ତାମିଲନାଡୁ ରାଜନୀତି: ଅକ୍ଟୋବର ୪ ଯାଏଁ ହୋଇପାରିବନି ଆସ୍ଥା ଭୋଟ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ତାମିଲନାଡୁ ବିଧାନସଭାରେ ଏବେ ଶକ୍ତି ପରୀକ୍ଷା ହୋଇପାରିବ ନାହିଁ। ଆସନ୍ତା ଅକ୍ଟୋବର ୪ ତାରିଖ ପର୍ଯ୍ୟନ୍ତ ବିଧାନସଭାରେ ଆସ୍ଥା ଭୋଟ ହୋଇପାରିବ ନାହିଁ ବୋଲି ନିର୍ଦ୍ଦେଶ ଦେଇଛନ୍ତି ମାଡ୍ରାସ ହାଇକୋର୍ଟ। ଯେ ପର୍ଯ୍ୟନ୍ତ ୧୮ ଜଣ ଅଯୋଗ୍ୟ ଘୋଷିତ ବିଧାୟକଙ୍କ ସଂପର୍କିତ ମାମଲାର ଫଇସଲା ହୋଇନାହିଁ, ସେ ପର୍ଯ୍ୟନ୍ତ ବିଧାନସଭାରେ ଆସ୍ଥା ଭୋଟ ହୋଇପାରିବ ନାହିଁ ବୋଲି ନିର୍ଦ୍ଦେଶ ଦେଇଛନ୍ତି ମାଡ୍ରାସ ହାଇକୋର୍ଟ। ତା ଛଡ଼ା ଏହି ୧୮ଟି ବିଧାନସଭା ଆସନରେ ଉପ ନିର୍ବାଚନ […]

Rakesh Mallick
  • Published: Wednesday, 20 September 2017
  • Updated: 20 September 2017, 06:58 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ତାମିଲନାଡୁ ବିଧାନସଭାରେ ଏବେ ଶକ୍ତି ପରୀକ୍ଷା ହୋଇପାରିବ ନାହିଁ। ଆସନ୍ତା ଅକ୍ଟୋବର ୪ ତାରିଖ ପର୍ଯ୍ୟନ୍ତ ବିଧାନସଭାରେ ଆସ୍ଥା ଭୋଟ ହୋଇପାରିବ ନାହିଁ ବୋଲି ନିର୍ଦ୍ଦେଶ ଦେଇଛନ୍ତି ମାଡ୍ରାସ ହାଇକୋର୍ଟ। ଯେ ପର୍ଯ୍ୟନ୍ତ ୧୮ ଜଣ ଅଯୋଗ୍ୟ ଘୋଷିତ ବିଧାୟକଙ୍କ ସଂପର୍କିତ ମାମଲାର ଫଇସଲା ହୋଇନାହିଁ, ସେ ପର୍ଯ୍ୟନ୍ତ ବିଧାନସଭାରେ ଆସ୍ଥା ଭୋଟ ହୋଇପାରିବ ନାହିଁ ବୋଲି ନିର୍ଦ୍ଦେଶ ଦେଇଛନ୍ତି ମାଡ୍ରାସ ହାଇକୋର୍ଟ। ତା ଛଡ଼ା ଏହି ୧୮ଟି ବିଧାନସଭା ଆସନରେ ଉପ ନିର୍ବାଚନ ଲାଗି ବିଜ୍ଞପ୍ତି ମଧ୍ୟ ପ୍ରକାଶ କରାଯାଇପାରିବ ନାହିଁ। ଦିନାକରଣଙ୍କ ୧୮ ଜଣ ସମର୍ଥକ ବିଧାୟକଙ୍କ ସଭ୍ୟ ପଦକୁ ରଦ୍ଦ କରିଥିଲେ ବାଚସ୍ପତି। ଏହା ବିରୋଧରେ ୮ ଜଣ ହାଇକୋର୍ଟ ଯାଇଛନ୍ତି  ଆଜି ଏହାର ଶୁଣାଣି ଥିଲା  ଏହି ମାମଲାର ପରବର୍ତ୍ତୀ ଶୁଣାଣି ଅକ୍ଟୋବର ୪ ତାରିଖରେ ହେବ। ପୂର୍ବରୁ ଅଗଷ୍ଟ ୨୨ ତାରିଖରେ ଏହି ୧୮ ଜଣ ବିଧାୟକ ରାଜ୍ୟପାଳଙ୍କୁ ଭେଟି ପଲାନିସ୍ୱାମୀ ସରକାରରୁ ସମର୍ଥନ ପ୍ରତ୍ୟାହାର କରିଥିବା ଜଣାଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos