ପରାଜୟର ବ୍ୟଥାକୁ କବିତାରେ ପ୍ରକାଶ କଲେ ମମତା, ପଢ଼ନ୍ତୁ ଦିଦିଙ୍କ କବିତା

କୋଲକାତା: ଚଳିତ ସାଧାରଣ ନିର୍ବାଚନରେ ମୋଦିଙ୍କ ବିଜୟକୁ ସ୍ୱୀକାର କରିପାରୁ ନାହାନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ ନିରବ ରହିଥିବା ମମତା ବାନାର୍ଜୀ ଏକ କବିତା ଲେଖିଛନ୍ତି। ପ୍ରଧାନମନ୍ତ୍ରୀ ଓ ବିଜେପି ଉଦ୍ଦେଶ୍ୟରେ ମମତା ଏହି କବିତା ଲେଖିଛନ୍ତି। ଯାହାକୁ ସେ ନିଜ ଟ୍ୱିଟର ହ୍ୟାଣ୍ଡଲରେ ଇଂରାଜୀ, ହିନ୍ଦୀ ଓ ବଙ୍ଗଳା ଭାଷାରେ ପୋଷ୍ଟ କରିଛନ୍ତି। କବିତାର ଶୀର୍ଷକ ରହିଛି ‘ମେଁ ନେହିଁ ମାନତି’। ଏହି କବିତା ମାଧ୍ୟମରେ ନିଜକୁ […]

551955-mamata-army

551955-mamata-army

Subhransu Sekhar
  • Published: Saturday, 25 May 2019
  • Updated: 25 May 2019, 06:18 PM IST

Sports

Latest News

କୋଲକାତା: ଚଳିତ ସାଧାରଣ ନିର୍ବାଚନରେ ମୋଦିଙ୍କ ବିଜୟକୁ ସ୍ୱୀକାର କରିପାରୁ ନାହାନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ ନିରବ ରହିଥିବା ମମତା ବାନାର୍ଜୀ ଏକ କବିତା ଲେଖିଛନ୍ତି। ପ୍ରଧାନମନ୍ତ୍ରୀ ଓ ବିଜେପି ଉଦ୍ଦେଶ୍ୟରେ ମମତା ଏହି କବିତା ଲେଖିଛନ୍ତି। ଯାହାକୁ ସେ ନିଜ ଟ୍ୱିଟର ହ୍ୟାଣ୍ଡଲରେ ଇଂରାଜୀ, ହିନ୍ଦୀ ଓ ବଙ୍ଗଳା ଭାଷାରେ ପୋଷ୍ଟ କରିଛନ୍ତି।

କବିତାର ଶୀର୍ଷକ ରହିଛି ‘ମେଁ ନେହିଁ ମାନତି’। ଏହି କବିତା ମାଧ୍ୟମରେ ନିଜକୁ ଶାନ୍ତ, ଚିତ୍ରକର ଓ ସଙ୍ଗୀତରେ ବିଶ୍ୱାସ ରଖୁଥିବା ଜଣେ ବ୍ୟକ୍ତି ବୋଲି ଦର୍ଶାଇଛନ୍ତି। ତେବେ ନିଜର ବିରୋଧୀ ତଥା ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସେ କଡ଼ା ସମାଲୋଚନା କରିଛନ୍ତି। ବିଜେପି ସାମ୍ପ୍ରଦାୟିକତାବାଦର ବାର୍ତ୍ତା ବାଣ୍ଟୁଛି ବୋଲି ମମତା ଦର୍ଶାଇଛନ୍ତି। ତେବେ କବିତା ଶେଷରେ ମମତା ବସୁଧୈବ କୁଟୁମ୍ବକମ ଲେଖି ସମସ୍ତଙ୍କୁ ସାହସ ରଖିବା ପାଇଁ କହିଛନ୍ତି।

ଚଳିତ ନିର୍ବାଚନରେ ପଶ୍ଚିମବଙ୍ଗର ୪୨ ଲୋକସଭା ଆସନରୁ ବିଜେପି ୧୮ଟି ଆସନରେ ବିଜୟୀ ହୋଇଥିବା ବେଳେ ରାଜ୍ୟର ଶାସକ ଦଳ ଟିଏମସି ୨୨ଟି ଏବଂ କଂଗ୍ରେସ ୨ଟିରେ ବିଜୟୀ ହୋଇଛି। ୨୦୨୧ରେ ଏଠାରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ବିଜେପିର ସ୍ଥିତି ମଜଭୁତ ହେଉଥିବା ଦେଖି ଟିଏମସି ଏବେ ନୂଆ ରଣନୀତି ପ୍ରସ୍ତୁତ କରୁଥିବା ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos