ଲକ୍ଷ୍ନୌରେ ଜରୁରୀ ଅବତରଣ କଲା ଦିଲ୍ଲୀରୁ ଭୁବନେଶ୍ୱର ଆସୁଥିବା ଏୟାର ଇଣ୍ଡିଆ ବିମାନ

ନୂଆଦିଲ୍ଲୀ: ୧୬୯ ଜଣ ଯାତ୍ରୀଙ୍କୁ ନେଇ ଦିଲ୍ଲୀରୁ ଭୁବନେଶ୍ୱର ଆସୁଥିବା ଏୟାର ଇଣ୍ଡିଆର ଏକ ବିମାନର ସମ୍ମୁଖ ୱିଣ୍ଡସିଲ୍ଡ ବା ୱିଣ୍ଡସ୍କ୍ରିନରେ ଫାଟ ଦେଖାଯିବାରୁ ମଙ୍ଗଳବାର ଲକ୍ଷ୍ନୌ ବିମାନବନ୍ଦରରେ ଏହାକୁ ଜରୁରୀ ଅବତରଣ କରାଯାଇଛି। ବିମାନର ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି। ବିମାନବନ୍ଦର ନିର୍ଦ୍ଦେଶକ ଏସି.ସି ହୋତା କହିଛନ୍ତି ଯେ ଏଆଇ-୮୭୩ ଏୟାରବସ୍ ୩୨୧ ଭୁବନେଶ୍ୱର ଅଭିମୁଖେ ଯାଉଥିବା ବେଳେ ପାଇଲଟ୍ ସମ୍ମୁଖ ୱିଣ୍ଡସିଲ୍ଡ ବା ୱିଣ୍ଡସ୍କ୍ରିନରେ ଫାଟ ଦେଖିବାକୁ ପାଇଥିଲେ। ଫାଟ ଦେଖିବା ମାତ୍ରେ ପାଇଲଟ୍ […]

airindia

Rakesh Mallick
  • Published: Tuesday, 19 May 2015
  • , Updated: 20 May 2015, 02:13 AM IST

ନୂଆଦିଲ୍ଲୀ: ୧୬୯ ଜଣ ଯାତ୍ରୀଙ୍କୁ ନେଇ ଦିଲ୍ଲୀରୁ ଭୁବନେଶ୍ୱର ଆସୁଥିବା ଏୟାର ଇଣ୍ଡିଆର ଏକ ବିମାନର ସମ୍ମୁଖ ୱିଣ୍ଡସିଲ୍ଡ ବା ୱିଣ୍ଡସ୍କ୍ରିନରେ ଫାଟ ଦେଖାଯିବାରୁ ମଙ୍ଗଳବାର ଲକ୍ଷ୍ନୌ ବିମାନବନ୍ଦରରେ ଏହାକୁ ଜରୁରୀ ଅବତରଣ କରାଯାଇଛି। ବିମାନର ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି।

ବିମାନବନ୍ଦର ନିର୍ଦ୍ଦେଶକ ଏସି.ସି ହୋତା କହିଛନ୍ତି ଯେ ଏଆଇ-୮୭୩ ଏୟାରବସ୍ ୩୨୧ ଭୁବନେଶ୍ୱର ଅଭିମୁଖେ ଯାଉଥିବା ବେଳେ ପାଇଲଟ୍ ସମ୍ମୁଖ ୱିଣ୍ଡସିଲ୍ଡ ବା ୱିଣ୍ଡସ୍କ୍ରିନରେ ଫାଟ ଦେଖିବାକୁ ପାଇଥିଲେ। ଫାଟ ଦେଖିବା ମାତ୍ରେ ପାଇଲଟ୍ ଲକ୍ଷ୍ନୌ ବିମାନବନ୍ଦର ଟ୍ରାଫିକ୍ କଣ୍ଟ୍ରୋଲ୍ ସହିତ ଯୋଗାଯୋଗ କରିଥିଲେ ଏବଂ ଜରୁରୀ ଅବତରଣ ପାଇଁ ଅନୁମତି ମାଗି ଥିଲେ। ସେତେବେଳେ ବିମାନଟି ମଧ୍ୟପ୍ରଦେଶର ଖୁଜରାହୋ ନିକଟରେ ଥିଲା। ସକାଳ ୧୧ଟା ୪୫ ମିନିଟରେ ଏହି ବିମାନର ପାଇଲଟ ଲକ୍ଷ୍ନୌ ବିମାନବନ୍ଦରର ଟ୍ରାଫିକ୍ କଣ୍ଟ୍ରୋଲ ସହିତ ଯୋଗାଯୋଗ କରିଥିଲେ ଓ ୧୨ଟା ୩୭ରେ ଆସି ସେଠାରେ ବିମାନଟିକୁ ଜରୁରୀ ଅବତରଣ କରାଇଥିଲେ।

ରାତି ପ୍ରାୟ ସାଢ଼େ ୯ଟା ବେଳକୁ ଯାତ୍ରୀମାନଙ୍କୁ ଏକ ସ୍ୱତନ୍ତ୍ର ବିମାନ ଯୋଗେ ଲକ୍ଷ୍ନୌରୁ ଭୁବନେଶ୍ୱର ଅଣାଯାଇଥିଲା।

Related story