ମଧ୍ୟପ୍ରଦେଶ: ଦୁଇ ଟ୍ରେନ ଲାଇନଚ୍ୟୁତ, ମୃତ ସଂଖ୍ୟା ୩୧କୁ ବୃଦ୍ଧି

ମଧ୍ୟପ୍ରଦେଶ: ଗତକାଲି ବିଳମ୍ବିତ ରାତିରେ ମଧ୍ୟପ୍ରଦେଶରେ ଦୁଇଟି ଟ୍ରେନ ଲାଇନଚ୍ୟୁତ ହୋଯିବାରୁ ୩୧ଜଣଙ୍କ ମୃତ୍ୟୁ ଘଟିଛି । ଏହି ଦୁର୍ଘଟଣାରେ ୨୫ରୁ ଅଧିକ ରେଳ ଯାତ୍ରୀ ଆହତ ହୋଇଛନ୍ତି ।  ଦୁର୍ଘଟଣା ସ୍ଥଳରୁ ପ୍ରାୟ ୩୦୦ ଯାତ୍ରୀଙ୍କୁ ଉଦ୍ଧାର କରାଯାଇଛି । ମଧ୍ୟପ୍ରେଦଶର କୁଦାୱା ଷ୍ଟେଶନ ନିକଟରେ ଏହି ଦୁର୍ଘଟଣା ଘଟିଛି। ଗତକାଲି ରାତି ପ୍ରାୟ ସାଢେ଼ ୧୧ଟାରେ କାମାୟନୀ ଏକ୍ସପ୍ରେସ ଓ ଜନତା ଏକ୍ସପ୍ରେସର ୧୦ଟି ବଗି ମଚକ ନଦୀ ପୋଲ ଉପରେ ଲାଇନଚ୍ୟୁତ ହୋଇଯାଇ […]

trin

trin

Rakesh Mallick
  • Published: Wednesday, 05 August 2015
  • Updated: 05 August 2015, 08:13 AM IST

Sports

Latest News

ମଧ୍ୟପ୍ରଦେଶ: ଗତକାଲି ବିଳମ୍ବିତ ରାତିରେ ମଧ୍ୟପ୍ରଦେଶରେ ଦୁଇଟି ଟ୍ରେନ ଲାଇନଚ୍ୟୁତ ହୋଯିବାରୁ ୩୧ଜଣଙ୍କ ମୃତ୍ୟୁ ଘଟିଛି । ଏହି ଦୁର୍ଘଟଣାରେ ୨୫ରୁ ଅଧିକ ରେଳ ଯାତ୍ରୀ ଆହତ ହୋଇଛନ୍ତି ।  ଦୁର୍ଘଟଣା ସ୍ଥଳରୁ ପ୍ରାୟ ୩୦୦ ଯାତ୍ରୀଙ୍କୁ ଉଦ୍ଧାର କରାଯାଇଛି । ମଧ୍ୟପ୍ରେଦଶର କୁଦାୱା ଷ୍ଟେଶନ ନିକଟରେ ଏହି ଦୁର୍ଘଟଣା ଘଟିଛି। ଗତକାଲି ରାତି ପ୍ରାୟ ସାଢେ଼ ୧୧ଟାରେ କାମାୟନୀ ଏକ୍ସପ୍ରେସ ଓ ଜନତା ଏକ୍ସପ୍ରେସର ୧୦ଟି ବଗି ମଚକ ନଦୀ ପୋଲ ଉପରେ ଲାଇନଚ୍ୟୁତ ହୋଇଯାଇ ନଦୀକୁ ଖସିପଡିଥିଲା । ମୁମ୍ୱାଇରୁ ବାରାଣସୀ ଯାଉଥିବା କାମାୟନୀ ଏକ୍ସେପ୍ରେସ ପୋଲ ଉପରେ ଲାଇନଚ୍ୟୁତ ହୋଇଯିବାରୁ ଟ୍ରେନର ୬ଟି ବଗି ନଦୀ ଭିତରକୁ ଖସି ପଡ଼ିଥିଲା। ଏହାର କିଛି ସମୟ ପରେ ଜବଲପୁର-ମୁମ୍ୱାଇ ଜନତା ଏକ୍ସପ୍ରେସର ୪ଟି ବଗି ଲାଇନଚ୍ୟୁତ ହୋଇଥିଲା। ପ୍ରବଳ ବର୍ଷାରେ ଟ୍ରାକ୍ ଧୋଇ ହୋଇଯାଇଥିବା କାରଣରୁ ଏହି ଦୁର୍ଘଟଣା ଘଟିଥିବା ରେଳବାଇ ପକ୍ଷରୁ କୁହାଯାଇଛି। ରେଳ ମନ୍ତ୍ରଣାଳୟ ପକ୍ଷରୁ ମୃତକଙ୍କ ପରିବାର ଓ ଆହତଙ୍କ ପାଇଁ କ୍ଷତିପୂରଣ ଘୋଷଣା କରାଯାଇଛି । ମୃତକଙ୍କ ପରିବାରକୁ ୨ଲକ୍ଷ ଓ ଆହତଙ୍କୁ ୫୦ ହଜାର ଟଙ୍କାର କ୍ଷତିପୂରଣ ପ୍ରଦାନ କରାଯିବ ବୋଲି ରେଳ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।

ଦୁର୍ଘଟଣା ସମ୍ପର୍କରେ ଖବର ପାଇ ଘଟଣାସ୍ଥଳରେ ରିଲିଫ ଟ୍ରେନ୍ ଓ ଉଦ୍ଧାରକାରୀ ଦଳ ପହଞ୍ଚି ଉଦ୍ଧାର କାର୍ଯ୍ୟ ଚଳାଇଛନ୍ତି । ଉଦ୍ଧାରକାରୀ ଦଳ ୩ଟି ସ୍ୱତନ୍ତ୍ର ଟ୍ରେନ୍ ଘଟଣାସ୍ଥଳରେ ପହଞ୍ଚିଥିଲା । ତେବେ ରାତି ଅନ୍ଧାର ଓ ପାଣି ସମସ୍ୟା ଯୋଗୁଁ ଉଦ୍ଧାର କାର୍ଯ୍ୟରେ ବିଳମ୍ୱ ଘଟିଥିଲା । ଆହତମାନଙ୍କୁ ସ୍ଥାନୀୟ ଡାକ୍ତରକାନାରେ ଭର୍ତ୍ତି କରାଯାଇଛି। ଉଦ୍ଧାର ଯାତ୍ରୀଙ୍କ ଲାଗି ସୁବିଧା ଲାଗି ରେଳବାଇ ପକ୍ଷରୁ ଉଦ୍ୟମ କରାଯାଉଥିବା ରେଳମନ୍ତ୍ରୀ ସୁରେଶ ପ୍ରଭୁ ସୂଚନା ଦେଇଛନ୍ତି । ଦୁର୍ଘଟଣାର କାରଣ ଜାଣିବା ଲାଗି ଏହାର ତଦନ୍ତ କରାଯିବ ବୋଲି ରେଳବାଇ ବୋର୍ଡ ଚେୟାରମ୍ୟାନ କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁର୍ଘଟଣାକୁ ନେଇ ଦୁଃଖ ପ୍ରକାଶ କରିବା ସହ ମୃତଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି । ରାଷ୍ଟ୍ରପ୍ରତି ପ୍ରଣବ ମୁଖାର୍ଜୀ ମଧ୍ୟ ଦୁର୍ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି । ଦୁର୍ଘଟଣା ପରେ ରେଳବାଇ ପକ୍ଷରୁ ବିଭିନ୍ନ ହେଲ୍ପଲାଇନ ନମ୍ୱର ଖୋଲାଯାଇଛି। ଯାତ୍ରୀଙ୍କ ସମ୍ପର୍କୀୟମାନେ ଏହି ନମ୍ୱରରେ ଯୋଗଯୋଗ କରିପାରିବେ । ହେଲ୍ପଲାଇନ ନମ୍ୱରଗୁଡ଼ିକ ହେଲା ଥାନେ ୦୨୨୨୫୩୩୪୮୪୦, ଭୋପାଳ ୦୭୫୫୪୦୦୧୬୦୯, ବାରାଣସୀ, ୦୫୪୨୨୫୦୪୨୨୧, ବିନା ୦୭୫୮୦୨୨୨୦୫୨, ହରଦା ୦୯୭୫୨୪୬୦୦୮୮ ଓ ମୁମ୍ୱାଇ ସିଏସିଟି- ୦୨୨୨୨୬୯୪୦୪୦ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story