ପୁଲୱାମା ହମଲାର ମୁଖ୍ୟ ଷଡ଼ଯନ୍ତ୍ରକାରୀ ମାସୁଦ ଆଝାର ଓ ତା’ ଭାଇ

ନୂଆଦିଲ୍ଲୀ: ଦେଶକୁ ଦୋହଲାଇ ଥିବା ୨୦୧୯ ପୁଲୱାମା ହମଲାର ତଦନ୍ତ କରୁଥିବା ଏନଆଇଏ ଚାର୍ଜଶିଟ ପ୍ରସ୍ତୁତ କରିଛି। ଏହାକୁ ଜମ୍ମୁ-କଶ୍ମୀର କୋର୍ଟରେ ମଧ୍ୟ ଦାଖଲ କରାଯାଇଛି। ତେବେ ଚାର୍ଜଶିଟ୍‌ରେ ଏନଆଇଏ ପୁଲୱାମା ହମଲାର ମୁଖ୍ୟ ଷଡ଼ଯନ୍ତ୍ରକାରୀ ଭାବେ ମାସୁଦ ଆଝାର ଓ ତା’ ଭାଇ ରୌଫ ଅସଗରକୁ ବିବେଚନା କରିଛି। ଆଝାର ହେଉଛି ପାକିସ୍ତାନରେ ସକ୍ରିୟ ଥିବା ଜୈଶ-ଏ-ମହମ୍ମଦ ଆତଙ୍କୀ ସଂଗଠନର ପ୍ରତିଷ୍ଠାତା। ଏନଆଇଏ ପକ୍ଷରୁ ୫ ହଜାର ପୃଷ୍ଠାର ଚାର୍ଜଶିଟ୍‌ ପ୍ରସ୍ତୁତ କରାଯାଇଛି। ପାକିସ୍ତାନ ପ୍ରାୟୋଜିତ […]

uy

Hemant Lenka
  • Published: Tuesday, 25 August 2020
  • , Updated: 25 August 2020, 04:12 PM IST

ନୂଆଦିଲ୍ଲୀ: ଦେଶକୁ ଦୋହଲାଇ ଥିବା ୨୦୧୯ ପୁଲୱାମା ହମଲାର ତଦନ୍ତ କରୁଥିବା ଏନଆଇଏ ଚାର୍ଜଶିଟ ପ୍ରସ୍ତୁତ କରିଛି। ଏହାକୁ ଜମ୍ମୁ-କଶ୍ମୀର କୋର୍ଟରେ ମଧ୍ୟ ଦାଖଲ କରାଯାଇଛି। ତେବେ ଚାର୍ଜଶିଟ୍‌ରେ ଏନଆଇଏ ପୁଲୱାମା ହମଲାର ମୁଖ୍ୟ ଷଡ଼ଯନ୍ତ୍ରକାରୀ ଭାବେ ମାସୁଦ ଆଝାର ଓ ତା’ ଭାଇ ରୌଫ ଅସଗରକୁ ବିବେଚନା କରିଛି। ଆଝାର ହେଉଛି ପାକିସ୍ତାନରେ ସକ୍ରିୟ ଥିବା ଜୈଶ-ଏ-ମହମ୍ମଦ ଆତଙ୍କୀ ସଂଗଠନର ପ୍ରତିଷ୍ଠାତା।

ଏନଆଇଏ ପକ୍ଷରୁ ୫ ହଜାର ପୃଷ୍ଠାର ଚାର୍ଜଶିଟ୍‌ ପ୍ରସ୍ତୁତ କରାଯାଇଛି। ପାକିସ୍ତାନ ପ୍ରାୟୋଜିତ ଏହି ଆକ୍ରମଣକୁ କେମିତି ଯୋଜନା କରାଯାଇଥିଲା ଓ କେମିତି କାର୍ଯ୍ୟକାରୀ କରାଯାଇଥିଲା, ତା’ର ବିସ୍ତୃତ ତଥ୍ୟ ଚାର୍ଜଶିଟରେ ରହିଛି। ଗତବର୍ଷ ଫେବୃଆରୀ ୧୪ରେ ପୁଲୱାମାରେ ଆତଙ୍କବାଦୀମାନେ ଆତ୍ମଘାତୀ ହମଲା କରିଥିଲେ। ଏଥିରେ ୪୦ରୁ ଅଧିକ ସିଆରପିଏଫ ଯବାନ ସହିଦ ହୋଇଥିଲେ।

ଚାର୍ଜଶିଟ୍‌ରେ ଘଟଣା ପାଇଁ ୧୯ ଜଣଙ୍କୁ ଦାୟୀ କରାଯାଇଛି। ସେମାନଙ୍କ ନାଁ ମଧ୍ୟ ଏଥିରେ ଉଲ୍ଲେଖ କରାଯାଇଛି। ଏହା ମଧ୍ୟରେ ଜୈଶ-ଏ-ମହମ୍ମଦର ଏକାଧିକ ଷଡ଼ଯନ୍ତ୍ରକାରୀ ଓ ଆତଙ୍କବାଦୀ ରହିଛନ୍ତି। ସୁରକ୍ଷାକର୍ମୀଙ୍କ ବିଭିନ୍ନ କାର୍ଯ୍ୟାନୁଷ୍ଠାନରେ ଏମାନଙ୍କୁ ମଧ୍ୟରୁ କିଛି ଲୋକ ପ୍ରାଣ ମଧ୍ୟ ହରାଇଛନ୍ତି।

ଚାର୍ଜଶିଟ୍‌ରେ ବିସ୍ତୃତ ଭାବେ ସବୁ ତଥ୍ୟ ରହିଥିବାରୁ ଏହା ୫ ହଜାର ପୃଷ୍ଠାର ହୋଇଛି। ଏହାକୁ ଜମ୍ମୁ-କଶ୍ମୀର କୋର୍ଟରେ ଦାଖଲ କରାଯାଇଛି ବୋଲି ଏନଆଇଏର ଡେପୁଟି ଇନସପେକ୍ଟର ଜେନେରାଲ ସୋନିଆ ନାରଙ୍ଗ କହିଛନ୍ତି।

ଚାର୍ଜଶିଟ୍‌ରେ ସମସ୍ତ କଲ ରେକର୍ଡିଂ, ହ୍ୱାଟସଆପ ଚ୍ୟାଟ, ବିସ୍ଫୋରକ ଦ୍ରବ୍ୟର ଫଟୋ, ଆରଡିଏକ୍ସ ଓ ଏହାକୁ କେମିତି ନେବା ଆଣିବା କରାଯାଇଥିଲା, ତା’ର ଫଟୋ ରହିଛି। ପୁଲୱାମା ଆକ୍ରମଣ ପରେ ସୁରକ୍ଷାକର୍ମୀଙ୍କ ପାଲଟା ଆକ୍ରମଣରେ ଉମର ଫାରୁକ ନାମରେ ଜଣେ ଆତଙ୍କବାଦୀ ନିହତ ହୋଇଥିଲା। ତା’ ଫୋନରୁ ଏହି ସବୁ ତଥ୍ୟ ମିଳିଛି।

ପୁଲୱାମା ଆକ୍ରମଣକୁ ସମର୍ଥନ କରି ମାସୁଦ ଆଝାର ପୋଷ୍ଟ କରିଥିବା ଭିଡିଓ ଓ ଅଡିଓ ରେକର୍ଡିଂକୁ ମଧ୍ୟ ଚାର୍ଜଶିଟ୍‌ରେ ସାମିଲ କରାଯାଇଛି। ସେହିପରି ଜୈଶର ଟେଲିଗ୍ରାମ ଗ୍ରୁପ୍‌ରେ ମଧ୍ୟ ପୁଲୱାମା ଆକ୍ରମଣ ପରେ କିଛି ଲେଖା ପୋଷ୍ଟ କରାଯାଇଥିଲା। ଏଥିରେ କୁହାଯାଇଥିଲା ଯେ ଆକ୍ରମଣରେ ଭାରତର ୧୦୦ ହିନ୍ଦୁ ସୈନ୍ୟ ପ୍ରାଣ ହରାଇବା ସହ ଧ୍ୱଂସ ହୋଇଯାଇଛନ୍ତି। ଏହାକୁ ବି ଚାର୍ଜଶିଟରେ ସ୍ଥାନ ଦିଆଯାଇଛି।

ଆଝାର ବ୍ୟତୀତ ଘଟଣା ଦିନ କାର ବିସ୍ଫୋରଣ କରାଇଥିବା ଆଦିଲ ଅହମ୍ମଦ ଦାର, ହମଲା ଉପରେ ନଜର ରଖିଥିବା ଉମର ଫାରୁକ, ଆକ୍ରମଣର ୫୦୦ ମିଟର ପୂର୍ବରୁ କାରରୁ ଓହ୍ଲାଇ ପଡ଼ିଥିବା ଶକିର ବସିର ମାରଗ୍ରେ, ପାକିସ୍ତାନ ଆତଙ୍କବାଦୀଙ୍କୁ ସମସ୍ତ ସହଯୋଗ ଯୋଗାଇ ଦେଇଥିବା ମହମ୍ମଦ ଇକବାଲ , ଆତଙ୍କୀଙ୍କ ପୂରା ଘଟଣାକୁ ମୋବାଇଲ ଫୋନରେ ରେକର୍ଡ କରୁଥିବା ବିଲାଲ ଅହମ୍ମଦ ଓ ପୂରା ଘଟଣାରେ ସାମିଲ ଥିବା ମହମ୍ମଦ ଆବାସ, ୱାଜି-ଉଲ-ଇସଲାମ, ତାରିକ ଅହମ୍ମଦ ଶାହ ଓ ତା’ ଝିଅ ଇନଶା ଜାନଙ୍କ ଭଳି ବ୍ୟକ୍ତିଙ୍କ ନାଁ ଚାର୍ଜଶିଟରେ ରହିଛି।

Related story