ବାରମ୍ବାର ସେକ୍ସ ଦାବି କରୁଥିଲେ ମହିଳା ସହକର୍ମୀ, ଜୀବନ ହାରିଦେଲେ ବିବାହିତ ଯୁବକ

ମୁମ୍ବାଇ: ଜଣେ ମହିଳା ସେକ୍ସ ପାଇଁ ଏତେ ବିକଳ ଥିଲେ ଯେ ତାଙ୍କ ପାଇଁ ଜଣେ ୩୮ ବର୍ଷୀୟ ଯୁବକ ଆତ୍ମହତ୍ୟା କରି ଦେଇଛନ୍ତି। ସେ ଏହି ଯୁବକଙ୍କୁ ତାଙ୍କ ସହିତ ଶାରୀରିକ ସଂପର୍କ ରଖିବାକୁ ବାଧ୍ୟ କରୁଥିଲେ ଓ ତାଙ୍କ ପଛରେ ପଡ଼ି ଯାଇଥିଲେ। ଏଥିରେ ଅତିଷ୍ଠ ହୋଇ ଯୁବକ ଜଣଙ୍କ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ମୃତକଙ୍କ ନାଁ ସଚିନ୍ ମିତକରି। ତାଙ୍କ ଘର ମହାରାଷ୍ଟ୍ରର ପରଭାନି ଜିଲ୍ଲାରେ। ସୋମବାର ଦିନ ତାଙ୍କ ମୃତଦେହକୁ ଝୁଲନ୍ତା […]

wwww

Jitendra Garnayak
  • Published: Tuesday, 16 October 2018
  • , Updated: 16 October 2018, 01:50 PM IST

ମୁମ୍ବାଇ: ଜଣେ ମହିଳା ସେକ୍ସ ପାଇଁ ଏତେ ବିକଳ ଥିଲେ ଯେ ତାଙ୍କ ପାଇଁ ଜଣେ ୩୮ ବର୍ଷୀୟ ଯୁବକ ଆତ୍ମହତ୍ୟା କରି ଦେଇଛନ୍ତି। ସେ ଏହି ଯୁବକଙ୍କୁ ତାଙ୍କ ସହିତ ଶାରୀରିକ ସଂପର୍କ ରଖିବାକୁ ବାଧ୍ୟ କରୁଥିଲେ ଓ ତାଙ୍କ ପଛରେ ପଡ଼ି ଯାଇଥିଲେ। ଏଥିରେ ଅତିଷ୍ଠ ହୋଇ ଯୁବକ ଜଣଙ୍କ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି।

ମୃତକଙ୍କ ନାଁ ସଚିନ୍ ମିତକରି। ତାଙ୍କ ଘର ମହାରାଷ୍ଟ୍ରର ପରଭାନି ଜିଲ୍ଲାରେ।

ସୋମବାର ଦିନ ତାଙ୍କ ମୃତଦେହକୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ଭାସମତ-ପରଭାନି ରାସ୍ତାରେ ଥିବା ନିଜ ଘରେ ସେ ଆତ୍ମହତ୍ୟା କରିଥିଲେ। ରବିବାର ସେ ଆତ୍ମହତ୍ୟା କରିଥିବା କୁହାଯାଇଛି।

ପଡ଼ୋଶୀଙ୍କଠାରୁ ଖବର ପାଇଁ ପୁଲିସ୍ ତାଙ୍କ ମୃତଦେହକୁ ଉଦ୍ଧାର କରିଥିଲା। ଘଟଣାସ୍ଥଳରୁ ପୁଲିସ୍ ଏକ ସୁଇସାଇଡ୍ ନୋଟ୍ ଜବତ କରିଥିଲା। ଏଥିରେ ସେ ଲେଖିଛନ୍ତି ଯେ ତାଙ୍କୁ ଜଣେ ମହିଳା ହଇରାଣ କରୁଥିଲେ। ତାଙ୍କ ସହିତ ଶାରୀରିକ ସଂପର୍କ ରଖିବାକୁ ସେ ମହିଳା ଜଣଙ୍କ ବାରମ୍ବାର ବାଧ୍ୟ କରୁଥିଲେ।

ସଚିନ୍ ମିତକରି ଏକ ହସ୍‌ପିଟାଲ୍‌ରେ କାମ କରୁଥିଲେ। ସେ ମହିଳା ଜଣଙ୍କ ବି ସେଠାରେ କାମ କରନ୍ତି।

ସଚିନ୍ ସୁଇସାଇଡ୍‌ ନୋଟ୍‌ରେ ଲେଖିଛନ୍ତି ଯେ ସେ ବିବାହିତ ବୋଲି ଉକ୍ତ ମହିଳାଙ୍କୁ କହିଥିଲେ। ତଥାପି ସେ ମହିଳା ତାଙ୍କ ପିଛା ଛାଡ଼ି ନଥିଲେ। ସେହି ମହିଳା ଜଣଙ୍କ ପୁଲିସ୍‌ରେ ତାଙ୍କ ନାଁରେ ମିଛ ଅଭିଯୋଗ କରି ଫସାଇ ଦେବାକୁ ଧମକ ଦେଇ ବ୍ଲାକ୍‌ମେଲ୍ କରୁଥିଲେ।

ପୁଲିସ୍ ଏ ଘଟଣାରେ ଏକ ମାମଲା ରୁଜୁ କରି ତଦନ୍ତ ଚଲାଇଛି।

Related story