ଚେନ୍ନାଇ: ତାମିଲ ଭାଷାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଶଂସାରେ ଶତମୁଖ ହେବା ପରେ ଡିଏମ୍କେ ମୁଖ୍ୟ ଏମ୍କେ ଷ୍ଟାଲିନ୍ ଏହାକୁ ସ୍ୱାଗତ କରିବା ସହ ତେର୍ଛା ବାଣ ମାରିଛନ୍ତି। ସେ କହିଛନ୍ତି ଯଦି ପ୍ରଧାନମନ୍ତ୍ରୀଙ୍କର ତାମିଲକୁ ଦେଶର ସବୁଠାରୁ ପୂରୁଣା ଭାଷା କହୁଛନ୍ତି, ଏହାକୁ ସରକାରୀ ଭାଷା ମାନ୍ୟତା ଦେଇଦିଅନ୍ତୁ।
ମଙ୍ଗଳବାର ସେ କହିଥିଲେ, “ଆମେ ଆନନ୍ଦିତ ଯେ ଆମ ପ୍ରଧାନମନ୍ତ୍ରୀ ତାମିଲକୁ ସବୁଠାରୁ ପୂରୁଣା ଭାଷା କହିଛନ୍ତି। କିନ୍ତୁ ଆମେ ତାଙ୍କ ନିକଟରେ ଦାବି କରିବାକୁ ଚାହୁଁ ଯେ, ଶ୍ରୀଲଙ୍କା ଓ ସିଙ୍ଗାପୁର ପରି ଭାରତରେ ତାମିଲ ଅଫିସିଆଲ ଲାଙ୍ଗୁଏଜ୍ ବା ସରକାରୀ ଭାଷାର ମାନ୍ୟତା ପାଇନି। କେନ୍ଦ୍ର ସରକାର ତାମିଲ ସହ ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦରେ ସ୍ଥାନ ପାଇଥିବା ଅନ୍ୟ ୨୨ଟିକୁ ସରକାରୀ ଭାଷା ମାନ୍ୟତା ଦିଅନ୍ତୁ।”
ସେ ଆହୁରି ମଧ୍ୟ କହିଥିଲେ, ଏନ୍ଡିଏ ସରକାର ହିନ୍ଦୀ ଏବଂ ସଂସ୍କୃତକୁ ସବୁ ରାଜ୍ୟରେ ଲଦିବାର ଅପପ୍ରୟାସ କରୁଛନ୍ତି। ସରକାରୀ ପ୍ରକଳ୍ପର ନାମ ହିନ୍ଦୀରେ ରଖାଯାଉଛି ଏବଂ ତାମିଲରେ ତା’କୁ ଅନୁବାଦ ମଧ୍ୟ କରାଯାଉନାହିଁ।