ମଥୁରା ସଂଘର୍ଷର କମିଶନର ସ୍ତରୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଲେ ଅଖିଳେଶ

ମଥୁରା: ଉତ୍ତର ପ୍ରଦେଶର ମଥୁରାରେ ଜବରଦଖଲ ଉଚ୍ଛେଦବେଳେ ଘଟିଥିବା ହିଂସାକାଣ୍ଡରେ  ୨୪ ଜଣଙ୍କର ମୃତ୍ୟୁ  ଘଟଣାର କମିଶନର ସ୍ତରୀୟ ତଦନ୍ତ ପାଇଁ  ମୁଖ୍ୟମନ୍ତ୍ରୀ ଅଖିଳେଶ କୁମାର ଯାଦବ ନିର୍ଦ୍ଦେଶ ଦେଇଛନ୍ତି।  ସେ କହିଛନ୍ତି, “ଏହି ଘଟଣାରେ ଦୋଷୀମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ।” ଘଟଣା ଘଟିବାର ୪୮ ଘଣ୍ଟା ବିତିଯାଇଥିଲେ ମଧ୍ୟ ମାଷ୍ଟର ମାଇଣ୍ଡ ରାମବୃକ୍ଷ ଯାଦବ ଧରାପଡ଼ିନାହିଁ। ଜଣେ ପୋଲିସ୍‌ ଅଧିକାରୀ କହିଛନ୍ତି, ଜବାହାରବାଗ୍‌ରେ  ମିଳିଥିବା ଏକ ଶବ ରାମବୃକ୍ଷର ବୋଲି କୁହାଯାଉଛି।  ଅନ୍ୟପକ୍ଷରେ ଡିଜିପି  […]

Akhilesh-Yadav -

Rakesh Mallick
  • Published: Saturday, 04 June 2016
  • , Updated: 04 June 2016, 03:47 PM IST

ମଥୁରା: ଉତ୍ତର ପ୍ରଦେଶର ମଥୁରାରେ ଜବରଦଖଲ ଉଚ୍ଛେଦବେଳେ ଘଟିଥିବା ହିଂସାକାଣ୍ଡରେ  ୨୪ ଜଣଙ୍କର ମୃତ୍ୟୁ  ଘଟଣାର କମିଶନର ସ୍ତରୀୟ ତଦନ୍ତ ପାଇଁ  ମୁଖ୍ୟମନ୍ତ୍ରୀ ଅଖିଳେଶ କୁମାର ଯାଦବ ନିର୍ଦ୍ଦେଶ ଦେଇଛନ୍ତି।  ସେ କହିଛନ୍ତି, “ଏହି ଘଟଣାରେ ଦୋଷୀମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ।”

ଘଟଣା ଘଟିବାର ୪୮ ଘଣ୍ଟା ବିତିଯାଇଥିଲେ ମଧ୍ୟ ମାଷ୍ଟର ମାଇଣ୍ଡ ରାମବୃକ୍ଷ ଯାଦବ ଧରାପଡ଼ିନାହିଁ। ଜଣେ ପୋଲିସ୍‌ ଅଧିକାରୀ କହିଛନ୍ତି, ଜବାହାରବାଗ୍‌ରେ  ମିଳିଥିବା ଏକ ଶବ ରାମବୃକ୍ଷର ବୋଲି କୁହାଯାଉଛି।

 ଅନ୍ୟପକ୍ଷରେ ଡିଜିପି  ଜାବେଦ ଅହମଦ କହିଛନ୍ତି, “ଜବାହାରବାଗ୍‌ରେ ମିଳିଥିବା ସମସ୍ତ ଶବର ଡିଏନଏ ଟେଷ୍ଟ କରାଯିବ।”

କେନ୍ଦ୍ର ମଧ୍ୟ ରାଜ୍ୟ ସରକାରଙ୍କୁ ଏହି ଘଟଣାର ରିପୋର୍ଟ ମାଗିଛି।  ମଥୁରାରେ ହିଂସାକାଣ୍ଡ ପରେ ଧୀରେ ଧୀରେ ଶାନ୍ତି ଫେରୁଛି। ହିଂସାକାଣ୍ଡ ଘଟଣାରେ ଏପର୍ଯ୍ୟନ୍ତ ୩୬୮ ଜଣ ସନ୍ଦିଗ୍ଧଙ୍କୁ ଗିରଫ କରିଛି ପ୍ରଶାସନ। ଘଟଣାସ୍ଥଳରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ କରିଛି ।

ଧାରଣା ଦେବା ଆଳରେ ମଥୁରାର ଜବାହାରବାଗ ଅଞ୍ଚଳରେ ୨୬୦ ଏକର ସରକାରୀ ଜମିକୁ  ଗତ ଦୁଇ ବର୍ଷ  ହେଲା ଜବରଦଖଲ କରିଥିବା ସଂଗଠନର  ପ୍ରାୟ ତିନି ହଜାର ଲୋକଙ୍କୁ ଉଚ୍ଛେଦ କରିବାକୁ ଆଲ୍ଲାହାବାଦ ହାଇକୋର୍ଟ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ସେହି ଅନୁୟାୟୀ ସେଠାରେ ରହୁଥିବା ଲୋକଙ୍କୁ  ସରକାରୀ ଜାଗା ଛାଡି ପଳାଇବାକୁ ମଥୁରା ପ୍ରଶାସନ ପକ୍ଷରୁ କୁହାଯାଇଥିଲା। ନର୍ଦ୍ଧାରିତ ସମୟସୀମା ମଧ୍ୟରେ  ସେମାନେ ସରକାରୀ ଜାଗା ଖାଲି ନ କରିବାରୁ  ଗୁରୁବାର  ସନ୍ଧ୍ୟାରେ  ଏସପି ମୁକୁଲ ଦ୍ୱିବେଦୀଙ୍କ ନେତୃତ୍ୱରେ ଏକ ପୋଲିସ୍ ଟିମ୍ ଜବାହାର ବାଗରେ ପହଞ୍ଚି  ଉଚ୍ଛେଦ କାର୍ଯ୍ୟ ଆରମ୍ଭ କରିଥିଲେ କିନ୍ତୁ ଜବରଦଖଲକାରୀମାନେ ଏହାର ପ୍ରବଳ ପ୍ରତିରୋଧ କରିଥିଲେ ଓ ପୋଲିସ୍  ଉପରେ ଆକ୍ରମଣ କରିଥିଲେ। ଏପରେ  ଉଭୟ ପକ୍ଷ ମଧ୍ୟରେ ସଂଘର୍ଷ  ହୋଇଥିଲା।  ଆକ୍ରମଣକାରୀଙ୍କ ଗୁଳିରେ  ଏସପି  ମୁକୁଲ ଦ୍ୱିବେଦୀ ଓ ମଥୁରା ଥାନା ଅଧିକାରୀ ସନ୍ତୋଷ ଯାଦବଙ୍କ ମୃତ୍ୟୁ ହୋଇଥିଲା।

Related story