ମହାରାଷ୍ଟ୍ରରେ ଗମନାଗମନ ଠପ୍‌: ଦରମା ବୃଦ୍ଧି ନେଇ ପରିବହନ କର୍ମଚାରୀଙ୍କ ବନ୍ଦ ଡାକରା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମହାରାଷ୍ଟ୍ର ରାଜ୍ୟ ପରିବହନ କର୍ମଚାରୀ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ ଡାକରା ଦେଇଛନ୍ତି। ଫଳରେ ଗମନାଗମନ ସେବା ଏକପ୍ରକାର ଠପ୍ ହୋଇଯାଇଛି। ଫଳରେ ସାଧାରଣ ଯାତ୍ରୀ ହନ୍ତସନ୍ତ ହେଉଛନ୍ତି । ଲୋକମାନେ ସେମାନଙ୍କର ଗନ୍ତବ୍ୟ ସ୍ଥଳକୁ ଯାଇପାରୁନାହାଁନ୍ତି। ଦରମା ବୃଦ୍ଧି ଦାବିରେ ହଜାର ହଜାର କର୍ମଚାରୀ ଧାରଣାରେ ବସିଛନ୍ତି। ସପ୍ତମ ବେତନ କମିଶନ ସୁପାରିଶ ଲାଗୁ ଏବଂ ଦରମାରେ ତୁରନ୍ତ ୨୫ ପ୍ରତିଶତ ବୃଦ୍ଧି ପାଇଁ କର୍ମଚାରୀମାନେ ଦାବି କରି ଆସୁଛନ୍ତି। କର୍ମଚାରୀମାନଙ୍କ ଦରମା […]

traffic-photo-patil-manoj-traffic-andheri-sakinaka_3f5dbad4-b1d4-11e7-839f-5e4b0d653fbd

traffic-photo-patil-manoj-traffic-andheri-sakinaka_3f5dbad4-b1d4-11e7-839f-5e4b0d653fbd

Rakesh Mallick
  • Published: Tuesday, 17 October 2017
  • Updated: 17 October 2017, 09:35 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମହାରାଷ୍ଟ୍ର ରାଜ୍ୟ ପରିବହନ କର୍ମଚାରୀ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ ଡାକରା ଦେଇଛନ୍ତି। ଫଳରେ ଗମନାଗମନ ସେବା ଏକପ୍ରକାର ଠପ୍ ହୋଇଯାଇଛି। ଫଳରେ ସାଧାରଣ ଯାତ୍ରୀ ହନ୍ତସନ୍ତ ହେଉଛନ୍ତି । ଲୋକମାନେ ସେମାନଙ୍କର ଗନ୍ତବ୍ୟ ସ୍ଥଳକୁ ଯାଇପାରୁନାହାଁନ୍ତି। ଦରମା ବୃଦ୍ଧି ଦାବିରେ ହଜାର ହଜାର କର୍ମଚାରୀ ଧାରଣାରେ ବସିଛନ୍ତି। ସପ୍ତମ ବେତନ କମିଶନ ସୁପାରିଶ ଲାଗୁ ଏବଂ ଦରମାରେ ତୁରନ୍ତ ୨୫ ପ୍ରତିଶତ ବୃଦ୍ଧି ପାଇଁ କର୍ମଚାରୀମାନେ ଦାବି କରି ଆସୁଛନ୍ତି। କର୍ମଚାରୀମାନଙ୍କ ଦରମା ବୃଦ୍ଧି ପାଇଁ ସରକାର ଯୋଜନା କରିଥିବା ସତ୍ତ୍ୱେ କର୍ମଚାରୀଙ୍କ ଧାରଣା ବେଆଇନ ବୋଆ କହିଛନ୍ତି ମହାରାଷ୍ଟ୍ରର ପରିବହନ ମନ୍ତ୍ରୀ। ପ୍ରତିଦିନ ମହାରାଷ୍ଟ୍ର ପରିବହନ ନିଗମ ପକ୍ଷରୁ  ୧୮ହଜାରରୁ ଅଧିକ ବସ୍ ଚଳାଚଳ କରେ। ଯାହା ଉପରେ ନିର୍ଭର କରନ୍ତି ୬୦ ଲକ୍ଷରୁ ଅଧିକ ଯାତ୍ରୀ। ତେଣୁ ଏହି ପରିବହନ କର୍ମଚାରୀ ବନ୍ଦ ଡାକରା ଫଳରେ ମହାରାଷ୍ଟ୍ରରେ ଜୀବନଯାତ୍ରା ଠପ୍‌ ହୋଇଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos