ଆସୁଛି ମାରୁତି ସେଲେରିଓର ନୂଆ ଭର୍ସନ: ଦାମ ୪.୫୦ ଲକ୍ଷରୁ ଆରମ୍ଭ

ନୂଆଦିଲ୍ଲୀ: କାର ନିର୍ମାଣକାରୀ କମ୍ପାନୀ ମାରୁତୀ ସୁଜୁକି ଏବେ ଭାରତରେ ମାରୁତି ସିଲେରିଓ କାରର ନୂଆ ଭର୍ସନ ଲଞ୍ଚ କରିବାକୁ ଯାଉଛି। ଖାଲି ସେତିକ ନୁହେଁ ୨୦୧୭ ସୁଇଫ୍ଟ ହେଚବେକ୍ କାରକୁ ଭାରତୀୟ ବଜାରରେ ପ୍ରବେଶ କରାଇବାକୁ ଯୋଜନା କରୁଛି କମ୍ପାନୀ। ଆସନ୍ତାବର୍ଷ ମେ ମାସରେ ହେବାକୁ ଥିବା ଦିଲ୍ଲୀ ଅଟୋ ଏକ୍ସପୋ ୨୦୧୮ରେ କମ୍ପାନୀ ଏହି କାର ଦୁଇଟି  ବଜାର ପ୍ରବେଶ ପାଇଁ ପ୍ରସ୍ତୁତ ହେଉଛି। ମାରୁତୀ ସ୍ୱିଫ୍ଟ୍ ହେଚବେକ କାର ପୂର୍ବ ମଡେଲ ଠାରୁ […]

Rakesh Mallick
  • Published: Friday, 06 October 2017
  • , Updated: 06 October 2017, 08:06 PM IST

ନୂଆଦିଲ୍ଲୀ: କାର ନିର୍ମାଣକାରୀ କମ୍ପାନୀ ମାରୁତୀ ସୁଜୁକି ଏବେ ଭାରତରେ ମାରୁତି ସିଲେରିଓ କାରର ନୂଆ ଭର୍ସନ ଲଞ୍ଚ କରିବାକୁ ଯାଉଛି। ଖାଲି ସେତିକ ନୁହେଁ ୨୦୧୭ ସୁଇଫ୍ଟ ହେଚବେକ୍ କାରକୁ ଭାରତୀୟ ବଜାରରେ ପ୍ରବେଶ କରାଇବାକୁ ଯୋଜନା କରୁଛି କମ୍ପାନୀ। ଆସନ୍ତାବର୍ଷ ମେ ମାସରେ ହେବାକୁ ଥିବା ଦିଲ୍ଲୀ ଅଟୋ ଏକ୍ସପୋ ୨୦୧୮ରେ କମ୍ପାନୀ ଏହି କାର ଦୁଇଟି  ବଜାର ପ୍ରବେଶ ପାଇଁ ପ୍ରସ୍ତୁତ ହେଉଛି।

ମାରୁତୀ ସ୍ୱିଫ୍ଟ୍ ହେଚବେକ କାର ପୂର୍ବ ମଡେଲ ଠାରୁ ଅପେକ୍ଷାକୃତ ହାଲକା ଓ ସୁରକ୍ଷିତ ହେବ। ଏଥିସହିତ ଏହା ପୂର୍ବଠାରୁ  ଅଧିକ ମାଇଲେଜ ମଧ୍ୟ ଦେବ। କମ୍ପାନୀର ହାର୍ଟଟେକ୍ଟ ପ୍ଲାଟଫର୍ମରେ ତିଆରି ହୋଇଥିବାରୁ ଏହି କାରର ଓଜନ କମ ହେବା ସହିତ ଆରାମ ଦାୟକ ବି ରହିବ। ଏଥିରେ ପୋଟ୍ରୋଲ ଓ ଡିଜେଲ ପାଇଁ  ଦୁଇଟି ବିକଳ୍ପ ଦିଆଯିବ।

ଭାରତରେ ଏହାର ମୂଲ୍ୟ 4.5 ଲକ୍ଷ ଠାରୁ ଆରମ୍ଭ କରି 8 ଲକ୍ଷ ଟଙ୍କା ମଧ୍ୟରେ ରହିବ। କିନ୍ତୁ କାରର ଇଞ୍ଜିନରେ କୌଣସି ପରବର୍ତ୍ତନ କରାଯିବ ନାହିଁ। ପୁରୁଣା ମୋଡେଲରେ ଯେଉଁ ଇଞ୍ଜିନ ବ୍ୟବହାର କରାଯାଇଛି ନୂଆ ମୋଡେଲରେ ମଧ୍ୟ ସେହି ଇଞ୍ଜିନ ବ୍ୟବହାର କରାଯିବ। ଏଥିରେ 1.2 VVT ପେଟ୍ରୋଲ ଏବଂ 1.3 ଲିଟର Ddis ଡିଜେଲ ଇଞ୍ଜିନ ଦିଆଯିବ । ଏହାର ଇଞ୍ଜିନକୁ 5 ସ୍ପିଡ ମାନୁଆଲ ଏବଂ ଅଟୋମେଟିକ ଟ୍ରାନସମିଶନ ସହିତ ସଂଯୋଗ କରାଯିବା ନେଇ ଖବର ଶୁଣିବାକୁ ମିଳୁଛି।

Related story