ୍ତାହରେ ନିର୍ବାଚନ କମିଶନ ଆଇନ ମନ୍ତ୍ରଣାଳାୟକୁ ଏକ ଚିଠି ଲେଖିଥିଲେ।

ଲୋକସଭା ଓ ସମସ୍ତ ରାଜ୍ୟର ବିଧାନସଭା ନିର୍ବାଚନ ଏକା ସାଙ୍ଗରେ କରିବା ନେଇ ପ୍ରଥମ ଥର ପାଇଁ ନିର୍ବାଚନ କମିଶନ ଆନୁଷ୍ଠାନିକ ଭାବେ ଏଭଳି ମତବ୍ୟକ୍ତ କରିଛନ୍ତି।

ଦୁଇ ପୃଷା ସମ୍ବଳିତ ଏହି ଚିଠିରେ ନିର୍ବାଚନ କମିଶନ ଲେଖିଛନ୍ତି, “ଲୋକସଭା ଓ ସମସ୍ତ ରାଜ୍ୟର ବିଧାନସଭା ନିର୍ବାଚନ ଏକ ସାଙ୍ଗରେ କରିବା ନେଇ ଯଦି ରାଜନୈତିକ ଦଳ ଗୁଡ଼ିକ ସହମତି ଦିଅନ୍ତି ତାହାହେଲେ ଏହା କିଛି କଠନ କାର୍ଯ୍ୟ ନୁହେଁ।”

Related story