ମୁମ୍ୱାଇ: ମହାରାଷ୍ଟ୍ରରେ ରାଜନୀତିକ ‘ନାଟକ’ ଚାଲିଥିବା ଏନସିପି ସୁପ୍ରିମୋ ଶରଦ ପାଓ୍ୱାର ଆଜି ଏକ ଗୁଗଲି ଛାଡ଼ିଛନ୍ତି। ସେ କହିଛନ୍ତି ରାଜ୍ୟରେ ଅଢ଼େଇ ବର୍ଷ ଲେଖାଏ ମୁଖ୍ୟମନ୍ତ୍ରୀ ପଦ ଶିବସେନା ଏବଂ ଏନସିପି ପାଖରେ ରହିବ ବୋଲି ସେ ପ୍ରସ୍ତାବ ଦେଇଥିଲେ। ହେଲେ ଏହାକୁ ନେଇ ମତଭେଦ ହୋଇଥିଲା। ଆଜି ମହାରାଷ୍ଟ୍ରର ପ୍ରଥମ ମୁଖ୍ୟମନ୍ତ୍ରୀ ଯଶବନ୍ତ ରାଓ ଚୌହ୍ୱାନଙ୍କୁ ଶ୍ରଦ୍ଧାଞ୍ଜଳୀ ଦେବାକୁ ଯାଇ ସତାରାରେ ଏହା କହିଥିଲେ ପାଓ୍ୱାର।
ତେବେ ଆଗାମୀ ଦିନରେ ଶିବସେନା ନେତୃତ୍ୱରେ ସରକାର ଗଢ଼ାଯିବ ବୋଲି ସେ କହିଛନ୍ତି। ତିନି ଦଳ ମିଶି ସରକାର ଗଢୁଥିବାରୁ ଅନେକ ପ୍ରସଙ୍ଗରେ ଆଲୋଚନା ହେବାର ଆବଶ୍ୟକ ଥିଲା। ତେଣୁ ତରବରିଆ ଭାବରେ କିଛି ନିଷ୍ପତ୍ତି ନେବା ପୂର୍ବରୁ ସ୍ଥାୟୀ ସରକାର ଦେବା ପାଇଁ ବୁଝିବିଚାରି ନିଷ୍ପତ୍ତି ନିଆଯାଉଛି ବୋଲି ସେ କହିଛନ୍ତି।
ପାଓ୍ୱାରଙ୍କ ଏହି ମନ୍ତବ୍ୟ ବାବଦରେ ପ୍ରତିକ୍ରିୟା ରଖିଛନ୍ତି ଶିବସେନା-ଏନସିପି ସହ ମେଣ୍ଟରେ ସାମିଲ୍ ଥିବା କଂଗ୍ରେସର ନେତା ରଣଦୀପ ସୁରଜଓ୍ୱାଲା। ସେ କହିଛନ୍ତି ଆମକୁ ଏ ବାବଦରେ ଜଣାନାହିଁ। ପାଓ୍ୱାରଙ୍କୁ ପଚାର ବୋଲି ଗଣମାଧ୍ୟମ ପ୍ରତିନିଧିଙ୍କୁ କହିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।