ଶାନ୍ତି ବଜାୟ ରଖିବାକୁ ପାକିସ୍ତାନକୁ ଆମେରିକାର ପରାମର୍ଶ

ଓ୍ୱାଶିଂଟନ: ଭାରତରେ ଆତଙ୍କବାଦୀ ଆକ୍ରମଣ ହୋଇପାରେ ବୋଲି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ ଖାନ୍ ୬ ତାରିଖରେ କହିବା ପରେ ଆମେରିକାର ସାସଂଦ ତଥା ବୈଦେଶିକ କମିଟିର ଦୁଇ ଅଧିକାରୀ ପାକିସ୍ତାନକୁ ଶାନ୍ତି ବଜାୟ ରଖିବା ପାଇଁ ଅପିଲ୍ କରିଛନ୍ତି। ଆମେରିକାର ବୈଦେଶିକ ବ୍ୟାପାର କମିଟିର ଦୁଇ ସଦସ୍ୟ ସିନେଟର ରବର୍ଟ ମେନେନଡେଜ ଏବଂ ଏଲିଅଟ୍ ଏନଜେଲ୍ ଭାରତରେ ଆତଙ୍କବାଦୀ ଅନୁପ୍ରବେଶ ଉପରେ ପାକିସ୍ତାନକୁ ନଜର ରଖିବାକୁ କହିବା ସହ ନିଜ ଅଞ୍ଚଳରେ ଥିବା ଆତଙ୍କବାଦୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ […]

INDIA AMERICA BORDER

Subhransu Sekhar
  • Published: Thursday, 08 August 2019
  • , Updated: 08 August 2019, 10:20 AM IST

ଓ୍ୱାଶିଂଟନ: ଭାରତରେ ଆତଙ୍କବାଦୀ ଆକ୍ରମଣ ହୋଇପାରେ ବୋଲି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ ଖାନ୍ ୬ ତାରିଖରେ କହିବା ପରେ ଆମେରିକାର ସାସଂଦ ତଥା ବୈଦେଶିକ କମିଟିର ଦୁଇ ଅଧିକାରୀ ପାକିସ୍ତାନକୁ ଶାନ୍ତି ବଜାୟ ରଖିବା ପାଇଁ ଅପିଲ୍ କରିଛନ୍ତି। ଆମେରିକାର ବୈଦେଶିକ ବ୍ୟାପାର କମିଟିର ଦୁଇ ସଦସ୍ୟ ସିନେଟର ରବର୍ଟ ମେନେନଡେଜ ଏବଂ ଏଲିଅଟ୍ ଏନଜେଲ୍ ଭାରତରେ ଆତଙ୍କବାଦୀ ଅନୁପ୍ରବେଶ ଉପରେ ପାକିସ୍ତାନକୁ ନଜର ରଖିବାକୁ କହିବା ସହ ନିଜ ଅଞ୍ଚଳରେ ଥିବା ଆତଙ୍କବାଦୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ କହିଛନ୍ତି।

ଗତକାଲି ପାକିସ୍ତାନ ସରକାର ଇସ୍‌ଲାମାବାଦରେ ଥିବା ଭାରତୀୟ ଦୂତାବାସକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ପାକିସ୍ତାନରେ ଅବସ୍ଥାପିତ ଭାରତୀୟ ହାଇକମିଶନରଙ୍କୁ ନିଜ ଦେଶରୁ ବହିଷ୍କୃତ କରିଛନ୍ତି। ଖାଲି ସେତିକି ନୁହେଁ, ଭାରତରେ ଅବସ୍ଥାପିତ ପାକିସ୍ତାନ ହାଇକମିଶନରଙ୍କୁ ଇସ୍‌ଲାମାବାଦ ପକ୍ଷରୁ ସ୍ୱଦେଶ ଫେରି ଆସିବାକୁ କୁହାଯାଇଛି।

ଏହାପରେ ଆମେରିକାର ବୈଦେଶିକ କମିଟି ଏକ ମିଳିତ ବିବୃତି ରଖଛି। ବିଶ୍ୱର ସର୍ବବୃହତ ଗଣତାନ୍ତ୍ରିକ ରାଷ୍ଟ୍ର ଭାରତ ତା'ର ନାଗରିକଙ୍କୁ ନିର୍ଦ୍ଦିଷ୍ଟ ନିୟମ ଭିତରେ ସ୍ୱାଧୀନତା ଦେବା, ସୁରକ୍ଷା ଦେବା ଓ ସମାନ ଅଧିକାର ଦେବାର କ୍ଷମତା ରହିଛି। ସ୍ୱଚ୍ଛତା ଏବଂ ରାଜନୀତିକ ଭାଗିଦାରୀ ପ୍ରତ୍ୟେକ ଗଣତାନ୍ତ୍ରିକ ରାଷ୍ଟ୍ରର ମୁଖ୍ୟ ଆଧାର। ଆଗାମୀ ଦିନରେ ଜମ୍ମୁ ଏବଂ କଶ୍ମୀରରେ ଭାରତ ସରକାର ଏହି ସବୁ ନିୟମ ପାଳନ କରିବେ ବୋଲି ଦୁଇ ଆମେରିକା ସାଂସଦ ଆଶା ରଖିଛନ୍ତି।

ସୂଚନାଯୋଗ୍ୟ, ସୋମବାର ରାଜ୍ୟସଭାରେ ଗୃହମନ୍ତ୍ରୀ ଅମିତ ଶାହ ଜମ୍ମୁ କଶ୍ମୀରରୁ ଧାରା ୩୭୦ ହଟିବା ନେଇ ଅବଗତ କରାଇଥିଲେ। ଏହାପରେ ସରକାର ଉଭୟ ରାଜ୍ୟସଭା ଏବଂ ଲୋକସଭାରେ ଜମ୍ମୁ-କଶ୍ମୀର ବିଭାଜନ ବିଲ୍‌ ପାସ୍‌ କରାଇଥିଲେ। ଜମ୍ମୁ କଶ୍ମୀର ଓ ଲଦାଖକୁ ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳରେ ପରିଣତ କରିଛନ୍ତି ସରକାର। ଭାରତର ଏଭଳି ପଦକ୍ଷେପକୁ ପାକିସ୍ତାନ ବେଆଇନ ଓ ଅଗଣତାନ୍ତ୍ରିକ କହିଛି। ଆଗାମୀ ଦିନରେ ଏହାକୁ ଜାତିସଂଘରେ ପ୍ରସଙ୍ଗ କରିବ ବୋଲି ମଧ୍ୟ ପାକିସ୍ତାନ କହିଛି।

Related story