ଛଅ ମହଲାରୁ ଡେଇଁ ଜୀବନ ହାରିଲେ

ମୁମ୍ବାଇ: ମାନସିକ ଚିନ୍ତାରେ ରହିଲେ ମଣିଷ କିପରି ନିଷ୍ପତ୍ତି ନେଇପାରେ ତାର ଏକ ଉଦାହରଣ ମୁମ୍ବାଇରେ ଦେଖିବାକୁ ମିଳିଛି। ଜଣେ ୪୯ ବର୍ଷୀୟ ବ୍ୟକ୍ତି  ୬ ମହଲା ଛାତରୁ ଡେଇଁ ଆତ୍ମହତ୍ୟା କରିଛନ୍ତି। ତାଙ୍କ ନାଁ ସଞ୍ଜୟ ଶାହା।  ସେ ମୁମ୍ବାଇର ଜଣେ ଜଣାଶୁଣା ବ୍ରୋକର। ସେ ନିଜ ପରିବାର ସହ ଫୋରଜେଟ୍ ଷ୍ଟ୍ରୀଟ୍ ସ୍ଥିତ ଆନନ୍ଦ ନଗର ବିଲ୍‌ଡିଂରେ ରହୁଥିଲେ। ପରିବାର ସଦସ୍ୟଙ୍କ କହିବା ଅନୁଯାୟୀ କିଛି ମାସ ହେବ ବ୍ୟବସାୟରେ ଟଙ୍କା ନେଣଦେଣକୁ ନେଇ […]

deadboddy

deadboddy

Rakesh Mallick
  • Published: Thursday, 07 June 2018
  • Updated: 07 June 2018, 01:47 PM IST

Sports

Latest News

ମୁମ୍ବାଇ: ମାନସିକ ଚିନ୍ତାରେ ରହିଲେ ମଣିଷ କିପରି ନିଷ୍ପତ୍ତି ନେଇପାରେ ତାର ଏକ ଉଦାହରଣ ମୁମ୍ବାଇରେ ଦେଖିବାକୁ ମିଳିଛି। ଜଣେ ୪୯ ବର୍ଷୀୟ ବ୍ୟକ୍ତି  ୬ ମହଲା ଛାତରୁ ଡେଇଁ ଆତ୍ମହତ୍ୟା କରିଛନ୍ତି। ତାଙ୍କ ନାଁ ସଞ୍ଜୟ ଶାହା।  ସେ ମୁମ୍ବାଇର ଜଣେ ଜଣାଶୁଣା ବ୍ରୋକର। ସେ ନିଜ ପରିବାର ସହ ଫୋରଜେଟ୍ ଷ୍ଟ୍ରୀଟ୍ ସ୍ଥିତ ଆନନ୍ଦ ନଗର ବିଲ୍‌ଡିଂରେ ରହୁଥିଲେ।

ପରିବାର ସଦସ୍ୟଙ୍କ କହିବା ଅନୁଯାୟୀ କିଛି ମାସ ହେବ ବ୍ୟବସାୟରେ ଟଙ୍କା ନେଣଦେଣକୁ ନେଇ ସେ ଚିନ୍ତାରେ ରହୁଥିଲେ।  ସବୁଦିନ ପରି ଆଜି ମଧ୍ୟ  ମଧ୍ୟ୍ୟାହ୍ନ ଭୋଜନ ପରେ ସେ ନିଜ କାମରେ ବାହାରି ଯାଇଥିଲେ। ତାର କିଛି ସମୟ ପରେ ତାଙ୍କ ମୃତଦେହ ଆନନ୍ଦ ନଗର ବିଲ୍‌ଡିଂ ପରିସରରୁ ମିଳିଥିଲା।
ବ୍ୟବସାୟରେ କ୍ଷତି ଯୋଗୁଁ ସେ ଚିନ୍ତାରେ ରହୁଥିଲେ ଓ ସେଥିପାଇଁ ସେ ଆତ୍ମହତ୍ୟା କରିଛନ୍ତି ବୋଲି ପରିବାର ଲୋକ ସନ୍ଦେହ କରୁଛନ୍ତି। ତେବେ ତାଙ୍କ ମୃତଦେହ ନିକଟରୁ ସୁଇସାଇଡ୍ ନୋଟ୍ ମିଳିନାହିଁ। ପୋଲିସ୍ ଘଟଣାର ତଦନ୍ତ କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos