ବିହାର: ମଧ୍ୟାହ୍ନ ଭୋଜନ ଖାଇ ୮୦ ଛାତ୍ରଛାତ୍ରୀ ଅସୁସ୍ଥ

ବିହାର: ବିହାର ଅରରିଆ ଭରଗାମା ଅଞ୍ଚଳରେ ଥିବା ଏକ ସରକାରୀ ସ୍କୁଲରେ ମଧ୍ୟାହ୍ନ ଭୋଜନ ଖାଇ ୮୦ ଜଣ ଛାତ୍ରଛାତ୍ରୀ ଅସୁସ୍ଥ ହୋଇପଡିଛନ୍ତି । ମଧ୍ୟାହ୍ନ ଭୋଜନ ଖାଇବା ପରେ ଅନେକ ଛାତ୍ରଛାତ୍ରୀଙ୍କ ବାନ୍ତି ହୋଇଥିଲା। ସେମାନଙ୍କୁ ତୁରନ୍ତ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଖାଦ୍ୟ ବିଷାକ୍ତ ହେବା ଯୋଗୁଁ ଏପରି ହୋଇଥିବା ଡାକ୍ତର କହିଛନ୍ତି।  ପିଲାଙ୍କ ପାଇଁ ରନ୍ଧା ଯାଇଥିବା ଖାଦ୍ୟରେ ଏକ ମଲା ଝିଟପିଟି ପଡିଯାଇଥିବାରୁ ଉକ୍ତ ଖାଦ୍ୟକୁ ଖାଇ ପିଲାମାନେ ଅସୁସ୍ଥ […]

bihar

Rakesh Mallick
  • Published: Tuesday, 30 June 2015
  • , Updated: 30 June 2015, 09:56 AM IST

ବିହାର: ବିହାର ଅରରିଆ ଭରଗାମା ଅଞ୍ଚଳରେ ଥିବା ଏକ ସରକାରୀ ସ୍କୁଲରେ ମଧ୍ୟାହ୍ନ ଭୋଜନ ଖାଇ ୮୦ ଜଣ ଛାତ୍ରଛାତ୍ରୀ ଅସୁସ୍ଥ ହୋଇପଡିଛନ୍ତି । ମଧ୍ୟାହ୍ନ ଭୋଜନ ଖାଇବା ପରେ ଅନେକ ଛାତ୍ରଛାତ୍ରୀଙ୍କ ବାନ୍ତି ହୋଇଥିଲା। ସେମାନଙ୍କୁ ତୁରନ୍ତ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଖାଦ୍ୟ ବିଷାକ୍ତ ହେବା ଯୋଗୁଁ ଏପରି ହୋଇଥିବା ଡାକ୍ତର କହିଛନ୍ତି।  ପିଲାଙ୍କ ପାଇଁ ରନ୍ଧା ଯାଇଥିବା ଖାଦ୍ୟରେ ଏକ ମଲା ଝିଟପିଟି ପଡିଯାଇଥିବାରୁ ଉକ୍ତ ଖାଦ୍ୟକୁ ଖାଇ ପିଲାମାନେ ଅସୁସ୍ଥ ହୋଇଯାଇଥିଲେ । ଏହା ପୂର୍ବରୁ ବିହାରରେ ମଧ୍ୟାହ୍ନ ଭୋଜନ ଖାଇ ୫୦ ଜଣ ଛାତ୍ରଛାତ୍ରୀ ଅସୁସ୍ଥ ହୋଇ ପଡିଥିଲେ।

Related story