ଲୋକସଭାରେ ପାରିତ ହେଲା କାଶ୍ମୀର ହିଂସା ନେଇ ପ୍ରସ୍ତାବ

ନୂଆଦିଲ୍ଲୀ: କାଶ୍ମୀରରେ ହିଂସାକୁ ନେଇ ଆଜି ଲୋକସଭାରେ ପ୍ରସ୍ତାବ ପାରିତ ହୋଇଛି। ରାଷ୍ଟ୍ରର ସୁରକ୍ଷା ଓ ଅଖଣ୍ଡତାକୁ ନେଇ କୌଣସି ପ୍ରକାର ବୁଝାମଣା କରାଯିବ ନାହିଁ ବୋଲି ସର୍ବସମ୍ମତ  ପ୍ରସ୍ତାବ ଗୃହୀତ ହୋଇଥିଲା। ହିଜବୁଲ ମୁଜାହିଦ୍ଦିନ କମାଣ୍ଡର ବୁରହନ୍‌ ୱାନିଙ୍କ ମୃତ୍ୟୁ ପରେ କାଶ୍ମୀର ଘାଟିରେ ହିଂସା ବ୍ୟାପିଥିଲା। ହିଂସାକୁ ଦୃଷ୍ଟିରେ ରଖି ଘାଟି ଅଞ୍ଚଳରେ କର୍ଫ୍ୟୁ ଜାରି କରାଯାଇଥିଲା। ଏହାପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ବସିଥିଲା। ବିରୋଧୀଙ୍କ ଦାବି ପରେ ଏ […]

the-parliament-house

Rakesh Mallick
  • Published: Friday, 12 August 2016
  • , Updated: 12 August 2016, 04:25 PM IST

ନୂଆଦିଲ୍ଲୀ: କାଶ୍ମୀରରେ ହିଂସାକୁ ନେଇ ଆଜି ଲୋକସଭାରେ ପ୍ରସ୍ତାବ ପାରିତ ହୋଇଛି। ରାଷ୍ଟ୍ରର ସୁରକ୍ଷା ଓ ଅଖଣ୍ଡତାକୁ ନେଇ କୌଣସି ପ୍ରକାର ବୁଝାମଣା କରାଯିବ ନାହିଁ ବୋଲି ସର୍ବସମ୍ମତ  ପ୍ରସ୍ତାବ ଗୃହୀତ ହୋଇଥିଲା।

ହିଜବୁଲ ମୁଜାହିଦ୍ଦିନ କମାଣ୍ଡର ବୁରହନ୍‌ ୱାନିଙ୍କ ମୃତ୍ୟୁ ପରେ କାଶ୍ମୀର ଘାଟିରେ ହିଂସା ବ୍ୟାପିଥିଲା। ହିଂସାକୁ ଦୃଷ୍ଟିରେ ରଖି ଘାଟି ଅଞ୍ଚଳରେ କର୍ଫ୍ୟୁ ଜାରି କରାଯାଇଥିଲା।

ଏହାପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ବସିଥିଲା। ବିରୋଧୀଙ୍କ ଦାବି ପରେ ଏ ନେଇ ସରକାର ରାଜ୍ୟସଭାରେ କାଶ୍ମୀର ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ।

ରାଜ୍ୟସଭାରେ କାଶ୍ମୀର ପ୍ରସଙ୍ଗକୁ ନେଇ ଆଲୋଚନା ବେଳେ ଗୃହମନ୍ତ୍ରୀ ରାଜନାଥ ସିଂହ କହିଥିଲେ, “କାଶ୍ମୀର ଘାଟିରେ ଦେଖାଯାଇଥିବା  ହିଂସା ପଛରେ ପାକିସ୍ତାନର ହାତ ରହିଛି। ଏବେ ପାକିସ୍ତାନ ସହ କାଶ୍ମୀର ନୁହେଁ ଅଧିକୃତ କାଶ୍ମୀର ପ୍ରସଙ୍ଗରେ କଥାବାର୍ତ୍ତା କରାଯିବ। କାଶ୍ମୀର ପ୍ରସଙ୍ଗକୁ ନେଇ ୧୨ ଅଗଷ୍ଟରେ ଏକ ସର୍ବଦଳୀୟ ବୈଠକ ଡକାଯିବ। ଏଥିରେ ପ୍ରଧାନମନ୍ତ୍ରୀ ମୋଦି ଯୋଗ ଦେବେ।”

Related story