ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କୁ ହତ୍ୟା ଧମକ, ଆସିଛି ଦୁଇଟି ଚିଠି

ମୁମ୍ବାଇ: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସ୍‌ଙ୍କୁ ମାଓବାଦୀମାନେ ହତ୍ୟା କରିବାକୁ ଧମକ ଦେଇଛନ୍ତି।  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମାଓବାଦୀମାନେ ମାରିବାକୁ ଯୋଜନା କରୁଥିବା ନେଇ ଶୁକ୍ରବାର ଜଣାପଡ଼ିଥିବା ବେଳେ ଏବେ ଫଡ଼ନାଭିସ୍‌ଙ୍କୁ ହତ୍ୟା ଧମକ ଦିଆଯାଇଛି। ଏନେଇ ତାଙ୍କ ଅଫିସ୍‌କୁ ଦୁଇଟି ବେନାମୀ ଚିଠି ଆସିଛି। ପଠାଇଥିବା ଲୋକେ ନିଜକୁ ମାଓବାଦୀ ବୋଲି ଦାବି କରିଛନ୍ତି। ସେମାନେ ମୁଖ୍ୟମନ୍ତ୍ରୀଙ୍କ ସହ ତାଙ୍କ ପରିବାର ଲୋକଙ୍କୁ ମଧ୍ୟ ମାରି ଦେବାକୁ ଧମକ ଦେଇଛନ୍ତି। ଏକଥାକୁ ମୁଖ୍ୟମନ୍ତ୍ରୀ ଫଡ଼ନାଭିସ୍ ମଧ୍ୟ […]

fadnavis

fadnavis

Rakesh Mallick
  • Published: Saturday, 09 June 2018
  • Updated: 09 June 2018, 12:26 PM IST

Sports

Latest News

ମୁମ୍ବାଇ: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସ୍‌ଙ୍କୁ ମାଓବାଦୀମାନେ ହତ୍ୟା କରିବାକୁ ଧମକ ଦେଇଛନ୍ତି।  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମାଓବାଦୀମାନେ ମାରିବାକୁ ଯୋଜନା କରୁଥିବା ନେଇ ଶୁକ୍ରବାର ଜଣାପଡ଼ିଥିବା ବେଳେ ଏବେ ଫଡ଼ନାଭିସ୍‌ଙ୍କୁ ହତ୍ୟା ଧମକ ଦିଆଯାଇଛି। ଏନେଇ ତାଙ୍କ ଅଫିସ୍‌କୁ ଦୁଇଟି ବେନାମୀ ଚିଠି ଆସିଛି। ପଠାଇଥିବା ଲୋକେ ନିଜକୁ ମାଓବାଦୀ ବୋଲି ଦାବି କରିଛନ୍ତି। ସେମାନେ ମୁଖ୍ୟମନ୍ତ୍ରୀଙ୍କ ସହ ତାଙ୍କ ପରିବାର ଲୋକଙ୍କୁ ମଧ୍ୟ ମାରି ଦେବାକୁ ଧମକ ଦେଇଛନ୍ତି।

ଏକଥାକୁ ମୁଖ୍ୟମନ୍ତ୍ରୀ ଫଡ଼ନାଭିସ୍ ମଧ୍ୟ ସ୍ପଷ୍ଟ କରିଛନ୍ତି। ସେ କହିଛନ୍ତି,“ଆମେ ଧମକପୂର୍ଣ୍ଣ ଚିଠି ପାଇଛୁ। ଚିଠିଗୁଡ଼ିକୁ ପୋଲିସ୍‌କୁ ହସ୍ତାନ୍ତର କରାଯାଇଛି। ସେମାନେ ଘଟଣାର ସମୀକ୍ଷା କରିବେ ଓ ସଠିକ୍ ପଦକ୍ଷେପ ନେବେ।”

କ’ଣ ପାଇଁ ମିଳିଛି ହତ୍ୟା ଧମକ?
ଗତ ଏପ୍ରିଲ୍‌ ମାସ ଶେଷ ସପ୍ତାହରେ ମହାରାଷ୍ଟ୍ରର ଗଡଚିରୋଲି ଜିଲ୍ଲାରେ ନକ୍ସଲ ବିରୋଧୀ ଅପରେସନ୍‌ କରାଯାଇଥିଲା। ମହାରାଷ୍ଟ୍ର ପୋଲିସ୍‌ର ସି-୬୦ ସ୍କ୍ୱାଡ୍ ଓ ସିଆର୍‌ପିଏଫ୍ ପକ୍ଷରୁ କରାଯାଇଥିବା ଏହି ଅପରେସନ୍‌ରେ ୪୦ ଜଣ ମାଓବାଦୀଙ୍କ ମୃତ୍ୟୁ ହୋଇଥିଲା। ଏହାର ପ୍ରତିଶୋଧ ନେବା ପାଇଁ ମୁଖ୍ୟମନ୍ତ୍ରୀ ଫଡ଼ନାଭିସ୍‌ଙ୍କୁ ଓ ତାଙ୍କ ପରିବାରକୁ ହତ୍ୟା ଧମକ ଦିଆଯାଇଛି। ଚିଠିରେ ଲେଖାଯାଇଛି,“ଆମେ ମାର୍କ୍ସଙ୍କ ଆଦର୍ଶରେ ଅନୁପ୍ରାଣିତ। ତାଙ୍କ ଆଦର୍ଶରେ ପରିଚାଳିତ ଲୋକଙ୍କୁ ହତ୍ୟା କରାଗଲେ ତାଙ୍କ ଆଦର୍ଶ ମରିଯିବ ନାହିଁ। ଆମେ ଗଡ଼ଚିରୋଲି ଘଟଣାର ପ୍ରତିଶୋଧ ନେବୁ।” ଦ୍ୱିତୀୟ ଚିଠିରେ ମଧ୍ୟ ସମାନ କଥା ଲେଖାଯାଇଛି।

କେଉଁଠୁ ଚିଠି ଆସିଛି ଜଣାପଡ଼ିନାହିଁ
ତେବେ ପ୍ରକୃତରେ ଚିଠି କିଏ ପଠାଇଛି ଏବଂ କେଉଁଠୁ ଆସିଛି, ତାହା ଏପର୍ଯ୍ୟନ୍ତ ଜଣାପଡ଼ିନି ବୋଲି ଜଣେ ବରିଷ୍ଠ ଅଧିକାରୀ ନିଜ ନାଁ ଗୁପ୍ତ ରଖିବା ସର୍ତ୍ତରେ କହିଛନ୍ତି। କିଛି ଦିନ ତଳେ ଚିଠି ଦୁଇଟି ମୁଖ୍ୟମନ୍ତ୍ରୀଙ୍କ ଅଫିସ୍‌କୁ ଆସିଥିଲା। ଏହା ପରେ ରାଜ୍ୟ ସଚିବାଳୟର ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରି ଦିଆଯାଇଛି। ଏହାର ଉଚ୍ଚସ୍ତରୀୟ ତଦନ୍ତ କରାଯାଉ ବୋଲି ବିରୋଧୀ ଦଳ ମାନେ ଦାବି କରିଛନ୍ତି । ଏହା ସହିତ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଯିବା ଉଚିତ ବୋଲି କଂଗ୍ରେସ ମୁଖପାତ୍ର ସଚିନ୍‌ ସାୱନ୍ତ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos