ମଙ୍ଗୋଲିଆରେ ବାଜପେୟୀ ଆଇଟି ଟ୍ରେନିଂ ସେଣ୍ଟରର ଶୁଭ ଦେଲେ ମୋଦି

ଉଲାନ ବାତୋର (ମଙ୍ଗୋଲିଆ) : ଚୀନ ଗସ୍ତ ଶେଷ କରି ଶନିବାର ସନ୍ଧ୍ୟାରେ ମଙ୍ଗୋଲିଆରେ ପହଞ୍ଚିଥିଲେ ମୋଦି। ରବିବାର ସେ ଉଲାନ ବାତୋର ସ୍ଥିତ ମଙ୍ଗୋଲିଆ ୟୁନିଭରସିଟ୍ ଅଫ୍ ସାଇସନ୍ ଆଣ୍ଡ୍ ଟେକ୍ନୋଲୋଜିକୁ ଯାଇଥିଲେ। ସେଠାରେ ସେ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନାଁରେ ନାମିତ ବାଜପେୟୀ ଆଇଟି ଟ୍ରେନିଂ ସେଣ୍ଟରର ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ। ଏହି ଆଇଟି ସେଣ୍ଟର ଦୁଇ ପ୍ରାଚୀନ ଦେଶ ଭାରତ ଓ ମଙ୍ଗୋଲିଆକୁ ଅତ୍ୟାଧୁନିକ ଟେକ୍ନୋଲୋଜି ସହିତ ଯୋଡ଼ିବ […]

vajpayee

Rakesh Mallick
  • Published: Sunday, 17 May 2015
  • , Updated: 17 May 2015, 10:59 AM IST

ଉଲାନ ବାତୋର (ମଙ୍ଗୋଲିଆ) : ଚୀନ ଗସ୍ତ ଶେଷ କରି ଶନିବାର ସନ୍ଧ୍ୟାରେ ମଙ୍ଗୋଲିଆରେ ପହଞ୍ଚିଥିଲେ ମୋଦି। ରବିବାର ସେ ଉଲାନ ବାତୋର ସ୍ଥିତ ମଙ୍ଗୋଲିଆ ୟୁନିଭରସିଟ୍ ଅଫ୍ ସାଇସନ୍ ଆଣ୍ଡ୍ ଟେକ୍ନୋଲୋଜିକୁ ଯାଇଥିଲେ। ସେଠାରେ ସେ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନାଁରେ ନାମିତ ବାଜପେୟୀ ଆଇଟି ଟ୍ରେନିଂ ସେଣ୍ଟରର ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ। ଏହି ଆଇଟି ସେଣ୍ଟର ଦୁଇ ପ୍ରାଚୀନ ଦେଶ ଭାରତ ଓ ମଙ୍ଗୋଲିଆକୁ ଅତ୍ୟାଧୁନିକ ଟେକ୍ନୋଲୋଜି ସହିତ ଯୋଡ଼ିବ ବୋଲି ମୋଦି ଏହି ଅବସରରେ କହିଥିଲେ। ମୋଦିଙ୍କ ସହିତ ମଙ୍ଗୋଲିଆ ପ୍ରଧାନମନ୍ତ୍ରୀ ଚିମେଦ ଶୈଖାନବିଲେଗ୍ ମଧ୍ୟ ଉପସ୍ଥିତ ଥିଲେ। ଭାରତର ବୈଦଶିକ ମନ୍ତ୍ରଣାଳୟ ବ୍ୟାପାରର ମୁଖପାତ୍ର ବିକାଶ ସ୍ୱରୂପ ଟ୍ୱିଟ୍ କରି ଏହି ସୂଚନା ଦେଇଥିଲେ।

ସୋମବାର ସକାଳେ ପ୍ରଧାନମନ୍ତ୍ରୀ ମୋଦି ଦକ୍ଷିଣ କୋରିଆ ଅଭିମୁଖେ ଯିବେ।

ଏହା ପୂର୍ବରୁ ମୋଦିଙ୍କ ଉପସ୍ଥିତିରେ ଭାରତ ଓ ମାଙ୍ଗୋଲିଆ ମଧ୍ୟରେ ୧୪ଟି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିଲା।  ଏହାପରେ  ସେ ମଙ୍ଗୋଲିଆ ରାଷ୍ଟ୍ରପତିଙ୍କୁ ସାକ୍ଷାତ କରିଥିଲେ । ତା’ସହିତ ମଙ୍ଗୋଲିଆ ସଂସଦକୁ ସମ୍ବୋଧିତ କରିଥିଲେ।

Related story