ନୂଆଦିଲ୍ଲୀ: ଦଳର ପରବର୍ତ୍ତୀ ଅଧ୍ୟକ୍ଷ କିଏ ହେବେ, ସେ ନିଷ୍ପତ୍ତି କଂଗ୍ରେସ ନେବ ବୋଲି ବର୍ତ୍ତମାନର ଅଧ୍ୟକ୍ଷ ରାହୁଲ ଗାନ୍ଧି କହିବାର ୩ ଦିନ ପରେ ଏହି ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି ବରିଷ୍ଠ କଂଗ୍ରେସ ନେତା ମଣିଶଙ୍କର ଆୟର। ସେ କହିଛନ୍ତି କେହି ଜଣେ ଗାନ୍ଧି ପରିବାର ବାହାରୁ ସଭାପତି ହେଲେ କିଛି ସମସ୍ୟା ନାହିଁ, କିନ୍ତୁ ଗାନ୍ଧି ପରିବାର ସକ୍ରିୟ ରହିବା ଦରକାର।
ଶ୍ରୀ ଆୟର କହିଛନ୍ତି, ରାହୁଲ ଗାନ୍ଧି ସଭାପତି ରହିବା ସବୁଠୁ ଭଲ ହେବ, କିନ୍ତୁ ରାହୁଲଙ୍କ ନିଜ ଇଚ୍ଛାକୁ ମଧ୍ୟ ସମ୍ମାନ ଦେବାକୁ ହେବ। ମୁଁ ଜାଣିଛି ବିନା ଗାନ୍ଧି ପରିବାରରେ ଆମେ ତିଷ୍ଠିପାରିବୁ। କିନ୍ତୁ ଏଥିପାଇଁ ଗାନ୍ଧି-ନେହରୁ ପରିବାରକୁ ସକ୍ରିୟ ରହିବାକୁ ପଡ଼ିବ। ଦଳକୁ ସଭାପତି ବାଛିବା ପାଇଁ ରାହୁଲ ଏକ ମାସର ସମୟ ଦେଇସାରିଲେଣି, କିନ୍ତୁ ଦଳରେ ସମସ୍ତେ ଚାହୁଁଛନ୍ତି ସେ ସେ ରୁହନ୍ତୁ।
ଶ୍ରୀ ଆୟର ଆହୁରି ମଧ୍ୟ କହିଥିଲେ, ବିଜେପିର ଜାଲରେ ଦଳ ପଡ଼ିବା ଉଚିତ ନୁହେଁ। ବିଜେପି ଏକ କଂଗ୍ରେସମୁକ୍ତ ଭାରତ ଏବଂ ଗାନ୍ଧିମୁକ୍ତ କଂଗ୍ରେସ ନାରା ଦେଇ ଆସୁଛି। ସେ କହିଛନ୍ତି କଂଗ୍ରେସ ଗାନ୍ଧିମୁକ୍ତ ହେବା ପରେ କଂଗ୍ରେସମୁକ୍ତ ଭାରତ ପାଇଁ ବିଜେପି ଯୋଜନା ଚଳାଇବା ସହଜ ହେବ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।