ପୋଲ ତଳକୁ ଖସି ପଡ଼ିଲା ଭ୍ୟାନ୍: ୭ ମୃତ, ୧୫ ଆହତ

ମୁମ୍ୱାଇ: ଗତକାଲି ବିଳମ୍ୱିତ ରାତିରେ ଉତ୍ତର ମହାରାଷ୍ଟ୍ରର ଘୁଲେ ଅଞ୍ଚଳରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ପୋଲ ତଳକୁ ଏକ ପିକ୍ ଅପ୍ ଭ୍ୟାନ୍ ଖସି ପଡ଼ିବାରୁ ୭ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୫ ଜଣ ଆହତ ହୋଇଛନ୍ତି। ଭାରସାମ୍ୟ ହରାଇ ଗାଡ଼ିଟି ପୋଲ ତଳକୁ ଖସି ଯାଇଥିଲା ବୋଲି ପୁଲିସ ସନ୍ଦେହ କରୁଛି। ତେବେ ଡ୍ରାଇଭର ନିଶାଶକ୍ତ ଥିବାରୁ ଏଭଳି ଅଘଟଣ ମଧ୍ୟ ଘଟିଥାଇପାରେ ବୋଲି ସନ୍ଦେହ କରାଯାଉଛି। ପୁଲିସ ଆହତମାନଙ୍କୁ ସ୍ଥାନୀୟ ହସ୍ପିଟାଲରେ […]

ACCIDENT

Subhransu Sekhar
  • Published: Saturday, 30 November 2019
  • , Updated: 30 November 2019, 11:28 AM IST

ମୁମ୍ୱାଇ: ଗତକାଲି ବିଳମ୍ୱିତ ରାତିରେ ଉତ୍ତର ମହାରାଷ୍ଟ୍ରର ଘୁଲେ ଅଞ୍ଚଳରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ପୋଲ ତଳକୁ ଏକ ପିକ୍ ଅପ୍ ଭ୍ୟାନ୍ ଖସି ପଡ଼ିବାରୁ ୭ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୫ ଜଣ ଆହତ ହୋଇଛନ୍ତି।

ଭାରସାମ୍ୟ ହରାଇ ଗାଡ଼ିଟି ପୋଲ ତଳକୁ ଖସି ଯାଇଥିଲା ବୋଲି ପୁଲିସ ସନ୍ଦେହ କରୁଛି। ତେବେ ଡ୍ରାଇଭର ନିଶାଶକ୍ତ ଥିବାରୁ ଏଭଳି ଅଘଟଣ ମଧ୍ୟ ଘଟିଥାଇପାରେ ବୋଲି ସନ୍ଦେହ କରାଯାଉଛି।

ପୁଲିସ ଆହତମାନଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଇଥିବା ବେଳେ ମୃତକଙ୍କ ଶବ ବ୍ୟବଚ୍ଛେଦ କରିବା ପାଇଁ ପଠାଇ ଦେଇଛି। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଦୁର୍ଘଟଣାର କାରଣ ଜଣାପଡ଼ିବ ବୋଲି ପୁଲିସ୍ କହିଛି।

Related story