ଝାରଖଣ୍ଡର ବିଜେପି ଅଫିସ ଉଡ଼ାଇଦେଲେ ମାଓବାଦୀ

ରାଞ୍ଚି, ଝାରଖଣ୍ଡ: ମତଦାନର ୨ ଦିନ ପୂର୍ବରୁ ଝାରଖଣ୍ଡର ପଲାମାଉ ଜିଲ୍ଲାରେ ମାଓବାଦୀଙ୍କ ହିଂସା ଦେଖିବାକୁ ମିଳିଛି। ହରିହରଗଞ୍ଜ ବସ ଷ୍ଟାଣ୍ଡ ନିକଟରେ ଥିବା ବିଜେପି ଦଳୀୟ ଅଫିସକୁ ମାଓବାଦୀମାନେ ବିସ୍ଫୋରଣ କରି ଉଡ଼ାଇ ଦେଇଥିବା ଦେଖିବାକୁ ମିଳିଛି। ସ୍ଥାନୀୟ ଲୋକଙ୍କ ସୂଚନା ଅନୁଯାୟୀ ମାଓବାଦୀ ମାନେ ବିସ୍ଫୋରଣ କରିବା ପରେ “ସିପିଆଇ-ମାଓଇଷ୍ଟ ଜିନ୍ଦାବାଦ”ର ନାରା ଦେଇଥିଲେ । ହିରାଗଞ୍ଜ ବିହାର ଓ ଝାରଖଣ୍ଡ ସୀମାବର୍ତ୍ତି ଅଞ୍ଚଳ ହୋଇଥିବାରୁ ପୁଲିସ ସର୍ଚ୍ଚ ଅପରେସନ ଜୋରଦାର କରିଛି। ଏପ୍ରିଲ […]

NAXAL ATTACK

Subhransu Sekhar
  • Published: Friday, 26 April 2019
  • , Updated: 26 April 2019, 12:49 PM IST

ରାଞ୍ଚି, ଝାରଖଣ୍ଡ: ମତଦାନର ୨ ଦିନ ପୂର୍ବରୁ ଝାରଖଣ୍ଡର ପଲାମାଉ ଜିଲ୍ଲାରେ ମାଓବାଦୀଙ୍କ ହିଂସା ଦେଖିବାକୁ ମିଳିଛି। ହରିହରଗଞ୍ଜ ବସ ଷ୍ଟାଣ୍ଡ ନିକଟରେ ଥିବା ବିଜେପି ଦଳୀୟ ଅଫିସକୁ ମାଓବାଦୀମାନେ ବିସ୍ଫୋରଣ କରି ଉଡ଼ାଇ ଦେଇଥିବା ଦେଖିବାକୁ ମିଳିଛି। ସ୍ଥାନୀୟ ଲୋକଙ୍କ ସୂଚନା ଅନୁଯାୟୀ ମାଓବାଦୀ ମାନେ ବିସ୍ଫୋରଣ କରିବା ପରେ "ସିପିଆଇ-ମାଓଇଷ୍ଟ ଜିନ୍ଦାବାଦ"ର ନାରା ଦେଇଥିଲେ ।

ହିରାଗଞ୍ଜ ବିହାର ଓ ଝାରଖଣ୍ଡ ସୀମାବର୍ତ୍ତି ଅଞ୍ଚଳ ହୋଇଥିବାରୁ ପୁଲିସ ସର୍ଚ୍ଚ ଅପରେସନ ଜୋରଦାର କରିଛି। ଏପ୍ରିଲ ୨୯ରେ ପଲାମାଉ ଲୋକସଭା ଆସନ ପାଇଁ ମତଦାନ ରହିଛି।

Related story