ପୁଲିସକୁ ବଡ଼ ସଫଳତା, ୫ ନକ୍ସଲ ସଫା

ମୁମ୍ୱାଇ: ମହାରାଷ୍ଟ୍ର ଗଢ଼ଚିରୋଲିର କୋସମି-କିସନେଲୀ ଜଙ୍ଗଲରେ ପୁଲିସ (ସି-୬୦ କମାଣ୍ଡୋ)କୁ ବଡ଼ ସଫଳତା। ନକ୍ସଲ ଏବଂ ପୁଲିସ ମଧ୍ୟରେ ଗୁଳିବିନିମୟରେ ୫ ନକ୍ସଲଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ତିନି ମହିଳା ନକ୍ସଲ ରହିଛନ୍ତି। ଆଜି ସକାଳେ ଗଢ଼ ଚିରୋଲିରେ ଥିବା ଘଞ୍ଚ ଜଙ୍ଗଲରେ ପୁଲିସ ଟିମ୍ ପାଟ୍ରୋଲିଂ କରୁଥିବା ବେଳେ ନକ୍ସଲ ମାନେ ତାଙ୍କ ଉପରେ ଆକ୍ରମଣ କରିଥିଲେ। ଆଉ ପୁଲିସ ମଧ୍ୟ କଡ଼ା ଜବାବ ଦେଇଛି। ତେବେ ମୃତ ନକ୍ସଲଙ୍କ ପରିଚୟ ମିଳି ପାରି […]

Five naxals killed in Gyarapatti

Subhransu Sekhar
  • Published: Sunday, 18 October 2020
  • , Updated: 18 October 2020, 10:14 PM IST

ମୁମ୍ୱାଇ: ମହାରାଷ୍ଟ୍ର ଗଢ଼ଚିରୋଲିର କୋସମି-କିସନେଲୀ ଜଙ୍ଗଲରେ ପୁଲିସ (ସି-୬୦ କମାଣ୍ଡୋ)କୁ ବଡ଼ ସଫଳତା। ନକ୍ସଲ ଏବଂ ପୁଲିସ ମଧ୍ୟରେ ଗୁଳିବିନିମୟରେ ୫ ନକ୍ସଲଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ତିନି ମହିଳା ନକ୍ସଲ ରହିଛନ୍ତି।

ଆଜି ସକାଳେ ଗଢ଼ ଚିରୋଲିରେ ଥିବା ଘଞ୍ଚ ଜଙ୍ଗଲରେ ପୁଲିସ ଟିମ୍ ପାଟ୍ରୋଲିଂ କରୁଥିବା ବେଳେ ନକ୍ସଲ ମାନେ ତାଙ୍କ ଉପରେ ଆକ୍ରମଣ କରିଥିଲେ। ଆଉ ପୁଲିସ ମଧ୍ୟ କଡ଼ା ଜବାବ ଦେଇଛି। ତେବେ ମୃତ ନକ୍ସଲଙ୍କ ପରିଚୟ ମିଳି ପାରି ନାହିଁ।

ଏହି ଏନକାଉଣ୍ଟରରେ କୌଣସି ସୁରକ୍ଷା ବାହିନୀଙ୍କର କ୍ଷତି ହୋଇନି। ଗଢ଼ିଚିରୋଲିର ଏସପି ଅଙ୍କିତ ଗୋୟଲ ଏହି ସୂଚନା ଦେଇଛନ୍ତି। ମହାରାଷ୍ଟ୍ର ପୁଲିସ ଗତ କିଛି ମାସ ମଧ୍ୟରେ ନକ୍ସଲଙ୍କ ବିରୋଧରେ ଏକ ବଡ଼ ଅଭିଯାନ ଆରମ୍ଭ କରିଛନ୍ତି।

Related story