ମୁମ୍ବାଇ: ମହାରାଷ୍ଟ୍ରରେ ଆଗାମୀ ୨୫ ବର୍ଷ ପର୍ଯ୍ୟନ୍ତ ସରକାର ଶିବସେନା ନେତୃତ୍ୱରେ ଗଠନ ହେବ ବୋଲି ଦାବି କରିଛନ୍ତି ଦଳର ବରିଷ୍ଠ ନେତା ତଥା ସାଂସଦ ସଞ୍ଜୟ ରାଉତ। ସେ କହିଛନ୍ତି, କମନ୍ ମିନିମମ୍ ପ୍ରୋଗ୍ରାମ ନେଇ କଂଗ୍ରେସ ଏବଂ ଏନ୍ସିପି ସହ ଆଲୋଚନା ଚାଲିଛି। ମହାରାଷ୍ଟ୍ରରେ ବର୍ତ୍ତମାନ ରାଜ୍ୟ ସ୍ୱାର୍ଥରେ ସରକାର ଗଠନ ହେବ ବୋଲି ସେ କହିଛନ୍ତି।
ରାଉତ ମୁମ୍ବାଇରେ ସାମ୍ବାଦିକମାନଙ୍କ ସହ ଆଲୋଚନା କରିବା ଅବସରରେ କହିଛନ୍ତି, ଆଗାମୀ ୫ ବର୍ଷ ନୁହେଁ ଆଗାମୀ ୨୫ ବର୍ଷ ପାଇଁ ମହାରାଷ୍ଟ୍ରରେ ଉଦ୍ଧବ ଠାକ୍ରେଙ୍କ ନେତୃତ୍ୱରେ ଶିବସେନାର ସରକାର ହେବ।
କଂଗ୍ରେସ ଏବଂ ଏନ୍ସିପି ସହ ଭାଗବଣ୍ଟା ନେଇ ସେ କହିଛନ୍ତି, ସେମାନଙ୍କ ସହ ଏନେଇ ବର୍ତ୍ତମାନ ଆଲୋଚନା ରହିଛି। ଏହା ଏକକ ଦଳୀୟ ସରକାର ହେଉ କିମ୍ବା ମେଣ୍ଟ, ପ୍ରଶାସନିକ ଏଜେଣ୍ଡା ଜରୁରୀ। ଭିତ୍ତିଭୂମି ସହ ଜଡ଼ିତ ପ୍ରକଳ୍ପ ଆଗକୁ ନେବାକୁ ହେବ। ମରୁଡ଼ି ଏବଂ ଅଦିନିଆ ବର୍ଷାର ମୁକାବିଲା ପାଇଁ ପ୍ରୟାସ କରାଯିବ। ଆମ ସହିତ ଯେଉଁମାନେ ଆସୁଛନ୍ତି, ସେମାନେ ଅନୁଭୂତି ସମ୍ପନ୍ନ ହୋଇଥିବାରୁ ସେମାନଙ୍କ ଅନୁଭୂତି ଆମ କାମରେ ଆସିବ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Politics
ସରିଲା ଭୋଟ: ଆସିଲା ଏକଜିଟ ପୋଲ୍
ମହାରାଷ୍ଟ୍ରର ୨୮୮ ବିଧାନସଭା ଆସନ ମଧ୍ୟରୁ ସରକାର ଗଠନ ପାଇଁ ଆବଶ୍ୟକ ମ୍ୟାଜିକ ନମ୍ବର ହେଉଛି ୧୪୫।
National
ବନ୍ଧୁକ ଦେଖାଇ ଭୋଟରଙ୍କୁ ଅଟକାଉଛି ପୁଲିସ? ଭିଡିଓ ଶେୟାର କଲେ ଅଖିଲେଶ ଯାଦବ
ଭୋଟରଙ୍କୁ ବନ୍ଧୁକ ଦେଖାଇ ଧମକ ଦେଉଛି ପୁଲିସ। ଭିଡିଓ ଶେୟାର କରି ବଡ଼ ଅଭିଯୋଗ ଆଣିଲେ ଅଖିଲେଶ। କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ବାଚନ ଆୟୋଗଙ୍କୁ କଲେ ଦାବି।
National
ଚାଲିଥିଲା ଭୋଟ, ବୁଥ ଭିତରେ ଚାଲିଗଲା ବିଧାୟକ ପ୍ରାର୍ଥୀଙ୍କ ଜୀବନ
ତାଙ୍କୁ ତୁରନ୍ତ ନାନା ହସ୍ପିଟାଲକୁ ନିଆଯାଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
National
ୟୁପି ଉପ ନିର୍ବାଚନ: ଭିଡିଓ ଭାଇରାଲ ପରେ ୭ ପୁଲିସ ଅଫିସରଙ୍କୁ ନିଲମ୍ବନ କଲେ ଇସିଆଇ
ନିଲମ୍ବିତ ହୋଇଥିବା ୭ ଜଣ ପୁଲିସ୍ ଅଫିସରଙ୍କ ମଧ୍ୟରୁ କାନପୁର ଓ ମୁଜାଫରନଗରରୁ ୨ ଜଣ ଲେଖାଏ ରହିଛନ୍ତି। ସେହିପରି ମୋରଦାବାଦରେ ୩ ଜଣ ପୁଲିସ୍ ଅଫିସରଙ୍କୁ ଡ୍ୟୁଟିରୁ ହଟାଯାଇଛି।
Viral
କଲେଜ ଛାତ୍ରଙ୍କୁ ପ୍ରବଳ ପିଟିଲେ, ପଶୁଙ୍କ ଭଳି ଗାଲକୁ କାମୁଡ଼ି ଦେଲେ: ଭିଡିଓ ଭାଇରାଲ
ମାଡ଼ ମାରୁଥିବା ୩ ଜଣଙ୍କ ମଧ୍ୟରୁ ଜଣେ ଯୁବକ କଲେଜ ଛାତ୍ରଙ୍କ ଗାଲକୁ ମଧ୍ୟ ପଶୁଙ୍କ ଭଳି କାମୁଡ଼ି ଦେଇ ରକ୍ତାକ୍ତ କରି ଦେଇଛି।