ଲକ୍ଷ୍ନୌ: ବିବାହ ପାଇଁ ରାଜି ନ ହେବାରୁ ଜଣେ ୧୮ ବର୍ଷୀୟା ଯୁବତୀଙ୍କୁ ଜାଳି ପୋଡ଼ି ଦେବାକୁ ଉଦ୍ୟମ କରିଛି ଅଭିଯୁକ୍ତ। ଅଭିଯୁକ୍ତ ଜଣେ ୩୧ ବର୍ଷର ବିବାହିତ ଯୁବକ। ନିଆଁରେ ପୀଡ଼ିତାଙ୍କ ଶରୀରର ପ୍ରାୟ ୮୦ ପ୍ରତିଶତ ଅଂଶ କ୍ଷତିଗ୍ରସ୍ତ ହୋଇଛି। ଏହି ଅଭାବନୀୟ କାଣ୍ଡ ଉତ୍ତରାଖଣ୍ଡର ରିଷିକେଷ ଅଞ୍ଚଳରେ ଘଟିଛି। ସଂପୃକ୍ତ ଯୁବତୀଙ୍କୁ ସଂକଟାପନ୍ନ ଅବସ୍ଥାରେ ରିଷିକେଷର ଏଏମ୍ସ୍ରେ ଭର୍ତ୍ତି କରାଯାଇଛି।
ପୁଲିସ୍ ସୂଚନା ଅନୁସାରେ, ଅଭିଯୁକ୍ତ ଜଣେ ଡ୍ରାଇଭର୍ ଏବଂ ସେ ବିବାହିତ ହୋଇଥିଲେ ହେଁ ଏଯାଏ ତା'ର କୌଣସି ସନ୍ତାନ ନାହାନ୍ତି। କିଛି ଦିନ ଧରି ସେ ପୀଡ଼ିତାଙ୍କୁ ପ୍ରେମ ନିବେଦନ କରିବା ସହ ବିବାହ ପାଇଁ ଜିଦ୍ ଧରିଥିଲା। ତେବେ ପୀଡ଼ିତା ଏଭଳି ପ୍ରସ୍ତାବକୁ ବାରମ୍ବାର ପ୍ରତ୍ୟାଖ୍ୟାନ କରିଥିଲେ। ଫଳରେ ପ୍ରତିଶୋଧ ପରାୟଣ ହୋଇ ଅଭିଯୁକ୍ତ ପୀଡ଼ିତା କଲେଜ୍ରୁ ଆସୁଥିବାବେଳେ ରାସ୍ତାରେ ପେଟ୍ରୋଲ୍ ଢାଳି ନିଆଁ ଲଗାଇ ଦେଇଥିଲା। ଅଭିଯୁକ୍ତକୁ ଉତ୍ତରାଖଣ୍ଡ ପୁଲିସ୍ ଗିରଫ କରିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ଦିଲ୍ଲୀ ବାୟୁର ମାନ 'ସିଭିୟର ପ୍ଲସ୍', ସୋମବାରଠୁ ଅନଲାଇନ୍ କ୍ଲାସ୍
ଦିଲ୍ଲୀରେ ବାୟୁ ଗୁଣବତ୍ତା ସୂଚକାଙ୍କ (AQI) ୪୫୭ ସ୍ତରରେ ପହଞ୍ଚିଛି। ଯେଉଁଥିପାଇଁ ବାୟୁ ଗୁଣବତ୍ତା ପରିଚାଳନା ଆୟୋଗ (CAQM) ସୋମବାର ସକାଳ ୮ଟାରୁ ଦିଲ୍ଲୀ ଏନସିଆରରେ GRAP-4 କାର୍ଯ୍ୟକାରୀ କରିବାକୁ ଘୋଷଣା କରିଛି।
Crime
ଆମ୍ବୁଲାନ୍ସକୁ ରାସ୍ତା ନଛାଡ଼ିବାରୁ ଅଢ଼େଇ ଲକ୍ଷ ଫାଇନ, ଲାଇସେନ୍ସ ରଦ୍ଦ
ଥ୍ରିସୁର ମେଡିକାଲ କଲେଜକୁ ରୋଗୀ ନେଇ ଯାଉଥିବା ଏକ ଆମ୍ବୁଲାନ୍ସକୁ ରାସ୍ତା ଛାଡ଼ିନଥିଲେ କାର ଚାଳକ। ସୋଶାଲ ମିଡିଆରେ ଭାଇରାଲ ହେଉଛି ଭିଡିଓ।
National
'ପରିସ୍ଥିତି ସୁଧାରିବାରେ ବିଫଳ'; ମଣିପୁର ସରକାରରୁ ସମର୍ଥନ ପ୍ରତ୍ୟାହାର କଲା ଏନପିପି
ମଣିପୁରରେ ବିଜେପି ସରକାରରୁ ସମର୍ଥନ ପ୍ରତ୍ୟାହାର କଲା ନ୍ୟାସନାଲ ପିପୁଲ୍ସ ପାର୍ଟି (ଏନପିପି)। ମୁଖ୍ୟମନ୍ତ୍ରୀ ବୀରେନ ସିଂହଙ୍କ ନେତୃତ୍ୱରେ ବିଜେପି ସରକାର ବର୍ତ୍ତମାନର ପରିସ୍ଥିତିର ମୁକାବିଲା କରିବାରେ ବିଫଳ ହୋଇଥିବା ଅଭିଯୋଗ କରିଛି ଏନପିପି।
Accident
ପୁଣି ହିଟ୍ ଆଣ୍ଡ ରନ୍; ନେତା ପୁଅଙ୍କ ଦାମୀ ଗାଡ଼ି ଚକା ତଳେ ଚାଲିଗଲା ଜୀବନ
କର୍ଣ୍ଣାଟକର ଜଣେ କଂଗ୍ରେସ ନେତାଙ୍କ ପୁଅର SUV କାର୍ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି।
National
ହସ୍ପିଟାଲରେ ନିଆଁ ଲାଗି ୧୧ ଶିଶୁ ମୃତ୍ୟୁ ଘଟଣା, ଜଣାପଡିଲା ଅଗ୍ନିକାଣ୍ଡର କାରଣ
ଉତ୍ତରପ୍ରଦେଶ ଝାନ୍ସି ହସ୍ପିଟାଲରେ ନିଆଁ ଲାଗି ୧୧ ଶିଶୁଙ୍କର ମୃତ୍ୟୁ ଘଟିଥିଲା।