ରାଜ୍ୟସଭା ସଦସ୍ୟ ପଦରୁ ମାଲ୍ୟାଙ୍କ ଇସ୍ତଫା

ନୂଆଦିଲ୍ଲୀ: ବିଭିନ୍ନ ବ୍ୟାଙ୍କର ୯୦୦୦ କୋଟି ଟଙ୍କାର ଋଣ ନ ଶୁଝି ବିଦେଶକୁ ପଳାଇଥିବା ମଦ ବ୍ୟବସାୟୀ ବିଜୟ ମାଲ୍ୟା ସୋମବାର ରାଜ୍ୟସଭା ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ସେ ତାଙ୍କ ଇସ୍ତଫାପତ୍ର ରାଜ୍ୟସଭା ଅଧ୍ୟକ୍ଷ ହମିଦ୍ ଅନ୍‌ସାରୀଙ୍କ ନିକଟକୁ ପଠାଇଛନ୍ତି। ମାଲ୍ୟାଙ୍କୁ ସଂସଦରୁ ନିଲମ୍ବନ କରିବା ପାଇଁ ରାଜ୍ୟସଭାର ସଦାଚାର କମିଟି ସର୍ବସମ୍ମତିକ୍ରମେ ନିଷ୍ପତ୍ତି ନେବାର ଏକ ସପ୍ତାହ ପରେ ସେ ନିଜ ପଦରୁ ଇସ୍ତଫା ଦେଇଛନ୍ତି। କିଙ୍ଗଫିସର ଏୟାରଲାଇନ୍ସ କଂପାନୀ କାହିଁକି ଋଣ ଶୁଝି […]

vijay-mallya

Rakesh Mallick
  • Published: Monday, 02 May 2016
  • , Updated: 02 May 2016, 02:38 PM IST

ନୂଆଦିଲ୍ଲୀ: ବିଭିନ୍ନ ବ୍ୟାଙ୍କର ୯୦୦୦ କୋଟି ଟଙ୍କାର ଋଣ ନ ଶୁଝି ବିଦେଶକୁ ପଳାଇଥିବା ମଦ ବ୍ୟବସାୟୀ ବିଜୟ ମାଲ୍ୟା ସୋମବାର ରାଜ୍ୟସଭା ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ସେ ତାଙ୍କ ଇସ୍ତଫାପତ୍ର ରାଜ୍ୟସଭା ଅଧ୍ୟକ୍ଷ ହମିଦ୍ ଅନ୍‌ସାରୀଙ୍କ ନିକଟକୁ ପଠାଇଛନ୍ତି।

ମାଲ୍ୟାଙ୍କୁ ସଂସଦରୁ ନିଲମ୍ବନ କରିବା ପାଇଁ ରାଜ୍ୟସଭାର ସଦାଚାର କମିଟି ସର୍ବସମ୍ମତିକ୍ରମେ ନିଷ୍ପତ୍ତି ନେବାର ଏକ ସପ୍ତାହ ପରେ ସେ ନିଜ ପଦରୁ ଇସ୍ତଫା ଦେଇଛନ୍ତି। କିଙ୍ଗଫିସର ଏୟାରଲାଇନ୍ସ କଂପାନୀ କାହିଁକି ଋଣ ଶୁଝି ପାରିଲା ନାହିଁ ତା’ର କାରଣ ଦର୍ଶାଇବାକୁ ସଦାଚାର କମିଟି ମାଲ୍ୟାଙ୍କୁ ଏକ ସପ୍ତାହ ସମୟ ଦେଇଥିଲା।

ମାଲ୍ୟା ଇଂଲଣ୍ଡରେ ଅଛନ୍ତି ବୋଲି କୁହାଯାଉଥିବା ବେଳେ କେନ୍ଦ୍ର ସରକାର ତାଙ୍କର ପାସ୍‌ପୋର୍ଟ ରଦ୍ଦ କରି ଦେଇଛନ୍ତି। ମାଲ୍ୟା ମାର୍ଚ୍ଚ ୨ ତାରିଖରେ ଭାରତ ଛାଡ଼ି ଚାଲି ଯାଇଥିଲେ।

Related story