ବିଜେପି ସରକାର ଆସିବା ପରେ ଦେଶରେ ଦଳିତଙ୍କ ଉପରେ ଅତ୍ୟାଚାର ବଢ଼ିଛି: ମାୟାବତୀ

ନୂଆଦିଲ୍ଲୀ: କେନ୍ଦ୍ରରେ ବିଜେପି ନେତୃତ୍ୱାଧୀନ ସରକାର ଆସିବା ପରଠାରୁ ଦେଶରେ ଦଳିତଙ୍କ ଉପରେ ଅତ୍ୟାଚାର ବଢ଼ି ବଢ଼ି ଚାଲିଛି ବୋଲି କହିଛନ୍ତି ବହୁଜନ ସମାଜବାଦୀ ପାର୍ଟି ମୁଖ୍ୟ ତଥା ରାଜ୍ୟସଭା ସାଂସଦ ମାୟାବତୀ। ଆଜିଠାରୁ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହୋଇଥିବା ବେଳେ ସେ ରାଜ୍ୟସଭାରେ ଏହି ଅଭିଯୋଗ କରିଥିଲେ। ସେ କହିଥିଲେ,“ଗୁଜରାଟର ଉନାରେ ଦଳିତଙ୍କ ଉପରେ ଅତ୍ୟାଚାର କରାଯାଉଛି। ଏହି ମାମଲାରେ ଯେଉଁମାନେ ଦୋଷୀ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ।” ବିଏସ୍‌ପି ସାଂସଦମାନେ ଏ […]

mayawatee

Rakesh Mallick
  • Published: Monday, 18 July 2016
  • , Updated: 18 July 2016, 01:48 PM IST

ନୂଆଦିଲ୍ଲୀ: କେନ୍ଦ୍ରରେ ବିଜେପି ନେତୃତ୍ୱାଧୀନ ସରକାର ଆସିବା ପରଠାରୁ ଦେଶରେ ଦଳିତଙ୍କ ଉପରେ ଅତ୍ୟାଚାର ବଢ଼ି ବଢ଼ି ଚାଲିଛି ବୋଲି କହିଛନ୍ତି ବହୁଜନ ସମାଜବାଦୀ ପାର୍ଟି ମୁଖ୍ୟ ତଥା ରାଜ୍ୟସଭା ସାଂସଦ ମାୟାବତୀ। ଆଜିଠାରୁ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହୋଇଥିବା ବେଳେ ସେ ରାଜ୍ୟସଭାରେ ଏହି ଅଭିଯୋଗ କରିଥିଲେ।

ସେ କହିଥିଲେ,“ଗୁଜରାଟର ଉନାରେ ଦଳିତଙ୍କ ଉପରେ ଅତ୍ୟାଚାର କରାଯାଉଛି। ଏହି ମାମଲାରେ ଯେଉଁମାନେ ଦୋଷୀ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ।”

ବିଏସ୍‌ପି ସାଂସଦମାନେ ଏ ପ୍ରସଙ୍ଗକୁ ନେଇ ରାଜ୍ୟସଭାରେ ହଙ୍ଗାମା ବି କରିଥିଲେ। ଫଳରେ ୧୦ ମିନିଟ୍ ପାଇଁ ଗୃହକୁ ମୁଲତବି କରାଯାଇଥିଲା।

ଅନ୍ୟପକ୍ଷରେ କାଶ୍ମୀର ପ୍ରସଙ୍ଗରେ ଆଲୋଚନା ପାଇଁ ଆଜି କଂଗ୍ରେସ ପକ୍ଷରୁ ରାଜ୍ୟସଭାରେ ନୋଟିସ୍ ଦିଆଯାଇଛି। କାଶ୍ମୀରେ ଦେଖାଯାଇଥିବା ହିଂସା ଓ ପାକିସ୍ତାନ ସମର୍ଥନରେ ଦିଆଯାଇଥିବା ନାରା ନେଇ କଂଗ୍ରେସ ସରକାରଙ୍କୁ ଘେରିବାକୁ ଯୋଜନା ପ୍ରସ୍ତୁତ କରିଛି।

Related story