ଆତଙ୍କବାଦୀ ଆକ୍ରମଣ ଆଶଙ୍କା ଗୁଜବ, ଜଣେ ଗିରଫ

ବେଙ୍ଗାଲୁରୁ: ନିକଟରେ ବିଭିନ୍ନ ସ୍ଥାନ ଓ ୮ ତଟବର୍ତ୍ତୀ ରାଜ୍ୟରେ ଆତଙ୍କବାଦୀ ଆକ୍ରମଣ ନେଇ କର୍ଣ୍ଣାଟକ ପୁଲିସ ସୂଚନା ଦେଇଥିଲା। ହେଲେ ଏହି ଖବର କେବଳ ଗୁଜବ ଉପରେ ଆଧାରିତ ଥିଲା ଓ ଆତଙ୍କବାଦୀ ଆକ୍ରମଣ ସମ୍ଭାବନା ନେଇ ସେମିତି କିଛି ସୂଚନା ନାହିଁ ବୋଲି ଆଜି ସ୍ପଷ୍ଚ ହୋଇଛି। Bengaluru Rural SP: It was a hoax call, the 65-year-old lorry driver, Sundara Murthy, a retired Army personnel has […]

terror

Subhransu Sekhar
  • Published: Saturday, 27 April 2019
  • , Updated: 27 April 2019, 12:39 PM IST
ବେଙ୍ଗାଲୁରୁ: ନିକଟରେ ବିଭିନ୍ନ ସ୍ଥାନ ଓ ୮ ତଟବର୍ତ୍ତୀ ରାଜ୍ୟରେ ଆତଙ୍କବାଦୀ ଆକ୍ରମଣ ନେଇ କର୍ଣ୍ଣାଟକ ପୁଲିସ ସୂଚନା ଦେଇଥିଲା। ହେଲେ ଏହି ଖବର କେବଳ ଗୁଜବ ଉପରେ ଆଧାରିତ ଥିଲା ଓ ଆତଙ୍କବାଦୀ ଆକ୍ରମଣ ସମ୍ଭାବନା ନେଇ ସେମିତି କିଛି ସୂଚନା ନାହିଁ ବୋଲି ଆଜି ସ୍ପଷ୍ଚ ହୋଇଛି।

ଏ  ସଂକ୍ରାନ୍ତ ଗୁଜବ ପ୍ରସାର କରିଥିବା ଅଭିଯୋଗରେ କର୍ଣ୍ଣାଟକା ପୁଲିସ ଜଣେ ଅବସରପ୍ରାପ୍ତ ସେନା କର୍ମଚାରୀ ତଥା ଟ୍ରକ ଚାଳକ ସୁନ୍ଦର ମୂର୍ତ୍ତୀ(୬୫)ଙ୍କୁ ଗିରଫ କରିଛି।
ଅବସରପ୍ରାପ୍ତ ସେନା କର୍ମଚାରୀ ଜଣକ କର୍ଣ୍ଣାଟକା ପୁଲିସ କଣ୍ଟ୍ରୋଲ ରୁମକୁ ନିଜେ ଫୋନ କରି ଦେଶର ୮ଟି ରାଜ୍ୟରେ ଆତଙ୍କବାଦୀ ଆକ୍ରମଣ ହୋଇପାରେ ବୋଲି ସୂଚନା ଦେଇଥିଲେ। ଏଥିସହ ତାମିଲନାଡୁରେ ୧୯ଜଣ ଆତଙ୍କବାଦୀ ଲୁଚି ରହିଥିବା ମଧ୍ୟ ସୁନ୍ଦର କହିଥିଲେ।
ଏଭଳି ସୂଚନା ପାଇବା ପରେ କର୍ଣ୍ଣାଟକା ପୁଲିସ ପୁଡୁଚେରୀ ରାଜ୍ୟ ସମେତ ୭ଟି ରାଜ୍ୟକୁ ଚିଠି ଲେଖି ଆଲର୍ଟ ଜାରି କରିଥିଲେ। ଯେଉଁଥିରେ ତାମିଲନାଡୁ, ମହାରାଷ୍ଟ୍ର, ତେଲେଙ୍ଗାନା, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ, କେରଳ, ଗୋଆ, ପୁଡୁଚେରୀ ସାମିଲ ଥିଲା଼

Related story