ରେକର୍ଡ ସଂଖ୍ୟକ ପଜିଟିଭ ସହ ମହାରାଷ୍ଟ୍ରରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨ ଲକ୍ଷ ପାର

ମୁମ୍ବାଇ: ମହାରାଷ୍ଟ୍ରରେ କରୋନା ସଂକ୍ରମଣ ହୁହୁ ହୋଇ ବଢ଼ିବାରେ ଲାଗିଛି। ପୁଣିଥରେ ରାଜ୍ୟରେ ସବୁ ପୁରୁଣା ରେକର୍ଡ ଭାଙ୍ଗିଛି କରୋନା। ଆଜି ଗୋଟିଏ ଦିନରେ ରାଜ୍ୟରେ ରେକର୍ଡ ୭୦୭୪ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିପରି ୨୯୫ ଜଣଙ୍କ ମୃତ୍ୟୁକୁ କରୋନା ତାଲିକାରେ ସାମିଲ କରାଯାଇଛି। ୪୮ ଘଣ୍ଟାରେ ୧୨୪ ଓ ପୂର୍ବରୁ ୧୭୧ ଜଣଙ୍କ ମୃତ୍ୟୁକୁ ଆଜି ମହାରାଷ୍ଟ୍ର ସରକାର କରୋନା ଜନିତ ମୃତ୍ୟୁ ଭାବେ ଚିହ୍ନଟ କରିଛନ୍ତି। ଆଜିର ସଂକ୍ରମିତଙ୍କ ପରେ ମହାରାଷ୍ଟ୍ରରେ ମୋଟ ସଂକ୍ରମିତଙ୍କ […]

u

Hemant Lenka
  • Published: Saturday, 04 July 2020
  • , Updated: 04 July 2020, 10:25 PM IST

ମୁମ୍ବାଇ: ମହାରାଷ୍ଟ୍ରରେ କରୋନା ସଂକ୍ରମଣ ହୁହୁ ହୋଇ ବଢ଼ିବାରେ ଲାଗିଛି। ପୁଣିଥରେ ରାଜ୍ୟରେ ସବୁ ପୁରୁଣା ରେକର୍ଡ ଭାଙ୍ଗିଛି କରୋନା। ଆଜି ଗୋଟିଏ ଦିନରେ ରାଜ୍ୟରେ ରେକର୍ଡ ୭୦୭୪ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିପରି ୨୯୫ ଜଣଙ୍କ ମୃତ୍ୟୁକୁ କରୋନା ତାଲିକାରେ ସାମିଲ କରାଯାଇଛି।

୪୮ ଘଣ୍ଟାରେ ୧୨୪ ଓ ପୂର୍ବରୁ ୧୭୧ ଜଣଙ୍କ ମୃତ୍ୟୁକୁ ଆଜି ମହାରାଷ୍ଟ୍ର ସରକାର କରୋନା ଜନିତ ମୃତ୍ୟୁ ଭାବେ ଚିହ୍ନଟ କରିଛନ୍ତି। ଆଜିର ସଂକ୍ରମିତଙ୍କ ପରେ ମହାରାଷ୍ଟ୍ରରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨ ଲକ୍ଷ ପାର କରିଯାଇଛି।

ଏବେ ରାଜ୍ୟରେ ମୋଟ ୨,୦୦,୦୬୪ ଜଣ ମହାମାରୀ କରୋନାରେ ସଂକ୍ରମିତ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୧,୦୮,୦୮୨ ଜଣ ସୁସ୍ଥ ହୋଇଥିବା ବେଳେ ୮୩,୨୯୫ ଆକ୍ଟିଭ କେସ୍‌ ରହିଛି। କରୋନା ଯୋଗୁ ୮୬୭୧ ଜଣ ପ୍ରାଣ ହରାଇଛନ୍ତି।

ଅନ୍ୟପକ୍ଷରେ ମୁମ୍ବାଇରେ ଆଜି ଆଉ ୧୧୬୩ ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି। ବର୍ତ୍ତମାନ ସହରରେ ୨୮,୯୨୪ ଆକ୍ଟିଭ କେସ ରହିଥିବା ବେଳେ ୫୩,୪୬୩ ଜଣ ସୁସ୍ଥ ହୋଇଛନ୍ତି। ମୁମ୍ବାଇରେ କରୋନା ୪୮୩୦ ଜଣଙ୍କ ମୁଣ୍ଡ ନେଇଛି।

Related story