କେନ୍ଦ୍ରର କରୋନା ଗାଇଡଲାଇନକୁ ଫୁ’ କଲେ ଦିଦି!

କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କଣ୍ଟେନମେଣ୍ଟ ଜୋନକୁ ତିନି ଭାଗରେ ବିଭକ୍ତ କରିଛନ୍ତି। କଣ୍ଟେନମେଣ୍ଟ ଜୋନକୁ ଏ, ବି ଏବଂ ସି ଶ୍ରେଣୀରେ ରଖିଛନ୍ତି ମମତା ବାନାର୍ଜୀ। କେଣ୍ଟେନମେଣ୍ଟ ଜୋନ୍ ଗାଇଡଲାଇନ୍ କୌଣସି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ଉଲ୍ଲଂଘନ କରିପାରିବେନି ବୋଲି କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଘୋଷଣା କରିବା ପରେ ମମତା ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି। ଯାହାକୁ ନେଇ ଏବେ ଦୁଇ ସରକାର ମଧ୍ୟରେ ପୁଣି ଆରମ୍ଭ ହୋଇଛି ବିବାଦ। କଣ୍ଟେନମେଣ୍ଟ […]

MAMATA BANERJEE

MAMATA BANERJEE

Subhransu Sekhar
  • Published: Monday, 18 May 2020
  • Updated: 18 May 2020, 10:26 PM IST

କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କଣ୍ଟେନମେଣ୍ଟ ଜୋନକୁ ତିନି ଭାଗରେ ବିଭକ୍ତ କରିଛନ୍ତି। କଣ୍ଟେନମେଣ୍ଟ ଜୋନକୁ ଏ, ବି ଏବଂ ସି ଶ୍ରେଣୀରେ ରଖିଛନ୍ତି ମମତା ବାନାର୍ଜୀ। କେଣ୍ଟେନମେଣ୍ଟ ଜୋନ୍ ଗାଇଡଲାଇନ୍ କୌଣସି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ଉଲ୍ଲଂଘନ କରିପାରିବେନି ବୋଲି କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଘୋଷଣା କରିବା ପରେ ମମତା ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି। ଯାହାକୁ ନେଇ ଏବେ ଦୁଇ ସରକାର ମଧ୍ୟରେ ପୁଣି ଆରମ୍ଭ ହୋଇଛି ବିବାଦ।

କଣ୍ଟେନମେଣ୍ଟ ଏ (ସମ୍ପୂର୍ଣ୍ଣ ବନ୍ଦ), ବି ଶ୍ରେଣୀକୁ ବଫର ଜୋନ୍ (କିଛି ନିୟମରେ କୋହଳ) ଏହଂ ସି ଶ୍ରେଣୀକୁ କ୍ଲିନ୍ (ସବୁ ଖୋଲାଯିବ) ବୋଲି ମମତା ସରକାର ଘୋଷଣା କରିଛନ୍ତି। ସମସ୍ତ ରେଷ୍ଟୁରାଣ୍ଟରେ ସାମାଜିକ ଦୂରତାକୁ ବଜାୟ ରଖିବା ପାଇଁ ମମତା କହିଥିବାବେଳେ ହୋଟେଲ ଖୋଲାଯାଇପାରିବ ନାହିଁ ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ, ଆଜି କେନ୍ଦ୍ର ସରକାର ସ୍ପଷ୍ଟ କରି କହିଛନ୍ତି କଣ୍ଟେନମେଣ୍ଟ ଜୋନ ଭିତରେ ପୂର୍ବଭଳି କଡା କଟକଣା ଜାରି ରହିବ। କୌଣସି ଦୋକାନ ବଜାର ଖୋଲିବ ନାହିଁ। ହେଲେ ମମତା ସରକାର କଣ୍ଟେନମେଣ୍ଟ ଜୋନର କିଛି ଅଞ୍ଚଳକୁ ସି ଶ୍ରେଣୀରେ ଆଣି ଦୋକାନ ଖୋଲିବାକୁ ଅନୁମତି ଦେଇଛନ୍ତି। ଯାହାକି କେନ୍ଦ୍ରର ଗାଇଡଲାଇନକୁ ଉଲ୍ଲଂଘନ କରୁଛି।

ରାଜ୍ୟ ସରକାରମାନେ ଏସବୁ ଅଞ୍ଚଳରେ ମନଇଚ୍ଛା କୌଣସି କୋହଳ ପଦକ୍ଷେପ ନେଇପାରିବେ ନାହିଁ ବୋଲି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ କହିଛି। ଦେଶବ୍ୟାପୀ ଏହି ବ୍ୟବସ୍ଥା ଅନ୍ୟାଦେଶ ପର୍ଯ୍ୟନ୍ତ ବଳବତ୍ତର ରହିବ । ଯେଉଁସବୁ କାର୍ଯ୍ୟ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଦ୍ୱାରା ନିଷିଦ୍ଧ କରାଯାଇଛି, ତା ବାହାରେ ଥିବା ଅନ୍ୟାନ୍ୟ କାର୍ଯ୍ୟ ଚାଲିପାରିବ।

ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ, ସଂଶୋଧିତ ନିର୍ଦ୍ଦେଶାବଳୀରେ ଲକଡାଉନ କଟକଣାକୁ ଯଥେଷ୍ଟ କୋହଳ କରାଯାଇଥିଲେ ମଧ୍ୟ ରାଜ୍ୟ ସରକାରମାନେ ମନଇଚ୍ଛା ତାହାକୁ ଅଧିକ କୋହଳ ଓ ଏପଟ ସେପଟ କରିପାରିବେ ନାହିଁ । ଆବଶ୍ୟକ ପଡିଲେ ରାଜ୍ୟ ସରକାର ସମୂହ ସ୍ଥାନୀୟ ଆବଶ୍ୟକତା, ସ୍ଥିତି ଓ ବାସ୍ତବତାକୁ ବିଚାରକୁ ନେଇ କଟକଣାକୁ ଅଧିକ କଠୋର ଏବଂ କେତେକ କାମ ଉପରେ ନିଷେଧାଜ୍ଞା ଜାରି କରିପାରିବେ।

ସେହିପରି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଆହୁରି ମଧ୍ୟ କୁହାଯାଇଛି ଯେ ସ୍ଥାନୀୟ ଭାବେ କୌଣସି ଜୋନ ନିର୍ଦ୍ଧାରଣ କରିବା ବେଳେ ରାଜ୍ୟ ସରକାରମାନଙ୍କୁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସଂଶୋଧିତ ନିର୍ଦ୍ଦେଶାବଳୀ ଅନୁସାରେ କାମ କରିବାକୁ ପଡିବ। ଏ କ୍ଷେତ୍ରରେ ଧାର୍ଯ୍ୟ ନୀତିନିୟମ ପାଳନ କରାଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story