ଶୁଣିବାକୁ ମିଳିଲା ମଙ୍ଗଳଗ୍ରହର ଶବ୍ଦ
ନୂଆଦିଲ୍ଲୀ: ଆମେରିକା ଅନ୍ତରୀକ୍ଷ ଏଜେନ୍ସି ‘ନାସା’ ‘ମାର୍ସ ଲ୍ୟାଣ୍ଡର’ ଜରିଆରେ ମଙ୍ଗଳଗ୍ରହର ହାଲ୍କା ଶବ୍ଦ ଶୁଣିବାକୁ ପାଇଛି। ପ୍ରଥମ ଥର ସାଧାରଣ ଲୋକମାନେ ମଙ୍ଗଳ ଗ୍ରହରେ ବହୁଥିବା ହାଲ୍କା ପବନକୁ ଶୁଣିବାର ଅନୁଭୂତି ପାଇଛନ୍ତି। ଏସମ୍ପର୍କରେ ‘ନାସା’ ଗତ ଶୁକ୍ରବାର ଦିନ ସୂଚନା ଦେଇଛି। ନିକଟରେ ମଙ୍ଗଳଗ୍ରହକୁ ‘ମାର୍ସ ଲ୍ୟାଣ୍ଡର’ ନାମକ ଏକ କୃତ୍ରିମ ଉପଗ୍ରହ ପଠାଯାଇଥିଲା। ଏହା ଘଣ୍ଟାପ୍ରତି ୧୦ରୁ ୧୫ କିମି ବେଗରେ ବହୁଥିବା ପବନକୁ ରେକର୍ଡ କରିଛି। ନଭେମ୍ବର ୬ତାରିଖ ଦିନ ନାସାର […]
ନୂଆଦିଲ୍ଲୀ: ଆମେରିକା ଅନ୍ତରୀକ୍ଷ ଏଜେନ୍ସି 'ନାସା' 'ମାର୍ସ ଲ୍ୟାଣ୍ଡର' ଜରିଆରେ ମଙ୍ଗଳଗ୍ରହର ହାଲ୍କା ଶବ୍ଦ ଶୁଣିବାକୁ ପାଇଛି। ପ୍ରଥମ ଥର ସାଧାରଣ ଲୋକମାନେ ମଙ୍ଗଳ ଗ୍ରହରେ ବହୁଥିବା ହାଲ୍କା ପବନକୁ ଶୁଣିବାର ଅନୁଭୂତି ପାଇଛନ୍ତି। ଏସମ୍ପର୍କରେ 'ନାସା' ଗତ ଶୁକ୍ରବାର ଦିନ ସୂଚନା ଦେଇଛି।
ନିକଟରେ ମଙ୍ଗଳଗ୍ରହକୁ 'ମାର୍ସ ଲ୍ୟାଣ୍ଡର' ନାମକ ଏକ କୃତ୍ରିମ ଉପଗ୍ରହ ପଠାଯାଇଥିଲା। ଏହା ଘଣ୍ଟାପ୍ରତି ୧୦ରୁ ୧୫ କିମି ବେଗରେ ବହୁଥିବା ପବନକୁ ରେକର୍ଡ କରିଛି। ନଭେମ୍ବର ୬ତାରିଖ ଦିନ ନାସାର ଏହି ଲ୍ୟାଣ୍ଡର ମଙ୍ଗଳଗ୍ରହରେ ଅବତରଣ କରିଥିଲା।
ସେଠାରୁ ମିଳିଥିବା ପବନର ଏହି ଶବ୍ଦକୁ www.nasa.gov/insightmarswind ରେ ଶୁଣାଯାଇଥିଲା। ନାସାର କହିବା ଅନୁଯାୟୀ, ଏକ ପତାକାକୁ ହଲାଇଲେ ଯେପରି ଶବ୍ଦ ଆସେ ଏହା ବିଲ୍କୁଲ୍ ସେମିତି ଶୁଭୁଥିଲା। ଏଇ ଶବ୍ଦ କୌଣସି ଭିନ୍ନ ଗ୍ରହର ପରି ଲାଗୁଥିଲା।
ଇନ୍ସାଇଟ୍ ଲ୍ୟାଣ୍ଡରକୁ ମଙ୍ଗଳଗ୍ରହ ଭିତର ପରିସ୍ଥିତିକୁ ଅନୁଧ୍ୟାନ କରିବା ସହ ସେଠାରେ ଭୂକମ୍ପ ସୃଷ୍ଟି ହେଉଛି କି ନାହିଁ, ତାହା ଜାଣିବାକୁ ଏବଂ ଗ୍ରହର ଉପରିଭାଗର ତାପମାତ୍ରାକୁ ଅଧ୍ୟୟନ କରିବା ପାଇଁ ପଠାଯାଇଥିଲା।