ବିଧାନସଭା ଉପ ନିର୍ବାଚନ: ବୈଜୟନ୍ତଙ୍କୁ ଶ୍ରେୟ ଦେଲେ ମଣିପୁର ମୁଖ୍ୟମନ୍ତ୍ରୀ

ଇମ୍ଫାଲ୍: ମଣିପୁର ବିଧାନସଭା ଉପ ନିର୍ବାଚନରେ ବିଜେପି ବାଜିମାତ୍ କରିଛି। ମୋଟ୍ ୫ଟି ଆସନରୁ ବିଜେପି ୪ଟି ଆସନରେ ବିଜୟୀ ହୋଇଛି। ବିଜେପିର ରାଷ୍ଟ୍ରୀୟ ଉପସଭାପତି ତଥା ମଣିପୁରର ବିଜେପି ପର୍ଯ୍ୟବେକ୍ଷକ ଶ୍ରୀଯୁକ୍ତ ବୈଜୟନ୍ତ ପଣ଼୍ଡା ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି। ଚାରି ଆସନରେ ବିଜୟ ପାଇଁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହ, ଦଳୀୟ ସଭାପତି ଜେପି ନଡ୍ଡା ସମେତ ମଣିପୁର ମୁଖ୍ୟମନ୍ତ୍ରୀ ବିରେନ ସିଂହଙ୍କୁ ଶ୍ରେୟ ଦେଇଛନ୍ତି। In Manipur, […]

manipur byelection

Subhransu Sekhar
  • Published: Tuesday, 10 November 2020
  • , Updated: 10 November 2020, 06:20 PM IST

ଇମ୍ଫାଲ୍: ମଣିପୁର ବିଧାନସଭା ଉପ ନିର୍ବାଚନରେ ବିଜେପି ବାଜିମାତ୍ କରିଛି। ମୋଟ୍ ୫ଟି ଆସନରୁ ବିଜେପି ୪ଟି ଆସନରେ ବିଜୟୀ ହୋଇଛି। ବିଜେପିର ରାଷ୍ଟ୍ରୀୟ ଉପସଭାପତି ତଥା ମଣିପୁରର ବିଜେପି ପର୍ଯ୍ୟବେକ୍ଷକ ଶ୍ରୀଯୁକ୍ତ ବୈଜୟନ୍ତ ପଣ଼୍ଡା ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି। ଚାରି ଆସନରେ ବିଜୟ ପାଇଁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହ, ଦଳୀୟ ସଭାପତି ଜେପି ନଡ୍ଡା ସମେତ ମଣିପୁର ମୁଖ୍ୟମନ୍ତ୍ରୀ ବିରେନ ସିଂହଙ୍କୁ ଶ୍ରେୟ ଦେଇଛନ୍ତି।

https://twitter.com/PandaJay/status/1326077554709553152

ମଣିପୁର ମୁଖ୍ୟମନ୍ତ୍ରୀ ବିରେନ୍ ସିଂ ମଧ୍ୟ ବୈଜୟନ୍ତଙ୍କୁ ଟ୍ୱିଟ୍ କରି ପ୍ରଶଂସା କରିଛନ୍ତି। ସେ କହିଛନ୍ତି, ନିର୍ବାଚନରେ ବୈଜୟନ୍ତଙ୍କ ଯୋଗଦାନ ଓ ପ୍ରଚାର ଏବଂ ଦଳୀୟ କର୍ମୀଙ୍କ ପାଇଁ ବିଜେପି ଏହି ସଫଳତା ହାସଲ କରିଛି।

https://twitter.com/NBirenSingh/status/1326089099485216768

ଦେଶର ୧୧ଟି ରାଜ୍ୟରେ ୫୮ ଟି ବିଧାନସଭା ଆସନ ପାଇଁ ଉପ-ନିର୍ବାଚନ ହୋଇଥିଲା। ଚୂଡାନ୍ତ ଫଳାଫଳ ପ୍ରକାଶ ପାଇବା ପୂର୍ବରୁ ​​ବିଜେପି ୪୪ଟି ଆସନରେ ଅଗ୍ରଣୀ ଥିବାବେଳେ କଂଗ୍ରେସ ମାତ୍ର ୯ଟି ଆସନରେ ଆଗୁଆ ରହିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଲା ମଧ୍ୟପ୍ରଦେଶରେ ୨୮ଟି ଆସନରୁ ବିଜେପି ୨୧ଟି ଆସନରେ ଆଗୁଆ ରହିଛି। ବିଜେପି ଏଠାରେ ସରକାରରେ ରହିବାକୁ ହେଲେ ଅତି କମରେ ୮ଟି ଆସନରେ ବିଜୟୀ ହେବା ଆବଶ୍ୟକ। ଏଥିସହିତ ଗୁଜୁରାଟରେ କଂଗ୍ରେସ ବିଧାୟକଙ୍କ ଇସ୍ତଫା କାରଣରୁ ଖାଲି ଥିବା ସମସ୍ତ ୮ଟି ଆସନରେ ବିଜେପି ଆଗୁଆ ରହିଛି।

Related story