ରାଞ୍ଚି:ଚଳନ୍ତା ବିମାନରେ ବିପଦକୁ ଆମନ୍ତ୍ରଣ। ମଝି ଆକାଶରେ ଉଡ଼ୁଥିବା ବେଳେ ବିମାନର ଇମାର୍ଜେନ୍ସି ଉଇଣ୍ଡୋକୁ ଜବରଦସ୍ତ ଖୋଲିବା ପାଇଁ ଉଦ୍ୟମ। ଏମିତି ଏକ ଅଦ୍ଭୁତକାରନାମା କରି ଜଣେ ବିମାନ ଯାତ୍ରୀ ଗିରଫ ହୋଇଛନ୍ତି। ଏୟାର ଏସିଆରେ ଘଟିଛି ଏହି ଘଟଣା। ସୂଚନା ଅନୁଯାୟୀ ସୋମବାର ଦିଲ୍ଲୀ-ରାଞ୍ଚି (୧୫-୫୪୬)ଏୟାର ଏସିଆ ବିମାନ ରାଞ୍ଚି ଅଭିମୁଖେ ଆସୁଥିଲା।
ତେବେ ବିମାନଟି ମଝି ଆକାଶରେ ଉଡ଼ୁଥିବା ବେଳେ ଅଫତାବ ଅହମ୍ମଦ(୩୨) ନାମକ ଜଣେ ଯୁବକ ବିମାନର ଇମାର୍ଜେନ୍ସି ଉଇଣ୍ଡୋକୁ ଖୋଲିବା ପାଇଁ ଉଦ୍ୟମ କରିଥିଲେ। ହଠାତ୍ ଯୁବକଙ୍କ ଏଭଳି କାରନାମା ଦେଖି ଯାତ୍ରୀମାନେ ଭୟଭୀତ ହୋଇଯାଇଥିଲେ। ସମ୍ପୃକ୍ତ ଯୁବକଙ୍କୁ ଅଟକାଇବା ପାଇଁ ବିମାର କ୍ର୍ୟୁ ମେମ୍ବର ଏବଂ ଅନ୍ୟ ଯାତ୍ରୀମାନେ ପ୍ରୟାସ କରି ଧସ୍ତାଧସ୍ତି ହୋଇଥିଲା। ଏଥିରେ କେତେ ଜଣ ଆହତ ମଧ୍ୟ ହୋଛନ୍ତି। ତେବେ ବିମାନଟି ଯେତେବେଳେ ରାଞ୍ଚି ବିମାନ ବନ୍ଦରରେ ଅବତରଣ କଲା ହଠାତ ଯୁବକଙ୍କୁ କାବୁ କରାଯାଇ ପୋଲିସକୁ ହସ୍ତାନ୍ତର କରାଯାଇଥିଲା। ପୋଲିସ ସମ୍ପୃକ୍ତ ଯୁବକଙ୍କୁ ଗିରଫ କରିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
କେବଳ ଚୋରି, ନା ଅଛି ଆଉ କିଛି କାରଣ; ସୈଫଙ୍କୁ ଛୁରାମାଡ଼ ଘଟଣାରେ ସସପେନ୍ସ ଜାରି
ଅସ୍ତ୍ରୋପଚାର ବେଳେ ସୈଫଙ୍କ ମେରୁଦଣ୍ଡରୁ ବାହାରିଛି ଏକ ଛୁରୀର ଅଂଶ, ଯାହାର ଲମ୍ବ ୨.୫ ଇଞ୍ଚ।
Politics
କେବଳ ଲୋକସଭା ନିର୍ବାଚନ ପାଇଁ ଗଠନ ହୋଇଥିଲା 'ଇଣ୍ଡିଆ' ମେଣ୍ଟ: ଶରଦ ପାୱାର
ରାଜ୍ୟ ଓ ଆଞ୍ଚଳିକ ନିର୍ବାଚନରେ ଏକାଠି ଲଢ଼ିବାକୁ ଆଲୋଚନା ହୋଇନଥିଲା ବୋଲି କହିଲେ ଶରଦ ପାୱାର।
National
‘ପ୍ୟାରିସ୍ ଭଳି ଦିଲ୍ଲୀ’ କହି କେଜ୍ରିୱାଲଙ୍କୁ ରାହୁଲଙ୍କ କଟାକ୍ଷ, ଦେଖନ୍ତୁ ଭିଡିଓ
ଇଣ୍ଡି ବ୍ଲକ୍ ମଧ୍ୟରେ ସବୁ କିଛି ଠିକ୍ଠାକ୍ ଚାଲି ନଥିବା ବେଳେ ଉଭୟ ଆପ୍ ଓ କଂଗ୍ରେସ ସଦସ୍ୟଙ୍କ ମଧ୍ୟରେ କାନ୍ଦୁଆ ଫିଙ୍ଗାଫିଙ୍ଗି ବଢ଼ିଯାଇଛି। ଏମିତିକି ଅନ୍ୟ ଦଳ ସହିତ ଆଲୋଚନା କଲା ପରେ କଂଗ୍ରେସକୁ ଇଣ୍ଡି ବ୍ଳକ୍ରୁ ବାହାର କରି ଦେବାକୁ ଧମକ ଦେଇଛି ଆପ୍।
Crime
ଦିଲ୍ଲୀରେ ୪୦୦ ସ୍କୁଲକୁ ବୋମା ଧମକ ଦେଇଥିଲା ନାବାଳକ, ଆପ୍-ବିଜେପି ମୁହାଁମୁହିଁ
ଗତ ୮ତାରିଖରେ ମିଳିଥିବା ମେଲକୁ ଟ୍ରାକ୍ କରି ଜଣେ ଯୁକ୍ତ୨ ଛାତ୍ରକୁ ଧରିଛି ପୁଲିସ। ଛାତ୍ର ଓ ଏହାର ଅଭିଭାବକ ଏକ ଏନଜିଓ ସହ ଜଡ଼ିତ। ଏନଜିଓ ଏକ ରାଜନୈତିକ ଦଳ ସହ ଜଡ଼ିତ ବୋଲି କହିଛି ପୁଲିସ।
National
କୁମ୍ଭମେଳାରେ ଅସୁସ୍ଥ ହୋଇ ପଡ଼ିଲେ ଷ୍ଟିଭ୍ ଜବ୍ସଙ୍କ ପତ୍ନୀ
ପ୍ରଥମ ଥର ପାଇଁ କୁମ୍ଭମେଳାରେ ଭାଗ ନେବାକୁ ଆସିଥିବା ଲରେନ୍ ପାୱେଲ ପୂର୍ବରୁ କେବେ ଏପରି ଭିଡ଼ ଦେଖିନଥିଲେ। ରବିବାର ରାତିରୁ ସେ ପ୍ରୟାଗରାଜରେ ସ୍ୱାମୀ କୈଳାଶନନ୍ଦ ଗିରିଙ୍କ ଶିବିରରେ ରହୁଛନ୍ତି।