ମୁମ୍ବାଇ: ସମସ୍ତ ଚର୍ଚ୍ଚାର ଅନ୍ତ ଘଟାଇ ବିଜେପିର କାଳିଦାସ କୋଲମ୍ବକର ପ୍ରୋଟେମ୍ ସ୍ପିକର ବା ଅସ୍ଥାୟୀ ବାଚସ୍ପତି ଭାବେ ଶପଥ ନେଇଛନ୍ତି। ତାଙ୍କୁ ରାଜ୍ୟପାଳ ଭଗତ ସିଂହ କୋଶିଆରୀ ଶପଥ କରାଇଛନ୍ତି।
ସୂଚନାଯୋଗ୍ୟ ଯେ, ନିର୍ବାଚିତ ବିଧାୟକମାନଙ୍କ ମଧ୍ୟରୁ ବରିଷ୍ଠତା ଆଧାରରେ ଜଣେ ଅସ୍ଥାୟୀ ବାଚସ୍ପତି ବଛାଯାଇଥାଏ। ସର୍ବାଧିକ ଥର ବିଧାୟକ ହୋଇଥିବା ବ୍ୟକ୍ତିଙ୍କୁ ଏହି ପଦ ପାଇଁ ବଛାଯାଇଥାଏ। ରାଜ୍ୟପାଳ ହିଁ ଏହି ପଦ ପାଇଁ ଜଣଙ୍କୁ ମନୋନୀତ କରିଥା’ନ୍ତି।
ଆସନ୍ତାକାଲି ବିଧାନସଭା ଅଧିବେଶନ ଆରମ୍ଭ ହେବାପରେ ବିଧାୟକମାନଙ୍କର ଶପଥ ପାଠ ଆୟୋଜିତ ହେବ ବୋଲି କାଳିଦାସ ସୂଚନା ଦେଇଛନ୍ତି। ବିଧାନସଭାରେ ସ୍ଥାୟୀ ବାଚସ୍ପତି ଚୟନ ହେବା ଯାଏ ସେ ଗୃହ ଦାୟିତ୍ୱ ସମ୍ଭାଳିବେ।
କାଳିଦାସ ପୂର୍ବତନ ଶିବସେନା ବିଧାୟକ। ସେ ପରେ ନାରାୟଣ ରାଣେଙ୍କ ସହ ଦଳ ଛାଡ଼ି କଂଗ୍ରେସ ଚାଲିଯାଇଥିଲେ। ପରେ କଂଗ୍ରେସରୁ ଇସ୍ତଫା ଦେଇ ବିଜେପିରେ ଯୋଗ ଦେବା ସହ ବର୍ତ୍ତମାନ ବିଧାୟକ ଅଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ଆଉ ନାହାନ୍ତି ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ
ପିଭି ନରସିଂହ ରାଓଙ୍କ ସରକାରରେ ମନମୋହନ ସିଂହ ଦେଶର ଅର୍ଥମନ୍ତ୍ରୀ ଥିଲେ। ଏହି ସମୟରେ ଭାରତୀୟ ଅର୍ଥନୀତିରେ ସେ ବୈପ୍ଳବିକ ପରିବର୍ତ୍ତନ ଆଣିଥିଲେ। ଭାରତୀୟ ଅର୍ଥନୀତି ତାଙ୍କ ତୁଳୀରେ ନୂଆ ରୂପ ପାଇଥିଲା।
National
ବିଗିଡ଼ିଲା ମନମୋହନ ସିଂହଙ୍କ ସ୍ୱାସ୍ଥ୍ୟାବସ୍ଥା, ଏମ୍ସରେ ହେଲେ ଭର୍ତ୍ତି
ଏବେ ସେଠାରେ ତାଙ୍କର ଚିକିତ୍ସା ସ୍ୱତନ୍ତ୍ର ଡାକ୍ତରୀ ଟିମ ପକ୍ଷରୁ କରାଯାଉଛି। କିନ୍ତୁ ତାଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି।
National
ଦରମା ଥିଲା ୧୩ ହଜାର, କିନ୍ତୁ ଠକି ନେଲା ୨୧ କୋଟି: ଗର୍ଲଫ୍ରେଣ୍ଡକୁ ଦେଇଥିଲା 4BHK ଫ୍ଲାଟ
ପୁଲିସ୍ କହିଛି ଯେ ଏହି ଟଙ୍କାରେ ୧.୨ କୋଟି ବଳରେ ଗୋଟିଏ BMW, ୧.୩ କୋଟି ଟଙ୍କାରେ ଗୋଟିଏ ଏସ୍ୟୁଭି ଓ ୩୨ ଲକ୍ଷ ଟଙ୍କା ବଳରେ ଗୋଟିଏ BMW ବାଇକ କିଣା ଯାଇଥିଲା।
Business
୧୦.୫୦ ଲକ୍ଷ ଯାଏ ଆୟ କରୁଥିଲେ ଦେବାକୁ ପଡ଼ିପାରେ କମ ଟିକସ!
ଆସନ୍ତାବର୍ଷ ଫେବୃଆରୀ ୧ରେ କେନ୍ଦ୍ର ସରକାର ପୂର୍ଣ୍ଣାଙ୍ଗ ବଜେଟ ସଂସଦରେ ଉପସ୍ଥାପନ କରିବେ। ଏହି ସମୟରେ ନୂଆ ଟିକସ ବ୍ୟବସ୍ଥା ଆସିବାର ଯଥେଷ୍ଟ ସମ୍ଭାବନା ରହିଛି।
Politics
‘ଭୋଟରଙ୍କୁ ଟଙ୍କା ବାଣ୍ଟୁଛନ୍ତି’ ବିଜେପି ନେତା: EDରେ ଅଭିଯୋଗ କଲା ଆପ୍
ଆଜି ଟଙ୍କା ବାଣ୍ଟିବା ଅଭିଯୋଗ ଆଣି ସଞ୍ଜୟ ସିଂହ ଇଡି ଅଫିସରେ ପହଞ୍ଚି ଲିଖିତ ଅଭିଯୋଗ କରିଛନ୍ତି। ଦିନକ ତଳେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଆତିଶୀ ଅଭିଯୋଗ କରିଥିଲେ ଯେ ବିଜେପି ନେତା ପରଭେଶ ବର୍ମା ନୂଆଦିଲ୍ଲୀ ନିର୍ବାଚନ ମଣ୍ଡଳୀରେ ମହିଳାଙ୍କୁ ଟଙ୍କା ବାଣ୍ଟୁ ଥିବା ଅଭିଯୋଗ କରିଥିଲେ।