କରୋନା ପଜିଟିଭ୍ କହି ଗାଏବ ହୋଇଯାଇଥିଲେ ସ୍ୱାମୀ, ଦେଢ଼ ମାସ ପରେ ପ୍ରେମିକାଙ୍କ ଘରୁ ଉଦ୍ଧାର କଲା ପୁଲିସ୍

ମୁମ୍ବାଇ: ନାଭି ମୁମ୍ବାଇର ଜଣେ 28 ବର୍ଷୀୟ ଯୁବକ ନିଜେ କୋରନା ପଜିଟିଭ୍ ଚିହ୍ନଟ ହୋଇଥିବା ନେଇ ପତ୍ନୀଙ୍କୁ ଫୋନ୍ କରିବା ପରେ ଗାଏବ ହୋଯାଇଥିଲେ। ତେବେ ନିଖୋଜ ହେବାର ପ୍ରାୟ ଦେଢ଼ ମାସେ ପରେ ସଂପୃକ୍ତ ଯୁବକଙ୍କୁ ମୁମ୍ବାଇ ପୁଲିସ୍ ଇନ୍ଦୋରସ୍ଥିତ ତାଙ୍କ ପ୍ରେମିକାଙ୍କ ଘରୁ ଠାବ କରିବାରେ ସକ୍ଷମ ହୋଇଛି। ନାଭି ମୁମ୍ବାଇ ପୁଲିସର ସୂଚନା ଅନୁସାରେ, ସଂପୃକ୍ତ ଯୁବକ ଗତ ଜୁଲାଇ ୨୪ ତାରିଖରେ ନିଜ ପତ୍ନୀଙ୍କୁ ଫୋନ କରିହିଥିଲେ ଯେ ତାଙ୍କ […]

LOve

Subrat Kumar Nayak
  • Published: Friday, 18 September 2020
  • , Updated: 18 September 2020, 05:58 PM IST

ମୁମ୍ବାଇ: ନାଭି ମୁମ୍ବାଇର ଜଣେ 28 ବର୍ଷୀୟ ଯୁବକ ନିଜେ କୋରନା ପଜିଟିଭ୍ ଚିହ୍ନଟ ହୋଇଥିବା ନେଇ ପତ୍ନୀଙ୍କୁ ଫୋନ୍ କରିବା ପରେ ଗାଏବ ହୋଯାଇଥିଲେ। ତେବେ ନିଖୋଜ ହେବାର ପ୍ରାୟ ଦେଢ଼ ମାସେ ପରେ ସଂପୃକ୍ତ ଯୁବକଙ୍କୁ ମୁମ୍ବାଇ ପୁଲିସ୍ ଇନ୍ଦୋରସ୍ଥିତ ତାଙ୍କ ପ୍ରେମିକାଙ୍କ ଘରୁ ଠାବ କରିବାରେ ସକ୍ଷମ ହୋଇଛି।

ନାଭି ମୁମ୍ବାଇ ପୁଲିସର ସୂଚନା ଅନୁସାରେ, ସଂପୃକ୍ତ ଯୁବକ ଗତ ଜୁଲାଇ ୨୪ ତାରିଖରେ ନିଜ ପତ୍ନୀଙ୍କୁ ଫୋନ କରିହିଥିଲେ ଯେ ତାଙ୍କ କୋଭିଡ୍ ଟେଷ୍ଟ ରିପୋର୍ଟ ପଜିଟିଭ୍ ଆସିଛି ଏବଂ ସେ ଆଉ ବଞ୍ଚି ପାରିବେ ନାହିଁ। ଏହା ପରେ ପତ୍ନୀ କିଛି କହିବା ପୂର୍ବରୁ ସେ ଫୋନ୍ କାଟି ଦେଇଥିଲେ। ଏହି ଦିନଠାରୁ ସ୍ୱାମୀଙ୍କର କୌଣସି ଖୋଜ୍ ଖବର ନମିଳିବାରୁ ପତ୍ନୀ ନିଜ ଭାଇଙ୍କୁ ଡାକି ପୁଲିସରେ ନିଖୋଜ ମାମଲା ଦାୟର କରିଥିଲେ। ଏହା ପରେ ପୁଲିସ୍ ସିସିଟିଭି ଓ ମୋବାଇଲ୍ ଟ୍ରାକ୍ ଜରିଆରେ ଛାନଭିନ୍ ଆରମ୍ଭ କରିଥିଲା। ତଦନ୍ତବେଳେ ସଂପୃକ୍ତ ଯୁବକଙ୍କ ଗାଡ଼ି, ହେଲମେଟ୍, ବ୍ୟାଗ୍ ଓ ଚାବି ଭାସିର ସେକ୍ଟର ୧୭ ଅ଼ଞ୍ଚଳରୁ ଠାବ କରାଯାଇଥିଲା।

ଏପରିକି ଗାଏବ ହେବା ରାତିରେ ସଂପୃକ୍ତ ଯୁବକ ୧୦୦କୁ ଦୁଇଥର ଫୋନ୍ କରିଥିଲା। ତେବେ ମାମଲାର ଛାନଭିନ ବେଳେ ସଂପୃକ୍ତ ଯୁବକଙ୍କ ପରକୀୟା ସଂପର୍କ ଥିବା ପଦାକୁ ଆସିଥିଲା। ପ୍ରାୟ ମାସେ କାଳ ତଦନ୍ତ ପରେ ସଂପୃକ୍ତ ଯୁବକ ଇନ୍ଦୋରରେ ଥିବା ପୁଲିସ ଜାଣିବାକୁ ପାଇଥିଲା। ଇନ୍ଦୋରରେ ପୁଲିସ ପହଞ୍ଚିବା ପରେ ପ୍ରେମିକାଙ୍କ ଘରୁ ହିଁ ସଂପୃକ୍ତ ଯୁବକଙ୍କୁ ଠାବ କରି ସେପ୍ଟେମ୍ବର ୧୫ରେ ମୁମ୍ବାଇ ଆଣିଥିବା ସୂଚନା ମିଳିଛି।

Related story