ସାହାଯ୍ୟ ପାଇଁ କୃତଜ୍ଞତା: ଯବାନଙ୍କ ପାଦ ଛୁଇଁ ଧନ୍ୟବାଦ ଜଣାଇଲେ ମହିଳା

ମୁମ୍ବାଇ: ମୌସୁମୀ ଆସିଲେ ଜଳମଗ୍ନ ହୁଏ ମହାରାଷ୍ଟ୍ର। ଏଠାରେ ଉଦ୍ଧାରକାରୀ ଦଳ ଲୋକଙ୍କ ଜୀବନ ରକ୍ଷା ପାଇଁ ଦିନରାତି ପରିଶ୍ରମ କରୁଛନ୍ତି। ଆଉ ଏହି ପରିଶ୍ରମକୁ ସ୍ଥାନୀୟ ଲୋକେ କୃତଜ୍ଞତା ଜଣାଇବାର ତରିକା ବେଶ୍‌ ଚର୍ଚ୍ଚାରେ ରହିଛି। ଏମିତି ଏକ ଭିଡିଓ ଏବେ ଭାଇରାଲ ହେଉଛି। ଏଥିରେ ଜଣେ ମହିଳା ଏକ ରିଲିଫ୍‌ ବୋଟ୍‌ରେ ଯାଉଥିବାର ଦୃଶ୍ୟ ରହିଛି। ସେ ହଠାତ ତାଙ୍କ ପାଖରେ ଠିଆ ହୋଇଥିବା ଯବାନଙ୍କ ପାଦ ଛୁଇଁବାର ଦେଖାଯାଉଛି। ଏହାପରେ ସେ ଆଉ […]

army

army

Subrat Kumar Nayak
  • Published: Saturday, 10 August 2019
  • Updated: 10 August 2019, 10:17 PM IST

Sports

Latest News

ମୁମ୍ବାଇ: ମୌସୁମୀ ଆସିଲେ ଜଳମଗ୍ନ ହୁଏ ମହାରାଷ୍ଟ୍ର। ଏଠାରେ ଉଦ୍ଧାରକାରୀ ଦଳ ଲୋକଙ୍କ ଜୀବନ ରକ୍ଷା ପାଇଁ ଦିନରାତି ପରିଶ୍ରମ କରୁଛନ୍ତି। ଆଉ ଏହି ପରିଶ୍ରମକୁ ସ୍ଥାନୀୟ ଲୋକେ କୃତଜ୍ଞତା ଜଣାଇବାର ତରିକା ବେଶ୍‌ ଚର୍ଚ୍ଚାରେ ରହିଛି।

ଏମିତି ଏକ ଭିଡିଓ ଏବେ ଭାଇରାଲ ହେଉଛି। ଏଥିରେ ଜଣେ ମହିଳା ଏକ ରିଲିଫ୍‌ ବୋଟ୍‌ରେ ଯାଉଥିବାର ଦୃଶ୍ୟ ରହିଛି। ସେ ହଠାତ ତାଙ୍କ ପାଖରେ ଠିଆ ହୋଇଥିବା ଯବାନଙ୍କ ପାଦ ଛୁଇଁବାର ଦେଖାଯାଉଛି। ଏହାପରେ ସେ ଆଉ ଜଣେ ଯବାନଙ୍କ ପାଦ ମଧ୍ୟ ଛୁଇଁଥିଲେ। ଏକ ବାଇଗଣୀ ରଙ୍ଗର ସ୍ୱେଟର ପିନ୍ଧା ଏହି ମହିଳା ଲୁହ ଛଳ ଛଳ ଆଖିରେ ଶେଷରେ ତାଙ୍କ ପରିବାରକୁ ବଞ୍ଚାଇଥିବା ସମସ୍ତଙ୍କୁ କୃତଜ୍ଞତା ଜଣାଉଛନ୍ତି।
https://twitter.com/neeraj_rajput/status/1160071484511010816
ତାଙ୍କ ଆଖିରେ ଆନନ୍ଦାଶ୍ରୁ ଏବଂ ହାତ ଯୋଡ଼ିବାର ଭଙ୍ଗୀ ବୟାନ କରୁଛି ବନ୍ୟାର ଭୟାବହତା ମଧ୍ୟରେ ଜୀବନ ଓ ସହାୟତାର ସଂଜ୍ଞା। ଏହି ଦୃଶ୍ୟ ପ୍ରମାଣିତ କରିଦେଉଛି ବିପଦ ବେଳେ ସାହା ହେଉଥିବା ବ୍ୟକ୍ତିମାନେ ଭଗବାନଙ୍କଠାରୁ କେଉଁ କମ୍‌ କି। ଉପରୋକ୍ତ ଭିଡିଓ ଦେଖି ସମସ୍ତେ କହୁଛନ୍ତି ଜୟ ଯବାନ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos