ଟିକଟକ୍ ଭିଡିଓ ଚକ୍କରରେ କେନାଲକୁ ଡେଇଁଲା ଯୁବକ

ନୂଆଦିଲ୍ଲୀ: ସୋଶାଲ ମିଡିଆରେ ଏବେ ଦିନକୁ ଦିନ ଅଧିକ ଭାଇରାଲ ହେବାରେ ଲାଗିଛି ଟିକଟିକ୍ ଭିଡିଓ। କି ପିଲା, କି ବୁଢ଼ା ଓ କି ପୁଲିସ, ଏବେ ସମସ୍ତେ ଟିକଟକ୍ ପଛରେ ପାଗଳ। ନିକଟରେ ଜଣେ ଯୁବକ ଟିକଟିକ୍ ଭିଡିଓ ବନାଇବା ଉଦ୍ଦେଶ୍ୟରେ ଏକ କେନାଲକୁ ଡେଇଁ ପଡ଼ିଥିଲା। ହେଲେ କେନାଲରେ ହଠାତ୍ ପାଣି ଆସିବାରୁ ବୁଡ଼ି ଯାଇଥିଲା। କିନ୍ତୁ ଠିକଣା ସମୟରେ ସ୍ଥାନୀୟ ଲୋକଙ୍କ ସହଯୋଗ କ୍ରମେ ଯୁବକ ଜଣଙ୍କ ଉଦ୍ଧାର ହୋଇପାରିଛନ୍ତି। ଏଭଳି ଘଟଣା […]

TIK TOK MP

Subhransu Sekhar
  • Published: Saturday, 10 August 2019
  • , Updated: 10 August 2019, 09:01 AM IST

ନୂଆଦିଲ୍ଲୀ: ସୋଶାଲ ମିଡିଆରେ ଏବେ ଦିନକୁ ଦିନ ଅଧିକ ଭାଇରାଲ ହେବାରେ ଲାଗିଛି ଟିକଟିକ୍ ଭିଡିଓ। କି ପିଲା, କି ବୁଢ଼ା ଓ କି ପୁଲିସ, ଏବେ ସମସ୍ତେ ଟିକଟକ୍ ପଛରେ ପାଗଳ। ନିକଟରେ ଜଣେ ଯୁବକ ଟିକଟିକ୍ ଭିଡିଓ ବନାଇବା ଉଦ୍ଦେଶ୍ୟରେ ଏକ କେନାଲକୁ ଡେଇଁ ପଡ଼ିଥିଲା। ହେଲେ କେନାଲରେ ହଠାତ୍ ପାଣି ଆସିବାରୁ ବୁଡ଼ି ଯାଇଥିଲା। କିନ୍ତୁ ଠିକଣା ସମୟରେ ସ୍ଥାନୀୟ ଲୋକଙ୍କ ସହଯୋଗ କ୍ରମେ ଯୁବକ ଜଣଙ୍କ ଉଦ୍ଧାର ହୋଇପାରିଛନ୍ତି।

ଏଭଳି ଘଟଣା ମଧ୍ୟପ୍ରଦେଶ ନିମୁଚ ଜିଲ୍ଲାର ମନାସାରେ ଘଟିଛି। ଯୁବକଙ୍କ ନାମ ପପୁ ସିଂହ। ଗତକାଲି ସକାଳ ୧୦ଟା ସମୟରେ ଏକ କେନାଲରେ ଟିକଟକ୍ ଭିଡିଓ ବନାଇବା ପାଇଁ ଡେଇଁ ପଡ଼ିଥିଲା। କିନ୍ତୁ କେନାଲରେ ହଠାତ୍ ପାଣି ଆସି ଯାଇଥିଲା। ପାଣିର ସୁଅରେ ପପୁ ମଧ୍ୟ ଭାସି ଯାଇ ଏକ ପୋଲରେ ଲାଖି ଯାଇଥିଲା। କେନାଲ ବନ୍ଧରେ ଉପସ୍ଥିତ ଥିବା ଲୋକ ପପୁର ଏଭଳି ଅବସ୍ଥା ଦେଖି ପ୍ରଥମେ ମଜା ନେଉଥିଲେ। କିନ୍ତୁ କିଛି ସମୟ ପରେ ଜାଣିବାକୁ ପାଇଥିଲେ ଯେ ପପୁ ବୁଡ଼ି ଯାଉଛି। ଏହାପରେ ହଠାତ୍ ସ୍ଥାନୀୟ ଗାଁ ଲୋକଙ୍କୁ ଡ଼ାକି ପପୁକୁ ଉଦ୍ଧାର କରିଥିଲେ।

Related story