କୁଆଲାଲୁମ୍ପୁର: ମାଲେସିଆ ପ୍ରଧାନମନ୍ତ୍ରୀ ମହାତିର ମହମ୍ମଦ ଆଜି ତାଙ୍କ ପଦବୀରୁ ଇସ୍ତଫା ଦେଇଛନ୍ତି। ଆଲଜଜିରା ଟିଭି ଚ୍ୟାନେଲର ରିପୋର୍ଟ ଅନୁଯାୟୀ ମହାତିର ତାଙ୍କ ଇସ୍ତଫା ପତ୍ର ମାଲେସିଆ ରାଜାଙ୍କ ନିକଟକୁ ପଠାଇ ଦେଇଛନ୍ତି। ମେ ୧୦, ୨୦୧୮ରେ ମହାତିର ମାଲେସିଆର ପ୍ରଧାନମନ୍ତ୍ରୀ ପଦବୀରେ ନିଯୁକ୍ତ ହୋଇଥିଲେ।
ଖବର ସରବରାହ ସଂସ୍ଥା ରଏଟର୍ସର ରିପୋର୍ଟ ଅନୁଯାୟୀ, ମହାତିରଙ୍କ ଦଳ ବେରାସ୍ତୁ ମେଣ୍ଟ କରି ଦେଶରେ ସରକାର ଗଢ଼ିଥିଲା। ସହଯୋଗୀ ଦଳଙ୍କ ସହ ମେଣ୍ଟ ଭାଙ୍ଗିବାରୁ ୯୪ ବର୍ଷୀୟ ମହାତିର ନିଜ ପଦବୀରୁ ଇସ୍ତଫା ଦେଇଛନ୍ତି।
ସପ୍ତାହେ ପୂର୍ବରୁ ମାଲେସିଆରେ ରାଜନୀତିକ ଅସ୍ଥିରତା ସୃଷ୍ଟି ହୋଇଥିଲା। ୨୦୧୮ରେ ମହାତିର ଏବଂ ଅନବର ଇବ୍ରାହିମ ମିଶି ମେଣ୍ଟ ସରକାର ଗଠନ କରିଥିଲେ। ମେଣ୍ଟ ସମୟରେ ଚୁକ୍ତି ହୋଇଥିଲା କି ୯୪ ବର୍ଷୀୟ ମହାତୀର କିଛି ଦିନ ଦେଶର ପ୍ରଧାନମନ୍ତ୍ରୀ ରହିବା ପରେ ସେ ତାଙ୍କ ପଦ ଇବ୍ରାହିମଙ୍କ ପାଇଁ ଛାଡ଼ିବେ। ହେଲେ ରବିବାର ଇବ୍ରାହିମ କହିଥିଲେ, ମହାତିର ତାଙ୍କୁ ଧୋକା ଦେଇ ଦେଶର ଅନ୍ୟତମ ଦଳ ୟୁନାଇଟେଡ ମାଲାୟମ ନେଶନାଲ ଅର୍ଗାନାଇଜେଶନ (ୟୁଏମଏନଓ)ଙ୍କ ସହ ହାତ ମିଳାଇଛନ୍ତି।
ସୂଚନାଯୋଗ୍ୟ, ମହାତିର ମାଲେସିଆ ରାଜନୀତିର ଜଣେ ଟାଣୁଆ ନେତା। ୧୯୮୧ରୁ ୨୦୦୩ ଯାଏ ସେ ଦେଶର ପ୍ରଧାନମନ୍ତ୍ରୀ ଥିଲେ। ଏହାପରେ ୨୦୧୮ରେ ସେ ପ୍ରଧାନମନ୍ତ୍ରୀ ହୋଇଥିଲେ।