ୱିକଏଣ୍ଡ ବଦଳରେ ସୋମବାର ଓ ମଙ୍ଗଳବାର ବନ୍ଦ ରହିବ ମଲ୍‌, ଦୋକାନ

ଚଣ୍ଡିଗଡ଼: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ହରିଆଣା ସରକାର ଆଜି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଦୋକାନ ଓ ସହରାଞ୍ଚଳରେ ଥିବା ମଲ ଗୁଡ଼ିକ ଏଣିକି ୱିକଏଣ୍ଡ ବଦଳରେ ସୋମବାର ଓ ମଙ୍ଗଳବାର ବନ୍ଦ ରହିବ। ତେବେ ଜରୁରୀ ସାମଗ୍ରୀ ବିକ୍ରି କରୁଥିବା ଦୋକାନଗୁଡ଼ିକ ପାଇଁ ଏହି ନୂଆ ନିୟମ ଲାଗୁ ହେବନାହିଁ। ଏହାପୂର୍ବରୁ ସରକାର ଶନିବାର ଓ ରବିବାର ରାଜ୍ୟରେ ଥିବା ସମସ୍ତ ଦୋକାନଗୁଡ଼ିକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ହେଲେ ଏବେ ଏହା ସୋମବାର ଓ […]

vds

Hemant Lenka
  • Published: Friday, 28 August 2020
  • , Updated: 28 August 2020, 07:20 PM IST

ଚଣ୍ଡିଗଡ଼: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ହରିଆଣା ସରକାର ଆଜି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଦୋକାନ ଓ ସହରାଞ୍ଚଳରେ ଥିବା ମଲ ଗୁଡ଼ିକ ଏଣିକି ୱିକଏଣ୍ଡ ବଦଳରେ ସୋମବାର ଓ ମଙ୍ଗଳବାର ବନ୍ଦ ରହିବ। ତେବେ ଜରୁରୀ ସାମଗ୍ରୀ ବିକ୍ରି କରୁଥିବା ଦୋକାନଗୁଡ଼ିକ ପାଇଁ ଏହି ନୂଆ ନିୟମ ଲାଗୁ ହେବନାହିଁ।

ଏହାପୂର୍ବରୁ ସରକାର ଶନିବାର ଓ ରବିବାର ରାଜ୍ୟରେ ଥିବା ସମସ୍ତ ଦୋକାନଗୁଡ଼ିକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ହେଲେ ଏବେ ଏହା ସୋମବାର ଓ ମଙ୍ଗଳବାର କରିଦିଆଯାଇଛି।

ଆଗାମୀ ନିର୍ଦ୍ଦେଶ ଯାଏ ଏହି ନିୟମ ବଳବତ୍ତର ରହିବ। ଅଗଷ୍ଟ ୨୧ରେ ସରକାର ଏକ ନିର୍ଦ୍ଦେଶନାମା ଜାରି କରିଥିଲେ। ଏଥିରେ କୁହାଯାଇଥିଲା ଯେ ସପ୍ତାହର ପ୍ରତି ଶନିବାର ଓ ରବିବାର ରାଜ୍ୟରେ ଥିବା ସମସ୍ତ ଅଫିସ ଏବଂ ଦୋକାନ ପତ୍ର ବନ୍ଦ ରହିବ।

Related story