ମୁମ୍ବାଇ: ମହାରାଷ୍ଟ୍ର ସରକାରରେ ସାମାଜିକ ନ୍ୟାୟ ମନ୍ତ୍ରୀ ଧନଞ୍ଜୟ ମୁଣ୍ଡେଙ୍କ ବିରୋଧରେ ଆସିଛି ସାଂଘାତିକ ଅଭିଯୋଗ। ସେ ଜଣେ ୩୭ ବର୍ଷୀୟ ମହିଳାଙ୍କୁ ବାରମ୍ବାର ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ତେବେ ମନ୍ତ୍ରୀ ଧନଞ୍ଜୟ ଏହାକୁ ଖାରଜ କରିବା ସହ ଅଭଯୋଗକାରୀ ମହିଳାଙ୍କ ଭଉଣୀଙ୍କ ସହ ତାଙ୍କର ଦୀର୍ଘ ଦିନ ହେଲା ସମ୍ପର୍କ ରହିଥିବା କଥା କହିଛନ୍ତି।
ସେ ବିବାହିତ ହୋଇଥିଲେ ହେଁ ମହିଳାଙ୍କ ଭଉଣୀଙ୍କ ସହ ଦୀର୍ଘ ବର୍ଷ ସମ୍ପର୍କ ରଖିଥିବାରୁ ବିରୋଧୀ ବିଜେପି ତାଙ୍କ ଇସ୍ତଫା ଦାବି କରିଛି।
ଏ ସମ୍ପକଆରେ ମୁଁ ନଭେମ୍ବର ମାସରେ ପୁଲିସରେ ଅଭିଯୋଗ ମଧ୍ୟ କରିଥିଲି। ୨୦୦୩ରୁ ମହିଳାଙ୍କ ଭଉଣୀ ସହ ମୋର ସମ୍ପର୍କ ରହିଥିଲା। ଆମର ଦୁଇ ଜଣ ପିଲା ମଧ୍ୟ ଅଛନ୍ତି। ଆମ ସମ୍ପର୍କକୁ ମୋ ପରିବାର ଲୋକ ମଧ୍ୟ ଗ୍ରହଣ କରି ନେଇଛନ୍ତି। ମୋ ପତ୍ନୀ, ପରିବାର ଲୋକ ଓ ବନ୍ଧୁ ସମସ୍ତେ ଏକଥା ଜାଣିଛନ୍ତି। କେହି ବି ଏହା ଉପରେ ଆପତ୍ତି ଉଠାଇ ନାହାନ୍ତି। ମୋ ପିଲାମାନେ ମଧ୍ୟ ମହିଳାଙ୍କ ଭଉଣୀଙ୍କ ସହ ଗଢ଼ି ଉଠିଥିବା ସମ୍ପର୍କ ବିଷୟରେ ଜାଣିଛନ୍ତି।
ସହମିତି ଭିତ୍ତିରେ ଗଢ଼ି ଉଠିଥିବା ଏହି ସମ୍ପର୍କ ଭିତ୍ତରେ ଆମର ଗୋଟିଏ ପୁଅ ଓ ଝିଅ ମଧ୍ୟ ରହିଛନ୍ତି। ସବୁ କିଛି ଠିକ୍ ଠାକ ଚାଲିଥିବା ବେଳେ ଏବେ କେବଳ ମୋତେ ବ୍ଲାକମେଲ କରିବା ଓ ମୋ ସମ୍ମାନକୁ କ୍ଷତି ପହଞ୍ଚାଇବା ପାଇଁ ଏଭଳି ମିଥ୍ୟା ଅଭିଯୋଗ ଅଣାଯାଇଛି। ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀ ମୋ ବିରୋଧରେ ଷଡ଼ଯନ୍ତ୍ର କରିଛି ବୋଲି ସେ କହିଛନ୍ତି।
ମନ୍ତ୍ରୀ ଜଣଙ୍କ ବିବାହିତ ହୋଇ ଆଉ ଜଣେ ମହିଳାଙ୍କ ସହ ସମ୍ପର୍କ ରଖିଥିବାରୁ ବିଜେପି ମହିଳା ସଂଗଠନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଚିଠି ଲେଖି ଧନଞ୍ଜୟଙ୍କୁ ତୁରନ୍ତ ବହିଷ୍କୃତ କରିବାକୁ ଦାବି କରିଛି।
ଜାନୁଆରୀ ୧୦ରେ ୩୭ ବର୍ଷୀୟ ମହିଳା ମୁମ୍ବାଇ ପୁଲିସ୍ କମିଶନରଙ୍କୁ ଚିଠି ଲେଖି ଅଭିଯୋଗ କରିଥିଲେ ଯେ ଧନଞ୍ଜୟ ୨୦୦୬ ମସିହାରେ ତାଙ୍କୁ ବାରମ୍ବାର ଦୁଷ୍କର୍ମ କରିଥିଲେ। ଏଥିସହ ସେ ଗୋଟିଏ ଟ୍ୱିଟ କରି କହିଥିଲେ ଯେ ଏ ସମ୍ପର୍କରେ ସେ ପୁଲିସ୍କୁ ଅଭିଯୋଗ କରିଥିଲେ ହେଁ ତାଙ୍କ କଥା କେହି ଶୁଣିଥିଲେ। ଏହି ଟ୍ୱିଟକୁ ସେ ଏନସିପି ନେତା ଶରଦ ପାୱାରଙ୍କୁ ଟ୍ୟାଗ ମଧ୍ୟ କରିଥିଲେ। ଏହାବୁ ନେଇ ମହାରାଷ୍ଟ୍ର ରାଜନୀତି ସରଗମର ହୋଇ ଉଠିଛି।