ମୁମ୍ବାଇ: ମହାରାଷ୍ଟ୍ରର ବୋଇସାର୍ଠାରେ ଥିବା ଏକ କେମିକାଲ ଫ୍ୟାକ୍ଟ୍ରିରେ ଏକ ବଡ଼ ଧରଣର ବିସ୍ଫୋରଣ କାରଣରୁ ୮ ଜଣଙ୍କର ମୃତ ହୋଇଛି। ମହାରାଷ୍ଟ୍ରର ପାଲଘର ଜିଲ୍ଲା ବୋଇସାରଠାରେ ଆଜି ସନ୍ଧ୍ୟାରେ ଏହି ଘଟଣା ଘଟିଛି। ଏହି ସ୍ଥାନ ମୁମ୍ବାଇଠାରୁ ମାତ୍ର ୧୦୦ କିଲୋମିଟର ଦୂର।
ଆଙ୍କ ଫାର୍ମାର ଏହି ନିର୍ମାଣାଧୀନ ପ୍ଲାଣ୍ଟ ମହାରାଷ୍ଟ୍ର ଇଣ୍ଡଷ୍ଟ୍ରିଆଲ ଡେଭଲପମେଣ୍ଟ କର୍ପୋରେସନ୍ ଅଞ୍ଚଳର କୋଲୱାଡେ ଗାଁ ନିକଟବର୍ତ୍ତୀ। ସନ୍ଧ୍ୟା ପ୍ରାୟ ୭.୨୦ ବେଳକୁ କିଛି କେମିକାଲର ପରୀକ୍ଷା କରାଯିବା ସମୟରେ ବିସ୍ଫୋରଣ ଘଟିଥିଲା।
ଏହାର ପ୍ରଭାବ ଏତେ ଭୟଙ୍କର ଥିଲା ଯେ, ପ୍ରାୟ ୧୫ କିଲୋମିଟର ଯାଏ ବିସ୍ଫୋରଣର ଶବ୍ଦ ଶୁଣିବାକୁ ମିଳିଥିଲା। ନିକଟବର୍ତ୍ତୀ ଅଞ୍ଚଳରେ ଝରକା କାଚ ମଧ୍ୟ ଭାଙ୍ଗିଯାଇଥିବା ଜାଣିବାକୁ ମିଳିଛି।
୮ ଜଣ ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବାବେଳେ ଆହତମାନଙ୍କୁ ଉଦ୍ଧାର ଜାରି ରହିଛି। ଅଧିକାରୀଙ୍କ କହିବା ଅନୁଯାୟୀ, ବିସ୍ଫୋରଣ ପରେ ନିଆଁ ଲାଗିଥିଲେ ହେଁ ଏହା ବର୍ତ୍ତମାନ ନିୟନ୍ତ୍ରଣରେ ରହିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ଭୋଟ୍ ବେଳେ ବିଟ୍କଏନ୍ ଦୁର୍ନୀତିରେ ଫସିଲେ ଶରଦ ପାଓ୍ୱାରଙ୍କ ଝିଅ?
ଅଭିଯୋଗକୁ ଖଣ୍ଡନ କରିଛନ୍ତି ଏନ୍ସିପି ନେତ୍ରୀ ସୁପ୍ରିୟା ସୁଲେ। ବିଜେପି ଜାରି କରିଥିବା ଅଡିଓ କ୍ଲିପ୍ରେ ତାଙ୍କର ନୁହଁ। ଏହା ମିଛ ବୋଲି କହିଛନ୍ତି।
National
ଭୋଟିଂ ବେଳେ ହଙ୍ଗାମା, ପୁଲିସ ଉପରକୁ ପଥରମାଡ଼
ଉପ-ନିର୍ବାଚନ ବେଳେ ଉତ୍ତେଜନା। ସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ପୂରା ଅଞ୍ଚଳରେ ବ୍ୟାପକ ପୁଲିସ ଫୋର୍ସ ମୁତୟନ କରାଯାଇଛି।
National
କଲବଲ କରୁଛି ପ୍ରଦୂଷଣ: ଓ୍ୱାର୍କ ଫ୍ରମ୍ ହୋମ୍ ଲାଗୁ, ଅଫିସ୍ ଆସିବେ ୫୦% କର୍ମଚାରୀ
ବାୟରୁ ଗୁଣବତ୍ତା ୫୦୦ ପାର୍ କରିଛି। ଥଣ୍ଡା ଯେତିକି ବଢୁଛି ସେହି ହିସାବରେ ଦିଲ୍ଲୀର ବାୟୁ ବିଷାକ୍ତ ହୋଇ ଚାଲିଛି। ବିଷାକ୍ତ ବାୟୁ ଯୋଗୁ ଲେକଙ୍କ ସ୍ୱାସ୍ଥ୍ୟ ମଧ୍ୟ ଖରାପ ହେବାରେ ଲାଗିଛି।
National
ବିବାହ ଉତ୍ସବରେ ଟଙ୍କା ବର୍ଷା; ଜେସିବି ଓ ଛାତ ଉପରୁ ଉଡ଼ାଇଦେଲେ ୨୦ ଲକ୍ଷ
ବର ପକ୍ଷର ବନ୍ଧୁ ପରିଜନ ଛାତ ଉପରେ ତଥା ଏକ ଜେସିବି ଉପରେ ଚଢ଼ି ପ୍ରାୟ ୨୦ ଲକ୍ଷ ଟଙ୍କା ଉଡ଼ାଇଥିବା ଜଣାଯାଇଛି।
National
ମଦ ଭାବି ପିଇ ଦେଲେ ଟଏଲେଟ୍ କ୍ଲିନର୍, ଚାଲିଗଲା ଜୀବନ
କାଚ ବୋତଲରେ ରଖାଯାଇଥିବା ଟଏଲେଟ୍ କ୍ଲିନର୍କୁ ମଦ ଭାବି ଜଣେ ୬୭ ବର୍ଷୀୟ ବୃଦ୍ଧ ପିଇବା ପରେ ତାଙ୍କର ମୃତ୍ୟୁ ହୋଇଛି।