ମହାତ୍ମା ଗାନ୍ଧିଙ୍କ ପ୍ରତିମୂର୍ତ୍ତି ଭାଙ୍ଗି ତଳେ ଫୋପାଡ଼ି ଦେଲେ

ୱାଶିଂଟନ: ଜାତିର ପିତା ମହାତ୍ମା ଗାନ୍ଧିଙ୍କୁ ଘୋର ଅପମାନିତ କରାଯାଇଛି। ଆମେରିକାର କାର୍ଲିଫର୍ଣ୍ଣିଆରେ ଥିବା ଗୋଟିଏ ପାର୍କରେ ଗାନ୍ଧିଙ୍କ ପ୍ରତିମୂର୍ତ୍ତିକୁ ଦୁର୍ବୃତ୍ତମାନେ ଭଙ୍ଗାରୁଜା କରିଛନ୍ତି। ସେହିପରି ସେମାନେ ପ୍ରତିମୂର୍ତ୍ତିକୁ ଆଣ୍ଠୁ ପାଖରୁ ଅଲଗା କରି ତଳେ ଫୋପାଡ଼ି ଦେଇଛନ୍ତି। ଏହି ଘଟଣାକୁ ନେଇ ଆମେରିକାରେ ଥିବା ଭାରତୀୟ ବଂଶୋଦ୍ଭବଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ସେମାନେ ଏହାକୁ ଘୃଣା ଅପରାଧ ଭାବେ ବିଚାର କରି ତଦନ୍ତ କରିବାକୁ ଦାବି କରିଛନ୍ତି। ସୂଚନା ଅନୁସାରେ, ଡାଭିସର ସେଣ୍ଟ୍ରାଲ […]

fd

Hemant Lenka
  • Published: Saturday, 30 January 2021
  • , Updated: 30 January 2021, 05:30 PM IST

ୱାଶିଂଟନ: ଜାତିର ପିତା ମହାତ୍ମା ଗାନ୍ଧିଙ୍କୁ ଘୋର ଅପମାନିତ କରାଯାଇଛି। ଆମେରିକାର କାର୍ଲିଫର୍ଣ୍ଣିଆରେ ଥିବା ଗୋଟିଏ ପାର୍କରେ ଗାନ୍ଧିଙ୍କ ପ୍ରତିମୂର୍ତ୍ତିକୁ ଦୁର୍ବୃତ୍ତମାନେ ଭଙ୍ଗାରୁଜା କରିଛନ୍ତି। ସେହିପରି ସେମାନେ ପ୍ରତିମୂର୍ତ୍ତିକୁ ଆଣ୍ଠୁ ପାଖରୁ ଅଲଗା କରି ତଳେ ଫୋପାଡ଼ି ଦେଇଛନ୍ତି।

ଏହି ଘଟଣାକୁ ନେଇ ଆମେରିକାରେ ଥିବା ଭାରତୀୟ ବଂଶୋଦ୍ଭବଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ସେମାନେ ଏହାକୁ ଘୃଣା ଅପରାଧ ଭାବେ ବିଚାର କରି ତଦନ୍ତ କରିବାକୁ ଦାବି କରିଛନ୍ତି। ସୂଚନା ଅନୁସାରେ, ଡାଭିସର ସେଣ୍ଟ୍ରାଲ ପାର୍କରେ ମହାତ୍ମା ଗାନ୍ଧିଙ୍କ ୬ ଫୁଟ ଉଚ୍ଚ ଓ ୬୫୦ ପାଉଣ୍ଡର ବ୍ରୋଞ୍ଜ ପ୍ରତିମୂର୍ତ୍ତି ରହିଥିଲା।

ତେବେ କିଛି ଦୁର୍ବୃତ୍ତ ପ୍ରତିମୂର୍ତ୍ତିର ମୁହଁକୁ ନଷ୍ଟ କରିଦେଇଥିବା ବେଳେ ଏହାକୁ ଆଣ୍ଠୁ ପାଖରୁ ଭାଙ୍ଗି ତଳେ ଫୋପାଡ଼ି ଦେଇଛନ୍ତି। ପାର୍କର ଜଣେ କର୍ମଚାରୀ ଜାନୁଆରୀ ୨୭ ସକାଳୁ ଗାନ୍ଧିଙ୍କ ଭଗ୍ନ ପ୍ରତିମୂର୍ତ୍ତି ତଳେ ପଡ଼ିଥିବା ଦେଖିବାକୁ ପାଇଥିଲେ।

ଘଟଣାରକୁ ନେଇ ପ୍ରତିକ୍ରିୟା ପ୍ରକାଶ ପାଇବାରୁ ସ୍ଥାନୀୟ ପ୍ରଶାସନ ତଦନ୍ତ ଆରମ୍ଭ କରିଛି। ତେବେ ପ୍ରତିମୂର୍ତ୍ତିଟିକୁ କେବେ ଭଙ୍ଗାଗଲା ଓ ଏହା ପଛର ପ୍ରକୃତ କାରଣ କ’ଣ ସେକଥା ଜଣାପଡ଼ିନି। ଏହି ପ୍ରତିମୂର୍ତ୍ତିକୁ ୪ ବର୍ଷ ତଳେ ଭାରତ ସରକାର ଡାଭିସ ସହରକୁ ଉପହାର ଦେଇଥିଲେ। ଏହାକୁ ସିଟି କାଉନସିଲ ପକ୍ଷରୁ ପାର୍କରେ ସ୍ଥାପନ କରାଯାଇଥିଲା।

Related story