ମହିଳାଙ୍କ ସହ ସେକ୍ସ ଚାଟ୍ କରି ଧରାପଡ଼ିଲେ ତିନି ସେନା ଅଧିକାରୀ, ତଦନ୍ତ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଫେସବୁକରେ ମହିଳାଙ୍କ ସହିତ ସେକ୍ସ ଚାଟ୍ କରୁଥିବା ବେଳେ ଧରାପଡ଼ିଛନ୍ତି ତିନି ଜଣ ସେନା ଅଧିକାରୀ। ଏହି ତିନି ଅଧିକାରୀ ହେଉଛନ୍ତି ମଧ୍ୟ ପ୍ରଦେଶର ମହୁ ସ୍ଥିତ ଆର୍ମି ୱାର୍ କଲେଜର ଅଧିକାରୀ। ସେମାନେ ସେକ୍ସ ଚାଟ୍ କଲା ବେଳେ ଉକ୍ତ ମହିଳାମାନଙ୍କୁ ସେନାର କିଛି ଗୁପ୍ତ ସୂଚନା ମଧ୍ୟ କହିଥିବା ଜଣାପଡ଼ିଛି। ଏନେଇ ସେନା ପକ୍ଷରୁ କୋର୍ଟ ଅଫ୍ ଇନକ୍ୱାରୀ ନିର୍ଦ୍ଦେଶ ଦିଆଯାଇଛି। ଏହି ତିନି ଅଫିସରଙ୍କ ମଧ୍ୟରୁ ସବୁଠାରୁ ବରିଷ୍ଠ ଜଣଙ୍କ କର୍ଣ୍ଣେଲ […]

armysexchat

Rakesh Mallick
  • Published: Sunday, 30 August 2015
  • , Updated: 31 August 2015, 07:30 AM IST

ନୂଆଦିଲ୍ଲୀ: ଫେସବୁକରେ ମହିଳାଙ୍କ ସହିତ ସେକ୍ସ ଚାଟ୍ କରୁଥିବା ବେଳେ ଧରାପଡ଼ିଛନ୍ତି ତିନି ଜଣ ସେନା ଅଧିକାରୀ। ଏହି ତିନି ଅଧିକାରୀ ହେଉଛନ୍ତି ମଧ୍ୟ ପ୍ରଦେଶର ମହୁ ସ୍ଥିତ ଆର୍ମି ୱାର୍ କଲେଜର ଅଧିକାରୀ। ସେମାନେ ସେକ୍ସ ଚାଟ୍ କଲା ବେଳେ ଉକ୍ତ ମହିଳାମାନଙ୍କୁ ସେନାର କିଛି ଗୁପ୍ତ ସୂଚନା ମଧ୍ୟ କହିଥିବା ଜଣାପଡ଼ିଛି। ଏନେଇ ସେନା ପକ୍ଷରୁ କୋର୍ଟ ଅଫ୍ ଇନକ୍ୱାରୀ ନିର୍ଦ୍ଦେଶ ଦିଆଯାଇଛି। ଏହି ତିନି ଅଫିସରଙ୍କ ମଧ୍ୟରୁ ସବୁଠାରୁ ବରିଷ୍ଠ ଜଣଙ୍କ କର୍ଣ୍ଣେଲ ପଦବୀରେ ନିଯୁକ୍ତ ହୋଇଛନ୍ତି। ଅନ୍ୟ ଜଣେ ୨ ରାଜପୁତ ୟୁନିଟରେ ମେଜର ପଦବୀରେ ଅଛନ୍ତି। ସେହିପରି ତୃତୀୟ ଅଧିକାରୀ ଜଣଙ୍କ ହେଉଛନ୍ତି ଜଣେ ଲେଫ୍ଟନେଣ୍ଟ୍। ସେ ଏଇ ବର୍ଷେ ହେଲା ନିଯୁକ୍ତି ପାଇଛନ୍ତି।

ଏହି ଘଟଣାକୁ ନେଇ ସେନାର ବରିଷ୍ଠ ଅଧିକାରୀମାନେ ଚିନ୍ତା ପ୍ରକଟ କରିଛନ୍ତି। କାରଣ ସେନା ପକ୍ଷରୁ ପୂର୍ବରୁ କଡ଼ାକଡ଼ି ଭାବେ କୁହାଯାଇଥିଲା ଯେ ଏହି ଭଳି ସନ୍ଦିଗ୍ଧ ମହିଳାମାନଙ୍କ ସହିତ କୌଣସି ଅଧିକାରୀ ସୋସିଆଲ୍ ମିଡିଆରେ ଚାଟ୍ କରି ପାରିବେ ନାହିଁ। କାରଣ ସେମାନେ ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ଆଇଏସଆଇର ଗୁପ୍ତଚର ମଧ୍ୟ ହୋଇ ପାରିଥାଆନ୍ତି।

Related story