ମହିଳା ୱେଟରଙ୍କୁ କ୍ଷମା ମାଗିଲେ ନିଉଜଲାଣ୍ଡ ପ୍ରଧାନମନ୍ତ୍ରୀ

ୱେଲିଂଟନ୍: ଏକ କାଫେରେ ଜଣେ ମହିଳା ୱେଟରଙ୍କ ଚୁଟି ଟାଣି ନିଉଜଲାଣ୍ଡର ପ୍ରଧାନମନ୍ତ୍ରୀ ଜନ କୀଙ୍କୁ କ୍ଷମା ମାଗିବାକୁ ପଡ଼ିଛି। ଜନଙ୍କ ଏଭଳି ବ୍ୟବହାରର ଶିକାର ହୋଇଥିବା ମହିଳା ୱେଟର ଜଣଙ୍କ ନିଜ ବ୍ଲଗ୍ ମାଧ୍ୟମରେ ଏହି କଥା ଜଣାଇଥିବା ବେଳେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ତରଫରୁ ମଧ୍ୟ ଏହା ଘୋଷଣା କରାଯାଇଛି। ନିଉଜଲାଣ୍ଡ ପ୍ରଧାନମନ୍ତ୍ରୀଙ୍କ ଏହି ବ୍ୟବହାରର ଶିକାର ହୋଇଥିବା ମହିଳା ୱେଟର ଜଣଙ୍କ ତାଙ୍କ ବ୍ଲଗରେ ଲେଖିଛନ୍ତି ଯେ ଜନ୍ ୬ ଥର ତାଙ୍କ ଚୁଟି […]

john key

Rakesh Mallick
  • Published: Wednesday, 22 April 2015
  • , Updated: 04 May 2017, 03:45 PM IST

ୱେଲିଂଟନ୍: ଏକ କାଫେରେ ଜଣେ ମହିଳା ୱେଟରଙ୍କ ଚୁଟି ଟାଣି ନିଉଜଲାଣ୍ଡର ପ୍ରଧାନମନ୍ତ୍ରୀ ଜନ କୀଙ୍କୁ କ୍ଷମା ମାଗିବାକୁ ପଡ଼ିଛି। ଜନଙ୍କ ଏଭଳି ବ୍ୟବହାରର ଶିକାର ହୋଇଥିବା ମହିଳା ୱେଟର ଜଣଙ୍କ ନିଜ ବ୍ଲଗ୍ ମାଧ୍ୟମରେ ଏହି କଥା ଜଣାଇଥିବା ବେଳେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ତରଫରୁ ମଧ୍ୟ ଏହା ଘୋଷଣା କରାଯାଇଛି।

ନିଉଜଲାଣ୍ଡ ପ୍ରଧାନମନ୍ତ୍ରୀଙ୍କ ଏହି ବ୍ୟବହାରର ଶିକାର ହୋଇଥିବା ମହିଳା ୱେଟର ଜଣଙ୍କ ତାଙ୍କ ବ୍ଲଗରେ ଲେଖିଛନ୍ତି ଯେ ଜନ୍ ୬ ଥର ତାଙ୍କ ଚୁଟି ଟାଣି ଥିଲେ। ପ୍ରତି ଥର ଚୁଟି ଟାଣିବା ନେଇ ସେ ଅସନ୍ତୋଷ ପ୍ରକାଶ କରିଥିଲେ। ଏପରିକି ମୁଥା ମାରିବା ପାଇଁ ବି ସେ ପ୍ରଧାନମନ୍ତ୍ରୀଙ୍କୁ ଚେତାବନୀ ଦେଇଥିଲେ। ତଥାପି ଜନ୍ ଶୁଣିନଥିଲେ। ଏପରିକି ପ୍ରଧାନମନ୍ତ୍ରୀ ଜନଙ୍କୁ ଏପରି ନକରିବା ପାଇଁ ତାଙ୍କ ପତ୍ନୀ ମଧ୍ୟ ଅନୁରୋଧ କରିଥିଲେ। କିନ୍ତୁ ତା’ସତ୍ତ୍ୱେ ସେ ମାନି ନଥିଲେ।

ଏହି ୱେଟର ଜଣଙ୍କ ଆହୁରି ମଧ୍ୟ ଲେଖିଥିଲେ, ପ୍ରଧାନମନ୍ତ୍ରୀ ଜନଙ୍କ ବ୍ୟବହାର ଜଣେ ସ୍କୁଲ୍ ପିଲା ପରି ଥିଲା। ସେ ଜଣେ ସ୍କୁଲ୍ ପିଲା ପରି ଜିଦି କରୁଥିଲେ। ତେବେ ପରେ ଦିନେ ହଠାତ୍ ପ୍ରଧାନମନ୍ତ୍ରୀଙ୍କ ଚିଠି ଆସିଲା ଓ ସେଥିରେ ସେ ନିଜ ବ୍ୟବହାର ନେଇ କ୍ଷମା ମାଗିଥିଲେ। ସେ ଲେଖିଥିଲେ ଯେ ତାଙ୍କ ବ୍ୟବହାର ଏତେ ଖରାପ ଲାଗିବ ବୋଲି ତାଙ୍କୁ ଜଣାନଥିଲା।

ନିଉଜଲାଣ୍ଡର ଲେବର ଓ ଗ୍ରୀନ୍ ପାର୍ଟି ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କ ଏତାଦୃଶ୍ୟ ବ୍ୟବହାରକୁ ସମାଲୋଚନା କରାଯାଇଛି ।

Related story